ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକର ବିଭିନ୍ନ ଅନୁଷ୍ଠାନରେ ଗାନ୍ଧୀ ଜୟନ୍ତୀ ପାଳିତ, ବିକଶିତ ଗ୍ରାମ ପଞ୍ଚାୟତକୁ ନେଇ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ 

ବନ୍ଧୁଗାଁ ବ୍ଲକର ବିଭିନ୍ନ ଅନୁଷ୍ଠାନରେ ଗାନ୍ଧୀ ଜୟନ୍ତୀ ପାଳିତ, ବିକଶିତ ଗ୍ରାମ ପଞ୍ଚାୟତକୁ ନେଇ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ 

ବନ୍ଧୁଗାଁ ତା ୨/୧୦/୨୬, ବନ୍ଧୁଗାଁ ବ୍ଲକର ବିଭିନ୍ନ ଅନୁଷ୍ଠାନରେ ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବ୍ଲକରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ, ପଞ୍ଚାୟତ କାର୍ଯ୍ୟାଳୟ, ବିଜେଡି ଓ କଂଗ୍ରେସ ଦଳ ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଆଜି ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତରେ ସରପଞ୍ଚ ମାନଙ୍କ ଅଧ୍ୟକ୍ଷତାରେ ବିକଶିତ ଗ୍ରାମପଞ୍ଚାୟତ ଯୋଜନା କୁ ନେଇ ସ୍ୱତନ୍ତ୍ର ଗ୍ରାମସଭା କରାଯାଇଛି। ଗ୍ରାମସଭା ରେ ସମସ୍ତ ଗ୍ରାମପଞ୍ଚାୟତ ର ୱାର୍ଡ ମେମ୍ବର, ସମିତି ସଭ୍ୟ ଓ ଗ୍ରାମର ମହିଳା ଓ ପୁରୁଷ ଉପସ୍ଥିତ ରହି ୨୦୨୭-୨୮ ବର୍ଷ ପାଇଁ ବିକଶିତ ଭାରତ ଜି ରାମ ଜି ଯୋଜନା ପ୍ରସ୍ତୁତ କରା ଯାଇଥିଲା। ପ୍ରତି ଗ୍ରାମରୁ ଆସିଥିବା ଗ୍ରାମବାସୀ ମାନେ ନିଜ ନିଜ ଗ୍ରାମର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ଅତି ସୁନ୍ଦର ପ୍ରସ୍ତାବ ଦେଇ ଥିଲେ। ବନ୍ଧୁଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଅଧ୍ୟକ୍ଷତା କରି ଥିବା ବେଳେ ପି ଇ ଓ ବୃନ୍ଦାବନ କୋଲେକା ପରିଚାଳନା କରିଥିଲେ।

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଡୋକାରିଚଞ୍ଚରା ଠାରେ ଶ୍ରୀରାମ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଗୁରୁ ନାନକ ପବ୍ଲିକ୍‌ ସ୍କୁଲ୍‌ରେ ଜାତୀୟ ପ୍ରେସ ଦିବସ ପାଳନ: ୫୦ରୁ ଅଧିକ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

masiha

ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ ସତ୍ୟ, ଅହିଂସା ଓ କର୍ତ୍ତବ୍ୟନିଷ୍ଠାର ଆଦର୍ଶ ଆପଣାଇବାକୁ ଆହ୍ୱାନ

Sunil Chandra Nayak

Leave a Comment

error: Content is protected !!