ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ୟାର ରୂପ ନେଉଛି ଲଗାଣ ବର୍ଷା ଅନେକ ପ୍ରଭାବିତ

ବନ୍ୟାର ରୂପ ନେଉଛି ଲଗାଣ ବର୍ଷା ଅନେକ ପ୍ରଭାବିତ 

ଝରିଗାଁ, ୨୫ /୯ / ୨୬ : ଗତ ମଙ୍ଗଳବାର ୨୨ ତାରିଖ ଅପରାହ୍ନରେ ଆରମ୍ଭ ହୋଇଥିବା ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ବହିବା ଜାରି ରହିଛି। ୯୦ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଝିପିରୀ ବର୍ଷାର ଚାଦର ତଳେ ଢାଙ୍କି ହୋଇଛି ଝରିଗାଁ ବ୍ଲକର ସମୁଦାୟ ଅଞ୍ଚଳ। ପାଣିପାଗ ବିଭାଗର ସୂଚନା ପ୍ରକାରେ ବ୍ଲକରେ ବର୍ଷା ଅନୁପାତ ୩୯ ମିମି ରୁ ୬୦ ମୀମି ପର୍ଯ୍ୟନ୍ତ ବର୍ଷା ଜାରି ରହିଛି। ଗତକାଲି ୧୧୫.୨ ମିମୀ ବର୍ଷା ହୋଇଥିଲା ବାୟୁମଣ୍ଡଳ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସରୁ ରୁ ୨୨ ଡିଗ୍ରୀ ସେଲସିୟସ ରହିଥିବା ବେଳେ ବାୟୁମଣ୍ଡଳ ଆଦ୍ରତା ୯୬ ରୁ ୯୭ ପ୍ରତିଶତ ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଥିଲା କିଛିଦିନ । ତିନି ଦିନର ଲଗାଣ ବର୍ଷା ଓ ୧୮ ରୁ ୨୦ କିମି ବେଗରେ ପବନ ବହିବା ଯୋଗୁଁ ଥଣ୍ଡା ଅନୁଭୂତ ହେଉଛି। ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଲକ୍ଷ୍ମିବସ ଯାତାୟାତ ବନ୍ଦ ଥିବା ଦେଖିବାକୁ ମିଳିଛି। ବିଶେଷକରି ଟେମେର ପଞ୍ଚାୟତର ଚେପଟି ଆମ୍ବା ଓ କନକି , ଭିକ୍ଷା ପଞ୍ଚାୟତର କୋଦଭାଟା ଓ ଛୋଟା ଗୁଡ଼ା ଏବଂ ଇଚ୍ଛାପୁର ପଞ୍ଚାୟତର କେବିଡି , ଢ଼େପ ଗୁଡ଼ା ଓ ଧୁମାମ ଗୁରୁସିଙ୍ଗା ପଞ୍ଚାୟତର ଝାରୀଆ ନାଲ,ଟେଙ୍ଗଡ଼ ପକନା, ଖଇରୀ ପେଟ, ଝରିଗାଁ ପଞ୍ଚାୟତର ମଇନା ପଦର, ଦ୍ଧଡକା ଝରନ ଆଦି ଗାଁ କୁ ଯାତାୟାତ ବିଚ୍ଛିନ୍ନ ରହିଛି। ବିଶେଷକରି ଇଚ୍ଛାପୁର ପଞ୍ଚାୟତର ପୂର୍ବ ବନ୍ୟାରେ ଏକାଧିକ ବ୍ରିଜ ଉଭୟ ପାର୍ଶ୍ୱରେ ସଂଯୋଗ ଥିବା ରାସ୍ତା ଧୋଇ ଯିବାରୁ ଅସ୍ଥାୟୀ ଗମନାଗମନ ପାଇଁ ମାଟି ପକାଇ ପ୍ରଶାସନ ମରାମତି ଆରମ୍ଭ ଚାଲିଥିବା ବେଳେ ବର୍ତ୍ତମାନର ଲଗାଣବର୍ଷା ଅଧା ସାରିଥିବା କାମକୁ ଧୋଇ ନେଇଯାଇଛି। କେତେକ ଚାଷୀଙ୍କ ମକା ଚାଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଚାଷ ଜମି ଓ ରାସ୍ତା ଅଦୃଶ୍ୟ ହୋଇଛି ବର୍ଷା ପାଣିରେ। ବିରାଟ ସାଗର ଭଳି ଦୃଶ୍ୟମାନ ହେଉଛି। ତଳିଆ ଘର ଗୁଡିକରେ ରାସ୍ତା ପାଣି ଭରି ଯାଇଛି । ଧୋଡ୍ରା ପଞ୍ଚାୟତ ତେଲକୋନାଡି ଅଙ୍ଗୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଜଣେ ବ୍ୟକ୍ତି ଜଳବନ୍ଦୀ ହୋଇ ନୀଳଗିରି ଗଛରେ ଆଶ୍ରୟ ନେଇଥିବା ବେଳେ ଦୀର୍ଘ ୪ ଘଣ୍ଟା ପରେ ଉଦ୍ଧାର କରାଯାଇ ଉମରକୋଟ ହସ୍ପିଟାଲରେ ଚିକିତ୍ସା ହେଉଥିବା ସୂଚନା ମିଳିଛି।ବ୍ୟକ୍ତି ଜଣକ ହେଲେ ତେଲ କନାଡ଼ି ଗ୍ରାମର ସୁବାସ ଗାଉଁଟିଆ ନିଜ ନଦୀ ତଟ ସ୍ଥିତ ଧାନ ବିଲକୁ ମାଛ ଧରିବାକୁ ଯାଇ ଚାରି ଘଣ୍ଟା ଫସି ରହିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ। ଲଗାଣ ବର୍ଷା ରେ ଧୋଡ୍ରା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଣ୍ଠୁଏ ପାଣି | ଲଗାଣ ବର୍ଷା ରେ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୬ ପରିବାର ର ମାଟି ଘର ଗୁଡିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ପଲିଥିନ୍ ବଣ୍ଟନ କରାଯାଇଥିବା ଏବଂ ସ୍ଥିତି ଉପରେ ନଜର ରଖିଥିବା ତହସିଲଦାର ସୁମନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି। ସ୍ଥାନୀୟ ବିଧାୟକ ନରସିଙ୍ଗ ଭତରା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବୁଲୁଛନ୍ତି | ବର୍ଷା ବନ୍ଦ ହେଲେ କ୍ଷୟକ୍ଷତିର ସ୍ଥିତି ସମୀକ୍ଷା ସ୍ପଷ୍ଟ ହେବ ବୋଲି ଝରିଗାଁ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି |

ଗଣେଶ ଛତ୍ରିଆ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

୧- ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷା , ୨- ବନ୍ଧୁଗାଁ ବ୍ଲକରେ ସହିଦ ଲକ୍ଷ୍ମଣ ନାୟକ ଫାଶୀ ଦିବସ ପାଳିତ  , ୩- ଗନ୍ଧିଆ ମଇଳା ଆବର୍ଜନା କୁଡା କୁଡା ହୋଇ ଜମି ରହିଛି ଥାନା ସାମନ୍ନାରେ 

masiha

ଶିଶୁ ମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ସବୁ ସ୍ତରରେ ନିୟମିତ ସମୀକ୍ଷା ହେବା ଆବଶ୍ୟକ 

masiha

ଜିଲ୍ଲାରେ ଅଣସଂକ୍ରାମକ ରୋଗର ପ୍ରତିରୋଧ, ମାନସିକ ସ୍ୱାସ୍ଥ୍ୟ ଏବଂ ତମ୍ବାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ବୈଠକ 

masiha

Leave a Comment

error: Content is protected !!