ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରେଳବାଇ କର୍ମଚାରୀ ଙ୍କ ଦିନିକିଆ ଧର୍ମଘଟ ଆଶଙ୍କା

 ମେ ୩୧ରେ ଦେଶରେ ବନ୍ଦ ହୋଇପାରେ ରେଳ ସେବା?

“ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ”

ଦେଶରେ ଷ୍ଟେସନ ମାଷ୍ଟରମାନେ ଏକ ଦିବସୀୟ ବିକ୍ଷୋଭ ପ୍ରଦର୍ଶନ କରିପାରନ୍ତି। ଯଦି ଏପରି ହୁଏ ତାହେଲେ ୨୦୨୨ ମେ ୩୧ ରେ ସାରା ଦେଶରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋପାରେ। ସୂଚନାଥାଉକି, ଏବେ ଦେଶରେ ଥିବା ୩୫ ହଜାର ଷ୍ଟେସନମାଷ୍ଟର ରେଳ ମାସ ସରିବା ପୂର୍ବରୁ ତାଙ୍କ ଦାବୀ ଗୁଡ଼ିକ ପୁରଣ କରିବା ପାଇଁ ଦାବୀ କରୁଛନ୍ତି। ‘ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ର ରିପୋର୍ଟ ଅନୁସାରେ ଅଲ ଇଣ୍ଡିଆ ଷ୍ଟେସନ ମାଷ୍ଟର୍ସ ଏସୋସିଏସନ ୨୦୨୦ ଅକ୍ଟୋବର ମାସରୁ ତାଙ୍କ ଦାବୀ ପୁରଣ କରିବା ପାଇଁ ସଂଘର୍ଷ କରି ଆସୁଛନ୍ତି।

ଏସୋସିଏସନର ଅଧ୍ୟକ୍ଷ କହିଛନ୍ତି ବିକ୍ଷୋଭ ପ୍ରଦର୍ଶନ କରିବା ଛଡ଼ା ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ରାସ୍ତାନାହିଁ। ସୂଚନା ଅନୁସାରେ ସାରାଦେଶରେ ଏବେ ୬ ହଜାରରୁ ଅଧିକ ଷ୍ଟେସନ ମାଷ୍ଟର ପଦବୀ ଖାଲି ରହିଛି। ଏହି କାରଣରୁ ଦେଶର ଅଧାରୁ ଅଧିକ ଷ୍ଟେସନରେ କେବଳ ୨ ଜଣ ଷ୍ଟେସନ ମାଷ୍ଟର ନିଯୁକ୍ତ ହୋଇଛନ୍ତି। ଏପରି ଭାବେ ଷ୍ଟେସନ ମାଷ୍ଟରମାନଙ୍କର କାର୍ଯ୍ୟ କରିବାର ସମୟ ଆଠ ଘଣ୍ଟା। ଏହି ହିସାବରେ ପ୍ରତ୍ୟକ ଷ୍ଟେସନରେ ୩ ଜଣ ଷ୍ଟେସନମାଷ୍ଟର ମାନଙ୍କର ଆବଶ୍ୟକତା ରହିଛି। କିନ୍ତୁ କର୍ମଚାରୀମାନଙ୍କର ଅଭାବ ହେତୁ ସେମାନଙ୍କୁ ପ୍ରତ୍ୟକ ଦିନ ୧୨ ଘଣ୍ଟା କାର୍ଯ୍ୟ କରିବାକୁ ପଡ଼ୁଛି ।

ଏପରି ଭାବେ ଦେଖିବାକୁ ଗଲେ ଯେଉଁଦିନ ଜଣେ ସାପ୍ତାହିକ କର୍ମଚାରୀଙ୍କର ସାପ୍ତାହିକ ଛୁଟିଥାଏ ସେଦିନ ଅନ୍ୟ  ଷ୍ଟେସନରୁ କର୍ମଚାରୀଙ୍କୁ ଆଣିବାକୁ ପଡ଼ିଥାଏ। ତେଣୁ ବହୁତ ଅଳ୍ପ କର୍ମଚାରୀଙ୍କ ମଧ୍ୟରେ  ଛୁଟି ଆଦି ପରିଚାଳନା କରିବାରେ ବହୁତ ଅସୁବିଧା ହୋଇଥାଏ ବୋଲି ପ୍ରକାଶ ପାଇଛି।

ଵିଦ୍ୟାଧର ସାହୁଙ୍କ(ସଂଗୃହୀତ)ରିପୋର୍ଟ…

Related posts

ମହାଭାରତ କଥା–୫

ବିଜୟ କୁମାର ଜେନା ଙ୍କ କବିତା ଏ ମାଟିର କୀର୍ତ୍ତି ଆପାଶୋରା

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ବଡ଼୍‌ ଖିଜ୍‌ନି

Sunil Chandra Nayak

Leave a Comment

error: Content is protected !!