ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଶୋରୀ ବାଳିକାଙ୍କ ସଚେତନତାମୂଳକ ତାଲିମ ଅନୁଷ୍ଠିତ

କିଶୋରୀ ବାଳିକାଙ୍କ ସଚେତନତାମୂଳକ ତାଲିମ ଅନୁଷ୍ଠିତ

ଢେଙ୍କାନାଳ:ତା.୨୩/୦୯/୨୦୨୬ରିଖ: (ମ ନି ସ    ): ଭାପୁରସ୍ଥିତ ଭୋଳେଶ୍ୱର ଧଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲ୍ ପରିସରରେ କିଶୋରୀ ବାଳିକାମାନଙ୍କ ପାଇଁ ଏକ ସଚେତନତାମୂଳକ ତାଲିମ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି।ଲୋକ ବିକାଶ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିସିପିଓ ଅନୁରାଧା ଗୋସ୍ୱାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଶୋରୀ ବାଳିକାମାନଙ୍କ ପ୍ରତି ହେଉଥିବା ଅଶୋଭନୀୟ ଆଚରଣ,ନିର୍ଯାତନା ଓ ଅନ୍ୟାନ୍ୟ ଅପରାଧରୁ ସୁରକ୍ଷା ପାଇଁ ଉପଲବ୍ଧ ଆଇନଗତ ସୁରକ୍ଷା ଓ ସହାୟତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ଶିଶୁମଙ୍ଗଳ କମିଟିର ପ୍ରାକ୍ତନ ସଦସ୍ୟ ବିଭୂତିଭୂଷଣ ଦାସ ସାମ୍ବିଧାନିକ ମୂଲ୍ୟବୋଧ,ଅଧିକାର ଓ ସମାଜ ପରିବର୍ତ୍ତନରେ କିଶୋରୀ ବାଳିକାମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।ଚାଇଲ୍ଡ ହେଲ୍ପଲାଇନ୍‌ର ପ୍ରୋଜେକ୍ଟ କୋଅର୍ଡିନେଟର ରୋଶନ କୁମାର ନନ୍ଦ ଶିଶୁମାନଙ୍କ ଅଧିକାର ଏବଂ ଜିଲ୍ଲାରେ ଚାଇଲ୍ଡ ହେଲ୍ପଲାଇନ୍ ପକ୍ଷରୁ ଶିଶୁମାନଙ୍କ ସୁରକ୍ଷା ଓ ସହାୟତା ପାଇଁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ।ଲୋକ ବିକାଶର ସମ୍ପାଦକ ତଥା ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଶେଖ୍ ଅବଦୁଲ ସଫୀକ୍ କିଶୋରୀ ବାଳିକାମାନଙ୍କ ସଶକ୍ତୀକରଣ,ନେତୃତ୍ୱ ବିକାଶ ଓ ସୁରକ୍ଷା ଦିଗରେ ସଂଗଠନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଉପସ୍ଥିତ ଅତିଥି ଓ ବାଳିକାମାନଙ୍କୁ ଅବଗତ କରାଇଥିଲେ।କାର୍ଯ୍ୟକ୍ରମରେ କିଶୋରୀ ବାଳିକାମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ନିଜ ଅଧିକାର,ସୁରକ୍ଷା,ଆଇନଗତ ସହାୟତା ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ।ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ କୃଷିଦା ବେଗମ୍ ସୁନ୍ଦର ଓ ସଫଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଶେଷରେ ଲୋକ ବିକାଶର ଫିଲ୍ଡ କୋଅର୍ଡିନେଟର ଅନିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହାପରେ କାର୍ଯ୍ୟକ୍ରମର ସମାପନ ଘୋଷଣା କରାଯାଇଥିଲା।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ଓଡ଼ିଶା ସାମ୍ୱାଦିକତା କ୍ଷେତ୍ରରେ ଡ଼. ପ୍ରଦୀପ ମହାପାତ୍ର ଜଣେ ଉଜ୍ବଳତମ ନକ୍ଷତ୍ର ଥିଲେ : ପ୍ରେମ୍‌‍ ସଭାପତି ଜାକୋବ୍‌‍ ଥୁଣ୍ଡ୍ରିଲ

masiha

ବାଣପୁର ଅଞ୍ଚଳର ବରିଷ୍ଟ ରାଜନେତା ତଥା ସମାଜସେବୀ ସୁଶିଲ୍ ବିଷୋୟୀଙ୍କ ଦ୍ବାଦଶାହ ସ୍ମୁତିଚାରଣ ସଭା

Sunil Chandra Nayak

ପଦ୍ମ ଶ୍ରୀ କମଳା ପୂଜାରୀଙ୍କ ପରଲୋକ 

masiha

Leave a Comment

error: Content is protected !!