ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା।ଆଜିର ସୁବିଚାର

ଆଜିର ସୁବିଚାର

 

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

କେବେ ଲୋଡା ପଡ଼ିବନି ହେ ଯିବାକୁ

ପୂଜିବା ପାଇଁ ଠାକୁର

ସୁଖ, ଶାନ୍ତି, ପ୍ରୀତି ଭକତି ଯେଉଁଠି

ସେଇଠି ଏକା ମନ୍ଦିର 

ସବୁରି କାମନା ଯହିଁ,

ପୂର୍ଣ୍ଣ ହୋଇଥାଏ ତୁମ କରମରେ

ମନ୍ଦିର ତାକୁ ବୋଲାଇ ll୧ ll

 

କରମ ଏପରି କରିବା ଜରୁରୀ

ଯେଉଁଠି ଆମେ ରହିବା

ହସି ହସାଇବା ସବୁରି ହୃଦୟ

ସରଗପୁର ଗଢ଼ିବା

ସମର୍ପଣ ଭାବ ରଖି,

ଉତ୍ତମ ବିଚାର କରି ଭରପୂର

ସଭିଙ୍କୁ କରିବା ସୁଖୀ ll୨ll

 

ଅତ୍ୟନ୍ତ ଦୁର୍ଲ୍ଲଭ ମଣିଷ ଜୀଵନ

ମିଛ ଅହମ୍ଭାବ ଛାଡ଼ି

ସଫଳ କରିବା ଏହି ଜନମକୁ

ପୀରତି ଭାବ ଅଜାଡି

ତେବେ ସିନା ସୁଖୀ ହେବା,

ସବୁଠି ବହିବ ମମତାର ସ୍ରୋତ

କେବେ ଦୁଃଖି ନ ହୋଇବା ll

 

ଫୁଲବାଣୀ, କନ୍ଧମାଳ

Related posts

ମାରଓ୍ଵାଡି ଯୁବା ମଞ୍ଚ ପକ୍ଷରୁ  ନବଜାତ  ଶିଶୁଙ୍କୁ କିଟ୍ ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ଏଆଇଟିୟୁସିର ତ୍ରୟୋଦଶ ରାଜ୍ଯ ସମ୍ମିଳନୀ ଅନୁଷ୍ଠିତ: ଵଞ୍ଚିଵା ପାଇଁ ସଂଗ୍ରାମ- ସଂଗ୍ରାମ କରି ଵଞ୍ଚିଵା – ସମସ୍ତ ସଂସ୍ଥାର ଶ୍ରମିକ କର୍ମଚାରୀଙ୍କୁ ୟୁନିୟନ ଭୁକ୍ତ କରିଵା ସଂକଳ୍ପ ଗୃହିତ:

Sunil Chandra Nayak

ମହାନଦୀ ଉପରେ ଧଳପୁର – ଆଠମଲ୍ଲିକ ସେତୁ ନିର୍ମାଣ ଶେଷ, ଲୋକାର୍ପଣକୁ ଅପେକ୍ଷା

Sunil Chandra Nayak

Leave a Comment

error: Content is protected !!