ବି.ବି.ହାଇସ୍କୁଲ୍ ରେ ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ପୋଷଣ ଅଭିଯାନ ଅନ୍ତର୍ଗତ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉପଲକ୍ଷେ “ସୁସ୍ଥ ଶିଶୁ,ସୁସ୍ଥ ପରିବାର,ସମୃଦ୍ଧ ଓଡ଼ିଶା” ଓ “ଆମ ଅଙ୍ଗନବାଡ଼ି,ଆମ ଦାୟୀତ୍ୱ” ବିଷୟରେ ପ୍ରବନ୍ଧ,କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା -୨୦୨୬ ଅନୁଷ୍ଠିତ
ଢେଙ୍କାନାଳ : ତା.୦୩.୧୦.୨୦୨୬ ରିଖ : ( ମ ନି ସ) ସ୍ଥାନୀୟ ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ପୋଷଣ ମାସ ଅଭିଯାନ ଅନ୍ତର୍ଗତ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉପଲକ୍ଷେ “ସୁସ୍ଥ ଶିଶୁ,ସୁସ୍ଥ ପରିବାର,ସମୃଦ୍ଧ ଓଡ଼ିଶା ” ଓ “ଆମ ଅଙ୍ଗନବାଡ଼ି,ଆମ ଦାୟୀତ୍ୱ” ବିଷୟବସ୍ତୁ ଉପରେ ପର୍ଯ୍ୟବେଶିତ ପ୍ରବନ୍ଧ,କୁଇଜ୍ ଓ ଡ୍ରଇଂ ପ୍ରତିଯୋଗିତା -୨୦୨୬ ଅନୁଷ୍ଠିତ ହୋଇଯାଇଛି।ଢେଙ୍କାନାଳ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ଢେଙ୍କାନାଳ ପକ୍ଷରୁ ଢେଙ୍କାନାଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆବାହକତ୍ୱ ଓ ମିଳିତ ଆୟୋଜନରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଢେଙ୍କାନାଳର ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ପ୍ରଧାନ ଶିକ୍ଷକ ମନୋଜ ରଞ୍ଜନ ଦଳେଇଙ୍କ ସଫଳ ନିର୍ଦ୍ଦେଶନା,ମାର୍ଗଦର୍ଶନ ଓ ପ୍ରେରଣାରେ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ବଳିଷ୍ଠ ନେତୃତ୍ବ ଓ ସଂଯୋଜନାରେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ସଂସ୍କୃତ ଶିକ୍ଷକ ଦୀପ୍ତିଶ୍ କୁମାର ଶତପଥିଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା କାର୍ଯ୍ୟକ୍ରମର ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ସ୍ବାଗତ ଭାଷଣ,କାର୍ଯ୍ୟକ୍ରମର ଲକ୍ଷ୍ୟ,ଉଦ୍ଦେଶ୍ୟ ତଥା ସୁଦୂରପ୍ର ସାରୀ ଆଭିମୁଖ୍ୟ ପ୍ରଦାନ ଅବସରରେ ସୂପୋଷିତ ଭାରତ, ସାକ୍ଷର ଭାରତ,ସଶକ୍ତ ଭାରତ ପରିକଳ୍ପନା ପାଇଁ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱକୁ ସମସ୍ତେ ଉପଲବ୍ଧି କରି ଏଥିପାଇଁ ସମସ୍ତେ ଆଗେଇ ଆସିବା ପାଇଁ ଦୃଢ଼ ଆହ୍ଵାନ ଜଣାଇବା ସଙ୍ଗେ ସଙ୍ଗେ “ସୁସ୍ଥ ଶିଶୁ,ସୁସ୍ଥ ପରିବାର,ସମୃଦ୍ଧ ଓଡ଼ିଶା” ସମ୍ପର୍କରେ ଜନସଚେତନତାର ବଳିଷ୍ଠ ବାର୍ତ୍ତା ପ୍ରଦାନ କରିଥିଲେ ।