ସାମ୍ବାଦିକଙ୍କ ଘରେ କଳା କନା ବୁଲାଇଲେ ;
ଘରେ ପଶି ଲ୍ୟାପଟପ୍ କମ୍ପ୍ୟୁଟର, ସୁନାଗହଣା ଓ ନଗଦ ଟଙ୍କା ଚୋରି
ରାଇରଙ୍ଗପୁର,୨୦।୯ ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବହଳଦା ଥାନା ଅନ୍ତର୍ଗତ ରେଡମ ଗ୍ରାମର ସାମ୍ବାଦିକ ତ୍ରିଲୋଚନ ମହାନ୍ତ ଓ ତାଙ୍କ ପତ୍ନୀ ମନ୍ଦୋଦରୀ ମହାନ୍ତ ଘରେ ନଥିବା ବେଳେ, ତାଙ୍କ ଘର ଭିତରକୁ ପଶି କେହି ଅଜଣା ଦୁର୍ବୃତ୍ତ ଆଲମାରୀ ଭାଙ୍ଗି ମିଶନ ଶକ୍ତି ବିଭାଗ ପକ୍ଷରୁ ମିଳିଥିବା ମୂଲ୍ୟବାନ ଲ୍ୟାପଟପ୍ କମ୍ପ୍ୟୁଟର,ସୁନା ଗହଣା ଓ କଲେଜରେ ପଢ଼ୁଥିବା ପୁଅକୁ ଦେବା ପାଇଁ ଆଲମାରୀ ଭିତରେ ରଖିଥିବା ନଗଦ ପଚାଶ ହଜାର ଟଙ୍କା ମଧ୍ୟ ଚୋରି ହୋଇଯାଇଛି ବୋଲି ବହଳଦା ଥାନାରେ ମନ୍ଦୋଦରୀ ମହାନ୍ତ ଲିଖିତ ରୂପେ ଅଭିଯୋଗ କରିଛନ୍ତି । ଖବର ମୁତାବକ ସାମ୍ବାଦିକ ଶ୍ରୀ ମହାନ୍ତ ଘରେ ନଥିବା ବେଳେ ବ୍ୟାଙ୍କ ମିତ୍ର ରୂପେ ମୋରଣ୍ଡା ଓଜିବି ବ୍ୟାଙ୍କରେ କାର୍ଯ୍ୟ କରୁଥିବା ତାଙ୍କ ପତ୍ନୀ ମନ୍ଦୋଦରୀ ଦେବୀ କଲେଜରୁ ଘରକୁ ଆସିଥିବା ନିଜ ପୁଅକୁ ନେଇ ମୋରଣ୍ଡାସ୍ଥ ଓଜିବି ବ୍ୟାଙ୍କକୁ ଯାଇଥିଲେ । ଶାଶୂ ମଧ୍ୟ ବିଲକୁ ଯାଇଥିଲେ । ଘରେ କେହି ନଥିବା ବେଳେ ଚୋର ଘର ଭିତକୁ ପଶି କଳାକନା ବୁଲେଇ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏନେଇ ବହଳଦା ଥାନାରେ ଏତଲା ଦିଆଯାଇଛି ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

