ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବଳ ବର୍ଷା ପରିସ୍ଥିତି : ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ତ୍ୱରିତ ପଦକ୍ଷେପ

ପ୍ରବଳ ବର୍ଷା ପରିସ୍ଥିତି : ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ତ୍ୱରିତ ପଦକ୍ଷେପ

ନବରଙ୍ଗପୁର,:(୨୪ ସେପ୍ଟେମ୍ବର )(ରବି ନାରାୟଣ ମହାନ୍ତି ) ମଧ୍ୟମରୁ ପ୍ରବଳ ବର୍ଷା, ବଜ୍ରପାତ ଏବଂ ଘଣ୍ଟା ପ୍ରତି ୪୦–୫୦ କି.ମି. ବେଗରେ ପବନ ବହିବାର ସତର୍କ ସୂଚନା ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବ୍ୟାପୀ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି।ଜିଲ୍ଲାର ବିଭିନ୍ନ ସ୍ଥାନରେ ଘର କ୍ଷତି, ଗଛ ପଡ଼ିବା ଏବଂ ଜଳାବଦ୍ଧତା ଘଟଣାରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛି। ପ୍ରଭାବିତ ପରିବାରମାନଙ୍କୁ ପଲିଥିନ୍ ସିଟ୍, ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି। ଆବଶ୍ୟକତା ଅନୁଯାୟୀ ପରିବାରମାନଙ୍କୁ ସୁରକ୍ଷିତ ସ୍ଥାନ ଓ ଆଶ୍ରୟଗୃହକୁ ସ୍ଥାନାନ୍ତର କରାଯାଇଛି।ନନ୍ଦାହାଣ୍ଡି ବ୍ଳକ ସୋରୁଗୁଡ଼ା ଗ୍ରାମରେ ପାଚେରୀ ଭୁଶୁଡ଼ି ଜଣେ ମହିଳା ଆହତ ହୋଇଥିବାବେଳେ ତାଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ଉଦ୍ଧାର କରି ଚିକିତ୍ସା ସୁବିଧା ଯୋଗାଇବା ସହ ରେଡକ୍ରସ୍ ପାଣ୍ଠିରୁ ₹୫,୦୦୦/- ସହାୟତା ପ୍ରଦାନ କରାଯାଇଛି।ଦହଣା, ବାଙ୍ଗରିନାଲ ଏବଂ ଅଉଳିଗୁମା ବ୍ରିଜ୍ ନିକଟରେ ଜଳସ୍ତର ବୃଦ୍ଧି ଯୋଗୁଁ ପୋଲିସ୍ ଏବଂ ଅଗ୍ନିଶମ କର୍ମଚାରୀ ମୁତୟନ କରାଯାଇଛି ଏବଂ ଯାନବାହନ ଚଳାଚଳ ଉପରେ ଆବଶ୍ୟକ ନିୟନ୍ତ୍ରଣ ଲାଗୁ କରାଯାଇଛି ।ବିଭିନ୍ନ ସ୍ଥାନରେ ପଡ଼ିଥିବା ଗଛଗୁଡ଼ିକୁ ଅଗ୍ନିଶମ ବାହିନୀ, ରାଜସ୍ୱ ବିଭାଗ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ହଟାଯାଇଛି। ଜଳବନ୍ଦୀ ଅଞ୍ଚଳରେ ନିଷ୍କାସନ କାର୍ଯ୍ୟ ଜାରି ରହିଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ବନ୍ୟାପ୍ରବଣ ରାସ୍ତା ଓ ବ୍ରିଜ୍ ଅତିକ୍ରମ ନ କରିବା, ନଦୀଘାଟରେ ଡଙ୍ଗା ଚଳାଚଳରୁ ବିରତ ରହିବା ଏବଂ ପ୍ରଶାସନର ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଏକ ମାସ ରୋଜା ପାଳିଲେ ଶିଶୁ ଆସନ୍ତାକାଲି ଇଦ୍

Sunil Chandra Nayak

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗଣ ଦୌଡ଼ ଅନୁଷ୍ଠିତ

Sunil Chandra Nayak

ନୂଆଗାଁ ରେ ହାତୀ ବ୍ୟାପକ ଧାନ ଫସଲ ନଷ୍ଟ/ ୧୪ ରୁ ଉର୍ଦ୍ଧ୍ବ ଚାଷୀଙ୍କ ବିଲ ନଷ୍ଟ! ମାଣିକପୁର ଜଙ୍ଗଲରେ ହାତୀ ଛାଡ଼ିବି ଯାଉ ନାହାନ୍ତି

Sunil Chandra Nayak

Leave a Comment

error: Content is protected !!