ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଭାଗବତ ଜନ୍ମ ଉତ୍ସବ ପାଳନ , ୨- ମାଣିକପୁର ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ 

ଭାଗବତ ଜନ୍ମ ଉତ୍ସବ ପାଳନ 

ଆସିକା, ୨୭/୯/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ଜଗମୋହନ ଓ ସୁନ୍ଦରାପଲି ଗ୍ରାମରେ ଭାଗବତ ଜନ୍ମ ଉତ୍ସବ ପାଳନ ହୋଇଯାଇଛି । ଜଗମୋହନ ସ୍ଥିତ ସତୀମଠ ପରିସରରେ ମହନ୍ତ କୃପାସିନ୍ଧୁ ଦାସ ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନାମଯଜ୍ଞ, ଘୃତ ଯଜ୍ଞ ଓ ହୋମ କରାଯାଇ ଭାଗବତ ପାଠ କରାଯାଇଥିଲା ସଭାପତି ପ୍ରମୋଦ କୁମାର ମହାରଣା, ଗୋପାଳ କୃଷ୍ଣ ସାହୁ, ଦାମୋଦର ସାହୁ,ଦୁର୍ଯ୍ୟୋଧନ ସାହୁ,ନିତେଶ ସାହୁ,ଗଗନ ସାହୁ,ଆଲୋକ ବାଡତ୍ୟା ଓ ଆଶିଷ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ସୁନ୍ଦରା ପଲି ଭାଗବତ ଟୁଙ୍ଗି ରେ ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାସ, ଉପ ସଭାପତି ଗୋପୀନାଥ ଗୌଡ, ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ପାଢ଼ୀ,ସୁବାସ ଚନ୍ଦ୍ର ଡାକୁଆ ଙ୍କ ସହଯୋଗରେ ଭାଗବତ ପାରାୟଣ ପ୍ରବଚନ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି । ଉଭୟ ସ୍ଥାନରେ ପ୍ରତ୍ୟହ ଭାଗବତ ପାଠ କରାଯାଉଥିବାରୁ ଏହା ଶ୍ରାବଣ ପାଇଁ ବହୁ ଭକ୍ତ ଉପସ୍ଥିତ ହେଉଥିବା ଦେଖିବାକୁ ମିଳୁଛି।

ମାଣିକପୁର ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ 

ଆସିକା, ୨୮/୯/୨୬ (ଶିବ ଶଙ୍କର ମିଶ୍ର )।ଦୀର୍ଘଦିନର ବ୍ୟବଧାନ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଜନଶୁଣାଣୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଧରାକୋଟ ବ୍ଲକର ମାଣିକପୁର ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ହୋଇଥିବା ଜନ ଶୁଣାଣୀ ରେ ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ସି ଡି ପି ଓ ସୁନୀଲ ପ୍ରଭା ରଥ,କୃଷି ଅଧିକାରୀ ବିଶ୍ୱନାଥ ବେହେରା, ଆର ଡବ୍ଲୁ ଏସ ଏସ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ,ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ନାୟକ, ସହକାରୀ ଉଦ୍ୟାନ ଅଧିକାରୀ ଶ୍ରୀକାନ୍ତ ସେଠୀ,ଉଦ୍ୟାନ କୃଷି ଅଧିଦର୍ଶକ ପ୍ରଦୀପ କୁମାର ସେଠୀ, ବି ଏସ ଏସ ଓ ସଚିନ ପାତ୍ର, ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ରାକେଶ ମାଝୀ,ରାଜସ୍ୱ ନିରୀକ୍ଷକ ଏସ ଜଗେୟା,ସରପଞ୍ଚ ଉର୍ବଶୀ ବିଷୋୟୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ ରଞ୍ଜିତା ସବର,ଯୋଗାଣ ସହାୟକ ଲିଜା ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଆଜିର ଜନ ଶୁଣାଣୀ ରେ ସୁଭଦ୍ରା ଯୋଜନା ପାଇଁ ଜଣେ, ଆବାସ ଗୃହ ଯୋଜନା ପାଇଁ ଜଣେ, ରାସନ କାର୍ଡ ପାଇଁ ପାଞ୍ଚ ଜଣ ଓ ଭତ୍ତା ପାଇଁ ସାତ ଜଣ ନିଜ ନିଜର ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଏହି ଅବସରରେ ତିରିଶି ଜଣ ହିତାଧିକାରୀ ଙ୍କୁ ନୂତନ ଭତ୍ତା ବଣ୍ଟନ କରାଯାଇଥିଲା ।

Related posts

ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ କୁଲୁଘୁଟୁ ପଞ୍ଚାୟତ ପୁରସ୍କୃତ

Sunil Chandra Nayak

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବିଶିଷ୍ଟ ଶିକ୍ଷାବିତଙ୍କ ପରଲୋକ

masiha

Leave a Comment

error: Content is protected !!