ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହମିରପୁର ରେ ମହିଳାଙ୍କ ମଦମୁକ୍ତି ଶୋଭାଯାତ୍ରା 

ହମିରପୁର ରେ ମହିଳାଙ୍କ ମଦମୁକ୍ତି ଶୋଭାଯାତ୍ରା 

ରାଉରକେଲା: ହମିରପୁର ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ହମିରପୁର ମାସ୍ ଗୃପଙ୍କ ଆନୁକୂଲ୍ୟରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଅଞ୍ଚଳରେ ମହିଳା ମାନଙ୍କ ଦ୍ଵାରା ଏକ ମଦମୁକ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ସମାଜସେବୀ ସ୍ମିତା ମହାପାତ୍ର ଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ସମାଜସେବୀ ସୁନନ୍ଦା ସାମଲ, ସ୍ବାସ୍ଥ୍ୟକର୍ମୀ ଶାନ୍ତିଲତା ଜେନା,ଆଶା ନିଳିମା ଟପ୍ନୋ,ଅନିମା ଲାକ୍ରା,ଶ୍ୟାମା ସେଠୀ, ଗୀତା ଦାସ,ବେଲା ଛତ୍ରିଆ, କୈ।ଶଲ୍ୟା ରଜାକ,ବ୍ରିଜିନିଆ ଟେଟେ, ବିନିତା ବଡାଇକ ଓ ଗ୍ରାମର ଅନ୍ୟାନ୍ୟ ମହିଳା ମାନେ ଯୋଗଦେଇ ଏହି ସଚେତନତା ଶୋଭାଯାତ୍ରାରେ ସାମିଲ ହେବା ସହ ଏକ ସଚେତନତା ସଭା କରାଯାଇ ମଦ ବିରୋଧରେ ବକ୍ତବ୍ୟ ରଖିଥିଲେ। ଏହି ସଚେତନତା ସୃଷ୍ଟି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ବହୁ ଜନସାଧାରଣ ଉତ୍ସୁକତାର ସହ ଯୋଗଦେଇ ମଦ ବ୍ୟବହାରର ଅପକାରିତା ସମ୍ପର୍କରେ ଅବଗତ ହୋଇ ମଦ୍ୟପାନ ରୁ ନିବୃତ ହେବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ଏଥିପାଇଁ ଅନୁଷ୍ଠାନ ତରଫରୁ ଶ୍ରୀମତୀ ମହାପାତ୍ର ଅଞ୍ଚଳବାସୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଦ୍ୱାରା ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉଦଘାଟନ

Sunil Chandra Nayak

ମାତିଲେ ନବନିର୍ମାଣ କୃଷକ ସଂଗଠନ, ଜିଲ୍ଲପାଳଙ୍କ ବାସଭବନ ସାମ୍ନାରେ ବିଛେଇ ଦେଲେ ଧାନ

Sunil Chandra Nayak

ଧାନକଟା ସରିଲା, ମଣ୍ଡି ଖୋଲିଲା.. ତଥାପି ଆସିନି ଟୋକନ  ଧାନକିଣାରେ ବିଳମ୍ବ, ଅଭାବୀ ବିକ୍ରିର ଶିକାର ଚାଷୀ…..

Sunil Chandra Nayak

Leave a Comment

error: Content is protected !!