ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୁଆ ଏକ ଦୁନିଆର ସ୍ୱପ୍ନ ଦେଖାଉଛି ‘ଶିକ୍ଷା ଚୌପାଲ

ନୁଆ ଏକ ଦୁନିଆର ସ୍ୱପ୍ନ ଦେଖାଉଛି ‘ଶିକ୍ଷା ଚୌପାଲ’ 

ରାଇରଙ୍ଗପୁର – ତା.୨୨/୦୯; ଖାଦ୍ୟ, ବସ୍ତ୍ର, ବାସଗୃହ ପରେ ବଂଚି ରହିବା ପାଇଁ ଶିକ୍ଷା ଆଜି ଅତ୍ୟାବଶ୍ୟକରେ ପରିଣତ ହୋଇଛି । ମୌଳିକ ସାକ୍ଷରତା ସହିତ ସଂଖ୍ୟାଜ୍ଞାନ ସମସ୍ତrଙ୍କ ପାଇଁ ଜରୁରି ହୋଇପଡ଼ିଛି । ସମସ୍ତଙ୍କ ପାଇଁ ଶିକ୍ଷା ସ୍ଳୋଗାନର ବାସ୍ତବ ରୁପାୟନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଥିଲେ ମଧ୍ୟ ସେହିଭଳି କିଛି ଆଖିଦୃଷ୍ଟିଆ ପରିବର୍ତନ ଦେଖିବାକୁ ଏ ପର୍ଯ୍ୟନ୍ତ ମିଳିନାହିଁ । ପ୍ରଥମରୁ ଚଉଦ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ସରକାର ଘୋଷଣା କରିଛନ୍ତି । ଅଥଚ ଏହି ବୟସର ପିଲା ବହୁ ସଂଖ୍ୟାରେ ଏବେ ମଧ୍ୟ ବିଦ୍ୟାଳୟ ବାହାରେ ଅଛନ୍ତି ।କିଛି ପିଲା ଅଧାରୁ ପାଠପଢ଼ା ଛାଡ଼ି ଦେଇଥିଲା ବେଳେ ଆଉ କିଛି ପିଲା ଆଦୌ ବିଦ୍ୟାଳୟର ମାଟି ମାଡ଼ିନଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ବୟସର ପିଲା ପାଠ ଠାରୁ ଦୁରେଇ ଯିବା ଦ୍ୱାରା ବାଲ୍ୟ ବିବାହ ଦୃତ ଗତିରେ ବଢ଼ି ଚାଲିବା ସାଙ୍ଗକୁ ଦେଶକୁ ଭୟଙ୍କର ବିପଦ ଡ଼ାକି ଆଣୁଛି । କିଛି ପିଲା ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଚାଲି ଯାଉଥିବାର ଦୃଶ୍ୟ ନିୟମିତ ଦେଖିବାକୁ ମିଳୁଛି । ଏଥିପାଇଁ କୌଣସି ସ୍ତରରେ ଅଙ୍କୁଶ ଥିବା ପରି ଆଦୌ ମନେ ହେଉନାହିଁ । ସେହିପରି ବାପା ମା’ ଛେଉଣ୍ଡ ଓ ଦିବ୍ୟାଙ୍ଗ ପିଲାଙ୍କ ଦୁଃଖ କହିଲେ ନସରେ । ଉପଯୁକ୍ତ ଯତ୍ନ ଅଭାବରୁ ସେମାନେ ଯେଉଁ ଯନ୍ତ୍ରଣା ଭୋଗିବାକୁ ବାଧ୍ୟ ହେଉଛନ୍ତି ଏହାକୁ ଭାଷାରେ ବ୍ୟକ୍ତ କରିହେବ ନାହିଁ । ଏପରିକି ଦରିଦ୍ର ଘରର ପିଲାମାନେ ବିଦ୍ୟାଳୟକୁ ଆସୁଛନ୍ତି କେବଳ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ । ଘରେ ଖାଇବାକୁ ମିଳୁନଥିବାରୁ ଏହି ପିଲାମାନେ ଉପବାସରେ ଥାଆନ୍ତି । ଭୋକିଲା ପେଟରେ ଥିବା ପିଲାଙ୍କୁ ପାଠ ପଢ଼ାଇବା ଖୁବ୍ କଷ୍ଟକର ହୋଇପଡ଼ିଥାଏ । ବିଦ୍ୟାଳୟରୁ ମିଳିଥିବା ପୋଷାକ ଏହି ପିଲାଙ୍କର ଏକମାତ୍ର ପୋଷାକ ହୋଇଥିବାରୁ ଉକ୍ତ ପୋଷାକ ପିନ୍ଧି ପିଲାଏ ଗାଁ ଦାଣ୍ଡ ରେ ବୁଲନ୍ତି ଓ ଖେଳନ୍ତି । ପୁଣି ସେହି ପୋଷାକ ପିନ୍ଧି ବିଦ୍ୟାଳୟକୁ ଆସନ୍ତି । ଏହିଭଳି ପିଲା ଶହ ଶହ ସଂଖ୍ୟାରେ ଏବେ ଦେଖିବାକୁ ମିଳୁଛନ୍ତି । ଏହିସବୁ ସମସ୍ୟାକୁ ସରକାରଙ୍କ ନଜରକୁ ଆଣିବା ସହିତ ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବାତ୍ମକ ପରିବର୍ତନ ଆଣିବା ଉଦେଶ୍ୟରେ ଆତ୍ମଶକ୍ତି ଟ୍ରଷ୍ଟ, ମନ୍ତ୍ରା ଫର ଚେଂଜ ଓ ଶିକ୍ଷାଗ୍ରହ ମିଳିତ ଭାବରେ ମୟୂରଭଂଜ ସମେତ ଓଡ଼ିଶାର ୯ଗୋଟି ଜିଲ୍ଲା ଯଥା-(ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ବଲାଙ୍ଗିର, ନୁଆପଡ଼ା, କଳାହାଣ୍ଡି, କନ୍ଧମାଳ, କରାପୁଟ ଓ ନୟାଗଡ଼)ରେ ‘ଶିକ୍ଷା ଚୌପାଲ’ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସ୍ୱେଛାସେବି ହେନାରାଣି ନାୟକ ଓ ମନୋଜ ସାମନ୍ତରାୟ ଏହାର ନେତୃତ୍ୱ ନେବା ସହିତ ଉକ୍ତ କାର୍ଯ୍ୟକ୍ରମ ଏକ ନୁଆ ଦୁନିଆଁର ସ୍ୱପ୍ନ ଦେଖାଉଛି ବୋଲି ବ୍ୟକ୍ତ କରିଛନ୍ତି । ଏହାର ସଫଳ ରୁପାୟନ ପାଇଁ ନିୟୋଜିତ ଥିବା ସ୍ୱେଛାସେବି ମାନଙ୍କୁ ଉର୍ମି ଲିଡ଼ର କୁହାଯାଉଛି । ସସ୍ମିତା ମଲିକ, ଗୀତାଜଂଳି ମହାନ୍ତି, କଲ୍ୟାଣି ଦାସ, ସ୍ୱର୍ଣ୍ଣଲତା ନାୟକ, ଲକ୍ଷ୍ମୀ ବାଗ, ରିନା ବେହେରା ପ୍ରମୁଖ ଏହି ଅଭିଯାନକୁ ସଫଳ କରିବା ପାଇଁ ଉଦ୍ୟମ ଚଳାଇଥିବାର ଜଣାଯାଇଛି । ମୟୂରଭଂଜ ଜିଲ୍ଲାରେ ଜନଜାଗୃତି ମଂଚର ଟିମ ଲିଡ଼ର ଗଦାଧର ଦାଶ ‘ଶିକ୍ଷା ଚୌପାଲ’ ଆୟୋଜନର ଦାୟିତ୍ୱ ନେଇଥିବା ବେଳେ ସସ୍ମିତା, ମଂଜୁଲତା, ସାଉଁରି, ମମତା, ମୋନାଲି ଓ ଅବନ୍ତି ଉର୍ମି ଲିଡ଼ର ଭାବେ କାର୍ଯ୍ୟ କରୁଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଧରାକୋଟ ଥାନା ଏସ ଆଇ ଙ୍କ ପଦୋର୍ଣ୍ଣତି 

Sunil Chandra Nayak

ଓଡିଶାର ବିମାନ ଚଳାଚଳ ଭିତ୍ତିଭୂମିକୁ (Civil Aviation) ବିଶ୍ୱସ୍ତରୀୟ କରାଯିବ

masiha

ସରାଗୁଡା ବିଦ୍ୟାଳୟର ଶିକ୍ଷକ ବଦଳିକୁ ନେଇ କାନ୍ଦିଲେ ଛାତ୍ରୀ ଛାତ୍ର 

masiha

Leave a Comment

error: Content is protected !!