ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ ; ୩ଗିରଫ 

୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ ; ୩ଗିରଫ 

ଭଞ୍ଜନଗର,୨୧/୯ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ,ଅବକାରୀ ବିଭାଗର ବଡ଼ ସଫଳତା । ଦୁଇଟା ପିକପ୍ ଗାଡ଼ି ସହ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଗତକାଲି ସନ୍ଧ୍ୟା ସମୟରେ ଭଞ୍ଜନଗର ଅବକାରୀ ଓଆଇସି ଅଧିକାରୀ ବିଭୂ ପ୍ରସାଦ ସାହୁଙ୍କ ନେତୃତ୍ୱରେ ପାଟ୍ରୋଲିଂ କରୁଥିବା ସମୟରେ ଭଞ୍ଜନଗର – ଫୁଲବାଣୀ ମୁଖ୍ୟ ରାସ୍ତାର ବୁଦୁଲି ଗ୍ରାମ ନିକଟରେ ଗୋଟିଏ ଟାଟା ଏସିଇ ଗାଡ଼ି ଆଉ ଏକ ଗାଡ଼ିକୁ ରଶି ଲଗାଇ ଟାଣି ଟାଣି ନେଉଥିବା ବେଳେ ଅବକାରୀ ଟିମ୍ ସନ୍ଦେହ କରି ଯାଞ୍ଚ କରିବା ସମୟରେ ସେଥିରେ ୪୦ ବସ୍ତା ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା। ଓଜନ କରିବା ପରେ ଗୋଟିଏ ବସ୍ତାରେ ୩୦ କେଜି ଲେଖାଏଁ ଗୁଣ୍ଡ ଗଞ୍ଜେଇ ମୋର ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ଅବକାରୀ ରେଞ୍ଜ ଇନ୍ସପେକ୍ଟର ବିବେକାନନ୍ଦ ପେରେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୁଲିସ ଓ ଅବକାରୀ ବିଭାଗକୁ ଚକମା ଦେବା ପାଇଁ ଖରାପ ଗାଡ଼ିକୁ ଟାଣି ନେଉଥିବା ଭଳି ଅଭିନୟ ଉପାୟରେ ଗଞ୍ଜେଇ ଚାଲାଣ କରାଯାଉଥିବା ପ୍ରାଥମିକ ସ୍ତରରେ ସନ୍ଦେହ କରାଯାଉଥିବା ଶ୍ରୀ ପେରେଇ କହିଛନ୍ତି। ଏଭଳି ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ହରିପୁର ଅଞ୍ଚଳର ଶେଖର ଖଟୁଆ,ମାନସ ନାୟକ,ମନୋରଞ୍ଜନ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏସଂକ୍ରାନ୍ତରେ କେସ ନମ୍ୱର୍ ୮୧ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ଜବତ ଗଞ୍ଜେଇ ଓ ଗାଡ଼ିର ଆନୁମାନିକ ମୂଲ୍ୟ ଏକ କୋଟି ୩୨ ଲକ୍ଷ ଟଙ୍କା ହେବ ବୋଲି ଶ୍ରୀ ପେରେଇ କହିଛନ୍ତି। କନ୍ଧମାଳ ଜିଲ୍ଲାରୁ ନୟାଗଡ଼ ନେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଏତେ ପରିମାଣର ଗଞ୍ଜେଇ ଜବତ ଘଟଣା ଅବକାରୀ ବିଭାଗ ପାଇଁ ବଡ଼ ସଫଳତା ହୋଇଥିବା କୁହାଯାଉଥିବା ବେଳେ କନ୍ଧମାଳ ଜିଲ୍ଲାରୁ ଭଞ୍ଜନଗର ଇଲାକା ଦେଇ ନିୟମିତ ଗଞ୍ଜେଇ ବିଭିନ୍ନ ଉପାୟରେ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବେଳେ ଅନେକ ଯୁବ ପିଢ଼ିକୁ ଢାଲ କରି ବେଆଇନ କାରବାର କରାଯାଉଥିବା ଅଭିଯୋଗ ଉଠୁଛି। ଗଞ୍ଜେଇ ଚାଲାଣ ସମୟରେ ପୁଲିସ ଓ ଅବକାରୀ ଟିମ୍ ଗଞ୍ଜେଇ ଧରୁଥିବା ବେଳେ ଏଭଳି ବେଆଇନ ଗଞ୍ଜେଇ ରାକେଟ ପଛରେ ଥିବା ମାଫିଆ ମାନଙ୍କୁ ମଧ୍ୟ କାବୁ କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଜରୁରୀ ହୋଇପଡ଼ିଛି।

ପ୍ରିୟବ୍ରତ ପଣ୍ଡା ଙ୍କ ରିପୋର୍ଟ୍ 

Related posts

ବେଆଇନ ମୋରମ ଓ ପଥର ଚୋରି, ପ୍ରଶାସନର ରାତ୍ରିକାଳୀନ ଚଢ଼ାଉ: ୪ଟି ଗାଡ଼ି ଜବତ 

Sunil Chandra Nayak

ଯୁଣବଳଦା ଛକ ନିକଟ ଜାତୀୟ ରାଜପଥ ପାର୍ଶ୍ବରୁ ବାଇକ ଚୋରି

masiha

ତିରିଂ ପୋଲିସର ସଫଳତା ! ଦେଓଗାଁ ର ବହୁ ଚର୍ଚ୍ଚିତ ମହିଳା ସୁହାଗି ଗଇପାଇ ହତ୍ଯାକାଣ୍ଡର ମୁଖ୍ୟ ଆସାମୀ ସ୍ବାମୀକୁ ବାନ୍ଧିଲା ପୋଲିସ

Sunil Chandra Nayak

Leave a Comment

error: Content is protected !!