କର୍ଲାପାଟ ପୋଲିସ ଦ୍ବାରା ଏକ ଚୋର ଗ୍ଯାଙ୍କ ଙ୍କୁ ଗିରଫ କରିବାରେ ବଡ ସଫଳ
ଚୋରି ହୋଇଥିବା ମୋବାଇଲକୁ ହିଁ ଟ୍ରାକ କରି ପୋଲିସ ପାଇଲା ଏହି ସୁରାଖ
ଥୁଆମୁଳ ରାମପୁର:୨୬/୦୯ – (ମନିସ) :- ପୋଲିସ ଚୋରୀ ହୋଇଥିବା ମୋବାଇଲକୁ ଟ୍ରାକ କରାଯାଇ ସେଅନୁସାରେ ଯୋଜନା ବଦ୍ଧ ଭାବରେ ପୋଲିସର ଏକ ଟିମ ଗଠନ କରି ଚଡାଉ କରି ସଫଳ ହୋଇଥିବା ବେଳେ ୪ ଜଣ ଚୋରଙ୍କୁ ଗିରଫ ଙ୍କୁ ଗରିଫ କରିଥିବା ବେଳେ ଜଣେ ଚୋର ଫେରାର ଥିବା ଜଣାପଡିଛି ଗିରଫ ଚୋରଙ୍କୁ ଜାମିନ ନାମଞ୍ଜୁର ହେବାରୁ କୋର୍ଟ ହାଜତ ପଠାଯାଇଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲା କର୍ଲାପାଟ ଥାନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଗତ ତା ୧୦/୦୯/୨୦୨୬ ରିଖ ରାତି ୧୦ ଘଣ୍ଟା ସମୟରେ ୫ ଜଣ ଚୋର ଦୁଇଟି ବାଇକରେ ଆମଝୋଲା ଗାଁକୁ ଯାଇ ଗ୍ରାମର ସୁନା ମାଝୀଙ୍କ ଘରେ ପସି ବନ୍ଧୁକ ଓ ଛୂରୀ, ଟାଙ୍ଗି ଦେଖାଇ ୫୦ ହଜାର ଟଙ୍କା, ଡେଡ୍ ଭରି ସୁନା ଏବଂ ୩ ଟି ମୋବାଇଲ ଲୁଟିନେଇଥିଲେ। ଏନେଇ କର୍ଲାପାଟ ଥାନାରେ ସୁନା ମାଝୀ ଅଭିଯୋଗ କରିଥିଲେ। ମାମଲାକୁ ଆଧାର କରି ପୋଲିସ ତଦନ୍ତ ଜାରିରଖିଥିବା ବେଳେ ହଜିଯାଇଥିବା ମୋବାଇଲ ସାହାଯ୍ୟରେ ଟ୍ରାକ କରି ପୋଲିସ ଏହାର ସୁରାଖ ପାଇଥିଲେ। ସୁରାଖ ପାଇ ଥାନା ଅଧିକାରୀ ଶ୍ରୀକାନ୍ତ କୋଲକା ଓ ତାଙ୍କ ସହକର୍ମୀଙ୍କ ଦ୍ବାରା ଏକ ଟିମ ଗଠନ କରି ଚଡାଉ କରାଯାଇଥିଲା। ଚାଡାଉ ସମୟରେ ଜଣେ ଆସାମୀ ଫେରାର ଥିବା ବେଳେ ୪ ଜଣ ଚୋରଙ୍କୁ ଗରିଫ କରାଗଲା। ଗିରଫ ଚୋର ମାନେ ହେଲେ ନିଲାମ୍ବର ନାଏକ (୪୦) ଶଶି ନାଏକ (୨୮) ବିଭୁଷଣ ନାଏକ (୩୫) ସୁରେନ୍ଦ୍ର ନାଏକ (୩୨) ଙ୍କୁ ଗରିଫ କରାଯାଇଥିଲା ଗରିଫ ଚୋର ମାନେ କୋଷାବରା ଗ୍ରାମର ବୋଲି ସୂଚନା ରହିଛି। ଏହି ଚଡାଉ ସମୟରେ ଚୋରଙ୍କ ଠାରୁ ନଗଦ ୩୦ ହଜାର ଟଙ୍କା,୧ ଟି ସୁନାର ନାକ ଦଣ୍ତି, ୧ ଟି କାନର ରିଙ୍ଗ, ୧ ଟି ଦେଶୀ ବନ୍ଧୁକ, ୧ ଟି ଛୂରୀ, ୩ ଟି ମୋବାଇଲ ଫୋନ, ଗୋଟିଏ ମଟରସାଇକେଲ ଜବତ କରିଥିବା ବେଳେ କର୍ଲାପାଟ ଥାନା କେସ ନମ୍ବର ୨୫/୨୬ ୟୁ/ଏସ ୩୩୨(ବି)/୩୧୦(୨) ବିଏନଏସ ଏଆର ଏମଏସ ଆର୍ଟ ସେକସନ ୨୫/୨୭ ରେ ଋଜୁ କରି ଆସାମୀ ମାନଙ୍କୁ ଥୁଆମୁଳ ରାମପୁର ଜେଏମଏଫ୍ କୋର୍ଟ ଚାଲାଣ କରାଯାଇଥିଲା ହେଲେ ଜାମିନ ନାମଞ୍ଜୁର ହେବା ଯୋଗୁଁ ଭବାନୀପାଟଣା କୋର୍ଟ ହାଜତ କୁ ପଠାଗଲା। ଏନେଇ କର୍ଲାପାଟ ଥାନା ଅଧିକାରୀ ଶ୍ରୀ କୋଲକା ସୂଚନା ଦେଇଥିବା ଜଣାପଡିଛି।
ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

