ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ରୀ ନିବାସ ପରିସରରେ ଖୋଲା ଟ୍ରାନ୍ସଫର୍ମର, ଦୁର୍ଘଟଣା ଆଶଙ୍କା

ଛାତ୍ରୀ ନିବାସ ପରିସରରେ ଖୋଲା ଟ୍ରାନ୍ସଫର୍ମର, ଦୁର୍ଘଟଣା ଆଶଙ୍କା

ରାଇରଙ୍ଗପୁର – ୩/୧୦ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳାସ୍ଥିତ କନ୍ୟାକୁମାରୀ ଛାତ୍ରୀ ନିବାସ ପରିସରରେ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ମୁକୁଳା ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି। ଛାତ୍ରୀ ନିବାସରେ ପ୍ରାୟ ୨୦୦ ଜଣ ଛାତ୍ରୀ ରହୁଥିବା ବେଳେ, ଏଭଳି ଅସୁରକ୍ଷିତ ଅବସ୍ଥାରେ ଟ୍ରାନ୍ସଫର୍ମର ରହିବାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।

ଛାତ୍ରୀ ନିବାସ ପରିସରରେ ଛାତ୍ରୀମାନଙ୍କ ନିୟମିତ ଯାତାୟାତ ରହୁଥିବାରୁ ମୁକୁଳା ଟ୍ରାନ୍ସଫର୍ମର ଯୋଗୁଁ ବିଦ୍ୟୁତ ଦୁର୍ଘଟଣାର ଆଶଙ୍କା ରହିଛି। ଅଘଟଣ ଘଟିବା ପୂର୍ବରୁ ଟ୍ରାନ୍ସଫର୍ମର ଚାରିପାଖରେ ସୁରକ୍ଷିତ ବାଡ଼ ନିର୍ମାଣ ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି ହୋଇଛି।

ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ବିଦ୍ୟୁତ ବିଭାଗ ଓ ସମ୍ପୃକ୍ତ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସ୍ଥାନୀୟ ମହଲରେ ଦାବି ହେଉଛି। ପ୍ରାୟ ୨୦୦ ଜଣ ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରାନ୍ସଫର୍ମର ଚାରିପାଖରେ ଶୀଘ୍ର ସୁରକ୍ଷିତ ବାଡ଼ ନିର୍ମାଣ କରାଯାଉ ବୋଲି ରାମଦୋଳି ୟୁଥ ପାୱାର ଆସୋସିଏସନ ପକ୍ଷରୁ ଦାବି କରାଯାଇଛି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

Irregularities Alleged in LPG Distribution by Jay Shree Balaji Gramin HP Gas Agency in Kolnara Block

Sunil Chandra Nayak

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ

masiha

ରାଇଘର ଠାରେ ତ୍ରିରଙ୍ଗା ଯାତ୍ରା 

masiha

Leave a Comment

error: Content is protected !!