କେସିଙ୍ଗା ଅବକାରୀଙ୍କ ବଡ଼ ସଫଳତା , ୬୦ ଲିଟର ହାତରନ୍ଧା ମହୁଲି ମଦ ଜବତ, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ
କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। କେସିଙ୍ଗା ବ୍ଲକ ଅଧୀନସ୍ଥ ଗୁଣ୍ଡାବନ୍ଧ ଗ୍ରାମପଞ୍ଚାୟତର ଗୁର୍ଜିମୁଣ୍ଡା ଗ୍ରାମ ନିକଟରେ ଚଢ଼ାଉ କରି ଅବକାରୀ ବିଭାଗ ୬୦ ଲିଟର ହାତରନ୍ଧା ମହୁଲି ଦେଶୀ ମଦ ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
କେସିଙ୍ଗା ଅବକାରୀ ଉପନିରୀକ୍ଷକ ମଳୟ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅବକାରୀ ବିଭାଗର ଟିମ୍ ଗୁର୍ଜିମୁଣ୍ଡା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ହିରୋ ପ୍ରେଣ୍ଡର ବାଇକ୍ (ନମ୍ବର- OD 08 Z 4581)କୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ବାଇକ୍ରୁ ୬୦ ଲିଟର ହାତରନ୍ଧା ମହୁଲି ଦେଶୀ ମଦ ଜବତ ହୋଇଥିଲା।
ଏହି ଘଟଣାରେ ଉମାଶଙ୍କର ଦୀପ (୧୯) ଓ ପ୍ରତିଭା ଦୀପ (୪୮)ଙ୍କୁ ଗିରଫ କରାଯାଇଥିଲା। ପରେ ରବିବାର ଦିନ ଅବକାରୀ ବିଭାଗ ପକ୍ଷରୁ କେସ୍ ନମ୍ବର ୧୦୫/୨୦୨୬-୨୭ ଅନୁଯାୟୀ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଏହି ଚଢ଼ାଉ ଓ ଜବତ ପ୍ରକ୍ରିୟାରେ ଅବକାରୀ ବିଭାଗର ମେଘନାଦ ବେହେରା, ସିଦ୍ଧାନ୍ତ ପଟ୍ଟନାୟକ, ସିଆରି ହରିଜନ ଓ ମହିଳା କନଷ୍ଟେବଳ କୀର୍ତ୍ତି ଜେନା ପ୍ରମୁଖ ସାମିଲ ଥିଲେ।
୭୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ଭବାନୀପାଟଣା: କେସିଙ୍ଗା ଅଞ୍ଚଳର ପ୍ରାୟ ୧୨୦ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟାଙ୍କ ଠାରୁ ପ୍ରାୟ ୭୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ରୁଜୁ ହୋଇଥିବା ମାମଲାର ଅଭିଯୁକ୍ତ କେସିଙ୍ଗା ନିବାସୀ ଶ୍ରୀ ସତୀଶ କୁମାର ଜୈନ ଙ୍କୁ ଭବାନୀପାଟଣା ଜିଲ୍ଲା ଓ ଦୌରା ଜଜ୍ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ଘଟଣା ରୁ ପ୍ରକାଶ ଯେ କେସିଙ୍ଗା ଅଞ୍ଚଳର ପ୍ରାୟ ୧୨୦ SHG ଗ୍ରୁପ୍ ମହିଳାଙ୍କ ଠାରୁ 2023 ମସିହା ରେ କେସିଙ୍ଗା ନିବାସୀ ଶ୍ରୀ ସତୀଶ କୁମାର୍ ଜୈନ ୭୫ ଲକ୍ଷ୍ୟ ଟଙ୍କା ଠକେଇ କରି ନେଇ ଥିବାର କେସିଙ୍ଗା ଥାନା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି କେସିଙ୍ଗା ଥାନା କେସ ନମ୍ବର 95/2023 ରୁଜୁ ହୋଇଥିଲା। କେସିଙ୍ଗା ପୁଲିସ ତଦନ୍ତ କରି ଶ୍ରୀ ସତୀଶ କୁମାର୍ ଜୈନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଏବଂ ଶ୍ରୀ ସତୀଶ କୁମାର ଜୈନକ ବିରୁଦ୍ଧରେ ରେ IPC ଧାରା ୪୧୯/୪୨୦ ରେ ଚାର୍ଜ ସିଟ୍ ଦାଖଲ କରିଥିଲା । ଏହି ମାମଲା କୁ ମାନ୍ୟବର JMFC କେସିଙ୍ଗା ବିଚାର କରି, ୧୯ ଜଣ ସାକ୍ଷୀଙ୍କ ବୟାନ ତଥା ବିଭିନ୍ନ ଦସ୍ତାବିଜ କୁ ଆଧାର କରି ଶ୍ରୀ ସତୀଶ କୁମାର୍ ଜୈନ ଙ୍କୁ ଦୋଷୀ ସାବ୍ୟସ୍ତ କରି 5000/- ଟଙ୍କା ଜୋରିମାନା ସହ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ।ଉକ୍ତ ରାୟକୁ ଚେଲେଞ୍ଜ କରି ଶ୍ରୀ ସତୀଶ କୁମାର ଜୈନ ମାନ୍ୟବର ଜିଲ୍ଲା ଓ ଦୌରା ଅଦାଲତ, ଭବାନୀପାଟଣା ରେ Criminal Appeal No. 39/2023 ଦାୟର କରିଥିଲେ।ଉକ୍ତ ଅପିଲ କୁ ଶୁଣାଣି କରି ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀଯୁକ୍ତ ଅନୁପ ରଞ୍ଜନ ପଟ୍ଟନାୟକ ମାମଲାରେ ଉପସ୍ଥାପିତ ମୌଖିକ ଓ ଦସ୍ତାବିଜୀ ସାକ୍ଷ୍ୟ, ରେକର୍ଡରେ ମହଜୁଦ ଥିବା ବିଭିନ୍ନ ତଥ୍ୟ ଏବଂ ଅଭିଯୁକ୍ତଙ୍କ ଓକିଲକ ପକ୍ଷରୁ ଉପସ୍ଥାପିତ ଆଇନଗତ ଯୁକ୍ତିକୁ ବିଚାର କରି ଗତ ତା. ୨୮/୦୯/୨୦୨୬ ରିଖରେ ଚୂଡ଼ାନ୍ତ ରାୟ ପ୍ରକାଶ କରି, ତଳ ଅଦାଲତର ରାୟକୁ ପରିବର୍ତ୍ତନ କରି ଶ୍ରୀ ସତୀଶ କୁମାର ଜୈନଙ୍କୁ ଉକ୍ତ ମାମଲାରେ ନିର୍ଦ୍ଦୋଷରେ ଘୋଷଣା କରିଛନ୍ତି । ଏହି Criminal Appeal ମାମଲାକୁ ଭବାନୀପାଟଣାର ବରିଷ୍ଠ ଆଇନଜୀବୀ ଶ୍ରୀ କୁନାଲ କୁମାର ବେହେରାଙ୍କ ନେତୃତ୍ୱରେ ଆଇନଜୀବୀ ଶ୍ରୀ ଅମିତ ପ୍ରସାଦ ଜୈନ, ଶ୍ରୀ ଶେଷଦେବ ସାହୁ, ଶ୍ରୀ ଶଶାଙ୍କ ଶେଖର ନେଗୀ ସମେତ ଅନ୍ୟ ସହଯୋଗୀ ଆଇନଜୀବୀମାନେ ପରିଚାଳନା କରିଥିଲେ।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

