ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁର୍ବୃତ୍ତ ଙ୍କ ଆକ୍ରମଣରେ ଯୁବକ ଗୁରୁତର 

ଦୁର୍ବୃତ୍ତ ଙ୍କ ଆକ୍ରମଣରେ ଯୁବକ ଗୁରୁତର 

ରାଇରଙ୍ଗପୁର: କିଛି ଦୁର୍ବୃତ୍ତ ଙ୍କ ଆକ୍ରମଣରେ ଜଣେ ଯୁବକଙ୍କୁ ଲହୁଲୁହାଣ ହୋଇଥିବା ଦେଖିବାକୁ ମିଳିଛି। ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅଁଳାଡୁବା ଠାରେ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ମରଣାନ୍ତକ ଆକ୍ରମଣ ର ଶିକାର ହୋଇଥିବା ଯୁବକ ଜଣକ ହେଲେ ଅଁଳାଡୁବା ଗ୍ରାମର ଅଞ୍ଜୟ ପରିଡ଼ା(୪୬)। ଏ ନେଇ ରାଇରଙ୍ଗପୁର ଟାଉନ ଥାନାରେ ଅଞ୍ଜୟ ପରିଡ଼ା ଲିଖିତ ଅଭିଯୋଗ କରିବାରୁ ରାଇରଙ୍ଗପୁର ଟାଉନ ଥାନା ପୋଲିସ କେସ ନଂ ୩୧୫/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଖୋଜୁଛି। 

     ଅଭିଯୋଗ ଅନୁଯାୟୀ, ଅଞ୍ଜୟ ପରିଡ଼ା ଚାଲି ଚାଲି ନିଜ ଦୋକାନ କୁ ଯାଉଥିବା ସମୟରେ ଦିନ ପ୍ରାୟ ୩ଟା ସମୟରେ ହଠାତ ସେହି ଅଁଳାଡୁବା ର ସୁମିତ ଦାସ ଏକ ଲୁହା ଫାଇବର ସାହାଯ୍ୟରେ ଅଞ୍ଜୟ ଙ୍କୁ ମୁଣ୍ଡ କାନ ଓ ମୁହଁ କୁ ମାରି ଫଟାଇ ଦେଇ ରକ୍ତାକ୍ତ କରି ଦେଇଥିଲେ। ପରେ ଅଞ୍ଜୟ ଙ୍କୁ ଟଣା ଘୋଷରା କରି ପକେଟ୍ ରୁ ୫୦୦୦ ଟଙ୍କା ଲୁଟି ନେଇ ଯାଇଥିଲେ। କୌଣସି ମତେ ନିଜ ଜୀବନ ବଞ୍ଚାଇ ସେଠାରୁ ପଳାଇ ଆସି ମେଡିକାଲ ରେ ଭର୍ତ୍ତି ହୋଇଥିଲେ। ମେଡିକାଲ ରେ ତାଙ୍କ ମଥାରେ ୬ରୁ ୮ ଟି ଷ୍ଟିଚ ପଡିଥିବା ଜଣାପଡିଛି। ତେବେ ଏଭଳି ଦୁର୍ବୃତ୍ତ ଙ୍କ ବିରୁଦ୍ଧରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା। ସୁମିତ ଦାସ ଓ ତାଙ୍କ ସାଥି ମାନେ ରାସ୍ତା କଡ଼ରୁ ଏକ ଲୁହା ବୋର୍ଡ ଭାଙ୍ଗି ଚୋରି କରି ନେଉଥିବା ବେଳେ ଅଞ୍ଜୟ ପରିଡ଼ା ଦେଖି ଦେଇଥିଲେ। ଫଳରେ ରାଗରେ ସେମାନେ ମରଣାନ୍ତକ ଆକ୍ରମଣ କରିଥିବା କହିଛନ୍ତି ଅଞ୍ଜୟ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଶଙ୍କରପଲା ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ପର୍ଦାଫାଶ ,  ଅଭିଯୁକ୍ତ ପୁତୁରା ହଉଛି ମୁଖ୍ୟ ହତ୍ୟାକାରୀ

masiha

ରାଉରକେଲା ଅବକାରୀ ଅଧିକ୍ଷକ ବିପୁଳ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ

Sunil Chandra Nayak

ମନ୍ଦିର ରୁ ଚୋରି ଘଟଣା ,ଚୋରି ୬ ରୂପା ମୁକୁଟ ଉଦ୍ଧାର ଅଭିଯୁକ୍ତ ଗିରଫ

Sunil Chandra Nayak

Leave a Comment

error: Content is protected !!