ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଜ୍ୟ ସ୍ତରୀୟ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ସରକାରୀ ଏସ୍ ଏସ୍ ଡି ବାଳିକା ଉଚ୍ଚ ବିଦ୍ୟାଳୟ,ଡାବୁଗାଁ ର ୫ଜଣ ଛାତ୍ରୀ ମନୋନୀତ

ରାଜ୍ୟ ସ୍ତରୀୟ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ସରକାରୀ ଏସ୍ ଏସ୍ ଡି ବାଳିକା ଉଚ୍ଚ ବିଦ୍ୟାଳୟ,ଡାବୁଗାଁ ର ୫ଜଣ ଛାତ୍ରୀ ମନୋନୀତ

ଡାବୁଗାଁ:(୨୬|୯)(ଧୃତି ରଞ୍ଜନ ମହାନ୍ତି) ଗତ ୧୯ତାରିଖରେ ଜିଲ୍ଲା ସ୍ତରୀୟ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଆର୍ ସି ଡି ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ।ସରକାରୀ ଏସ୍ ଏସ୍ ଡି ବାଳିକା ଉଚ୍ଚ ବିଦ୍ୟାଳୟ ଡାବୁଗାଁରୁ ୧୦ ଜଣ ଛାତ୍ରୀ ଯୋଗ ଦେଇଥିଲେ । ଜୁନିଅର (୧୪ ବର୍ଷରୁ ତଳ) ରୁ ୩ଜଣ ଓ ସିନିୟର୍ ରୁ (୧୭ ବର୍ଷରୁ ତଳ) ରୁ ୭ ଜଣ ଭାଗ ନେଇଥିଲେ । ସେମାନଙ୍କ ଭିତରୁ ୨ ଜଣ ଜୁନିଅର ରେ,କବିତା ମାଝୀ ଅଷ୍ଟମ, କମଳା ପୂଜାରୀ – ଅଷ୍ଟମ ଏବଂ ସିନିୟର୍ ରୁ ୩ଜଣ ସୁନାମଣି ସାନ୍ତା- ଦଶମ ,ଉର୍ମିଳା ଭତରା – ଦଶମ ,କରିସ୍ମା ଗଣ୍ଡ- ନବମ ମନୋନୀତ ହେଇଛନ୍ତି। ୨୫/୦୯/୨୯୨୬ ଠାରୁ ୨୭/୦୯/୨୦୨୬ ରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର ଏମ୍ ଏଚ୍ ହାୟର ସେକେଣ୍ଡାରି ସ୍କୁଲ ଛତିଆ ଠାରେ ଅନୁଷ୍ଠିତ ହେବ । ନବରଙ୍ଗପୁର ଜିଲ୍ଲା ପାଇଁ ଭାଗ ନେବେ ବୋଲି ପିଲା ବହୁତ୍ ଖୁସି ଅଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସଂଯୁକ୍ତା ଦାସ, ଖେଳ ଶିକ୍ଷକ ମନୋଜ କୁମାର ବାଘ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଫଳତା କାମନା କରିଛନ୍ତି ।

ଡାବୁଗାଁ ରୁ ଧୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ l

Related posts

ବାର୍ଷିକ କ୍ରୀଡାଉତ୍ସବ’ର ଶୁଭାରମ୍ଭ

masiha

୧୬ ଏବଂ ୧୯ ବର୍ଷରୁ କମ୍ ବୟସ କ୍ରିକେଟ ଖେଳାଳି ନିମନ୍ତେ ଦୁଇ ଦିନିଆ ପଞ୍ଜିକରଣ କାର୍ଯ୍ୟକ୍ରମ 

masiha

ଆନ୍ତର୍ଜାତୀୟ କରାଟେ ଖେଳାଳି ଭାବେ ବାପା ପୁଅ ଙ୍କ ଜାପାନ ଗ୍ରସ୍ତ

Sunil Chandra Nayak

Leave a Comment

error: Content is protected !!