ଜିଲ୍ଲାର କୋଣ ଅନୁକୋଣରୁ ଅନେକ ଅନୁଷ୍ଠାନର ଛାତ୍ରୀ ଛାତ୍ର, ଶିକ୍ଷୟିତ୍ରୀ,ଶିକ୍ଷକ ଏହି କାର୍ଯ୍ୟକ୍ରମରେ ସକ୍ରିୟ ତଥା ସଫଳ ଅଂଶଗ୍ରହଣ କରିଥିଲେ।ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ ବୃନ୍ଦ ସମ୍ମିଳିତ ଭାବରେ ଏହି ବିଦ୍ୟାଳୟର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର ଓ ବିଭାଗୀୟ ଅଧିକାରୀବୃନ୍ଦଙ୍କ ନେତୃତ୍ୱ,ମାର୍ଗଦର୍ଶନ ଓ ସହାୟତାରେ ଏହି ସମସ୍ତ ପ୍ରତିଯୋଗିତାରେ ବିଚାରକ ଭାବରେ ଉପସ୍ଥିତ ରହି ପ୍ରତିଯୋଗୀ ଛାତ୍ରୀ,ଛାତ୍ରମାନଙ୍କର ପ୍ରଦର୍ଶନକୁ ମୂଲ୍ୟାୟନ କରି ପ୍ରତ୍ୟେକ ବିଭାଗରୁ ଶ୍ରେଷ୍ଠ ତିନି ଜଣ ଲେଖାଏଁ ସଫଳ ପ୍ରତିଯୋଗୀ ମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଶଂସା ପତ୍ର ଓ ପୁରସ୍କାର ପାଇବାକୁ ମନୋନୀତ କରିଥିଲେ।ବିଭାଗୀୟ ଅଧିକାରୀ ବୃନ୍ଦ ସ୍ଵୀୟ ସ୍ଵୀୟ ଅଭିଭାଷଣରେ “ସୁସ୍ଥ ଶିଶୁ,ସୁସ୍ଥ ପରିବାର,ସମୃଦ୍ଧ ଓଡ଼ିଶା” ଓ “ଆମ ଅଙ୍ଗନବାଡ଼ି,ଆମ ଦାୟୀତ୍ୱ” ବିଷୟବସ୍ତୁ ସମ୍ପର୍କରେ ସବିଶେଷ ଆଲୋଚନା କରି ମାର୍ଗଦର୍ଶନ କରିଥିଲେ।ପ୍ରବନ୍ଧ ଲିଖନ ବିଭାଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,କପିଳାସର ଛାତ୍ରୀ ସନ୍ତୋଷୀ ସିଦ୍ଧୁ ପ୍ରଥମ,ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍ ,ଢେଙ୍କାନାଳର ଛାତ୍ରୀ ଅତିଫା ଜରୀନ ଦ୍ଵିତୀୟ ଓ ସ୍ଥିତିପ୍ରଜ୍ଞା ମହାପାତ୍ର ତୃତୀୟ ସ୍ଥାନ ହାସଲ କରିଥିଲେ।ସେହିପରି କୁଇଜ୍ ପ୍ରତିଯୋଗିତାରେ ଉଦୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟ,ନାଥୁଆର ଛାତ୍ର ବଳଭଦ୍ର ଖିଲାର ପ୍ରଥମ,ପିଏମ୍ ଶ୍ରୀ ସିଦ୍ଧେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ,ନାଥୁଆର ଛାତ୍ରୀ ସୋନାଲିକା ବେହେରା ଦ୍ୱିତୀୟ,ଯୋରନ୍ଦା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସନ୍ତୋଷୀ ସାହୁ ତୃତୀୟ,ଡ୍ରଇଂ ପ୍ରତିଯୋଗିତାରେ ଉଦୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟ,ନାଥୁଆର ଛାତ୍ର ଆଶୀର୍ବାଦ ରାଉତ ପ୍ରଥମ,ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍ ,ଢେଙ୍କାନାଳର ଛାତ୍ରୀ ଶୁଭଲକ୍ଷ୍ମୀ ବେହେରା ଦ୍ୱିତୀୟ ଓ ଶ୍ରୀୟା ବିଶ୍ୱାଳ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବିଧାରପୁରର ଛାତ୍ର ଶୁଭମ୍ ସାହୁ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିଲେ ଓ ଅପରାହ୍ନରେ ନୂତନ ଜିଲ୍ଲା ପରିଷଦ ହଲ୍ ରେ ମଞ୍ଚାସୀନ ଅତିଥିମାନଙ୍କ ଦ୍ଵାରା ପ୍ରମାଣପତ୍ର ଓ ପୁରସ୍କାର ପାଇ ବିଦ୍ୟାଳୟର ଗୌରବ ବୃଦ୍ଧି କରି ପାରିଥିଲେ।ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ଢେଙ୍କାନାଳ ପକ୍ଷରୁ ଏସ୍ ୱବ୍ଲ୍ୟୁ ଓ ରୁକ୍ମିଣୀ ସାହୁ ଙ୍କ ମାର୍ଗଦର୍ଶନରେ ଏସ୍ ଡି ପିଓ ହିନ୍ଦୋଳ, ଚନ୍ଦନା ମାଝୀ,ଏସ୍ ଡି ପିଓ କାମାକ୍ଷା ନଗର,ବବିତା ବେହେରା, ଡିପିଏ ପ୍ରଜ୍ଞାଦୀପ୍ତି ରାଉତ,ଏଫ୍ଏ ଲ୍ ରାଜେଶ ରୋଶନ ରାଉତ,ଏମ୍ ଟି ଏସ୍ ସୂର୍ଯ୍ୟକାନ୍ତ ପ୍ରଧାନ,ପୋଷଣ,ବିଦ୍ୟାଳୟର ୬୦୦ରୁ ଉର୍ଦ୍ଧ୍ବ ସମସ୍ତ ଛାତ୍ରୀଛାତ୍ରମାନେ,ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ମାନେ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମୀର କୁମାର ପରିଡ଼ା,ଉପସଭାପତି ସଦସ୍ୟା,ସଦସ୍ୟଙ୍କ ସମେତ ପ୍ରାକ୍ତନ ବରିଷ୍ଠ ଶିକ୍ଷକ ତଥା ବିଦ୍ୟାଳୟ ପରିଚାଳନା କମିଟିର ଆଲୁମିନି ପ୍ରତିନିଧି ସଦସ୍ୟ ଡା.ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ, ସୁଜାତା ପଣ୍ଡା,ନଳିନୀ ବେହେରା,ସୁଚିତ୍ରା ସାହୁ,ଜ୍ୟୋତି ରଞ୍ଜନ ନାୟକ,ଶୁଭସୁନ୍ଦର ବେହେରା,ରାକେଶ କୁମାର ସାହୁ, ଅପରାଜିତା ସାମଲ,ରାଜଶ୍ରୀ ପାତ୍ର,ସୁଚିସ୍ମିତା ମହାନ୍ତି, କିରଣମୟୀ ମହାଳିକ,କଲ୍ୟାଣୀ ବଡ଼ଜେନା,କ୍ଷୀରାବଧିତନୟା ମହାପାତ୍ର,ସ୍ମିତିସୁଧା ଜେନା,ଅନିତା ସାହୁ,ସ୍ମିତା ପଟ୍ଟନାୟକ, କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ ଓ ଅଜିତ କୁମାର ବାରିକ,ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା, ଚତୁର୍ଥ ଶ୍ରେଣୀ କର୍ମଚାରୀ ବାସୁଦେବ ରଣା,ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ।ପରିଶେଷରେ କାର୍ଯ୍ୟକ୍ରମର ସଂଯୋଜକ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

