ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ସାରସ୍ୱତ ଆଲୋଚନାଚକ୍ର ଓ କବିତା ପାଠ ଉତ୍ସବ 

ଜିଲ୍ଲାସ୍ତରୀୟ ସାରସ୍ୱତ ଆଲୋଚନାଚକ୍ର ଓ କବିତା ପାଠ ଉତ୍ସବ 

ନବରଙ୍ଗପୁର:(୪|୧୦)(ରବି ନାରାୟଣ ମହାନ୍ତି)ଓଡିଶା ସାହିତ୍ୟ ଏକାଡେମୀ ଓ ଦାସିଆ ସାଂସ୍କୃତିକ ପରିଷଦ ଉମରକୋଟର ମିଳିତ ସହଯୋଗରେ ସ୍ଥାନୀୟ ଏସ. ଏସ. ଇଣ୍ଟରନ୍ୟାସନାଲ ହୋଟେଲ ଠାରେ ଜିଲ୍ଲାସ୍ତରୀୟ ଏକଦିବସୀୟ ଆଲୋଚନାଚକ୍ର ଓ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ଉପ ସଚିବ ଶ୍ରୀ ସଞ୍ଜୟ କୁମାର ଛୁଆଳସିଂହ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଶ୍ରୀ ବାବୁରାମ ପାତ୍ର ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ lଶିକ୍ଷାବିତ ଉମେଶ ଚନ୍ଦ୍ର ଭୁକ୍ତା (ବିଶିଷ୍ଟ ଅତିଥି), ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ବଲ୍ଲଭ ରାଉତ ( ବରେଣ୍ୟ ଅତିଥି ), ପଦ୍ମନାଭ ସେଠୀ ( ସମ୍ମାନିତ ଅତିଥି ), ସଭାପତି ଟୁଟୁବାବୁ ପଟ୍ଟନାୟକ, ଆଲୋଚକ ଭାବେ ଜଳନ୍ଧର ସ୍ୱାଇଁ, ଡ଼. ପ୍ରଦୀପ କୁମାର ମିଶ୍ର, ପ୍ରଫୁଲ କୁମାର ରାଉତ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧିରେ ନବରଙ୍ଗପୁର ଜିଲ୍ଲାର ଅବଦାନ ବିଷୟରେ ବକ୍ତବ୍ୟ ରଖିଥିଲେ l ପରିଷଦର ସଭ୍ୟା ସୁଶ୍ରୀ ରାଧା ରାଣୀ ସରକାର ଅତିଥି ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ନବରଙ୍ଗପୁର ଜିଲ୍ଲାରେ ଓଡ଼ିଆ ଭାଷାକୁ ସମୃଦ୍ଧ କରିବାରେ ଓଡିଶା ସାହିତ୍ୟ ଏକାଡେମୀ ଓ ଦାସିଆ ସାଂସ୍କୃତିକ ପରିଷଦର ସମ୍ମିଳିତ ଉଦ୍ୟମର ଭୂୟସୀ ପ୍ରଶଂସା କରିବା ସହ ଉପାନ୍ତ ଅଂଚଳ ପ୍ରତି ଏକାଡେମୀର ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଓ ଗୁରୁତ୍ବ ସର୍ବଦା ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଆସନ୍ତା ବର୍ଷଠାରୁ ବିଶିଷ୍ଟ ଛନ୍ଦ କବି ଶ୍ରୀ ରଘୁନାଥ ପଟ୍ଟନାୟକଙ୍କ ଜୟନ୍ତୀ ଏକାଡେମୀ ତରଫରୁ ପାଳିତ ହେବ ବୋଲି ପ୍ରତିଶ୍ରୁତି ଦେଇ ଥିଲେ l ବିଶିଷ୍ଟ ବାଗ୍ମୀ ଶ୍ରୀ ବଲ୍ଲଭ ରାଉତ ଆମ ଭାଷା ଓ ଭାବନା ହିଁ ଆମ ସମ୍ପର୍କକୁ ଦୃଢ଼ କରି ଏକ ସୁଦୃଢ ରାଷ୍ଟ୍ର ଗଠନରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ l ପରିଷଦର ଉପଦେଷ୍ଟା ଶ୍ରୀ ସମୀର କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ l ଦ୍ୱିତୀୟ ଅଧିବେଶନରେ ଆୟୋଜିତ କବିତା ପାଠ ଉତ୍ସବରେ କେଦାରେଶ୍ୱର ପଟ୍ଟନାୟକ ( ସଭାପତି ), ସମ୍ମାନିତ ଅତିଥି ଭାବେ ପରୀକ୍ଷିତ ସାହୁ, ରାମକୃଷ୍ଣ ନାୟକ,ନମିତା ମହାପାତ୍ର, ସଂଯୋଜକ ଭାବେ ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ରାଧାରାଣୀ ସରକାର, ସ୍ଵାଗତିକା ସାହୁ ମଞ୍ଚାସୀନ ଥିଲେ l ଅଭିଭକ୍ତ କୋରାପୁଟ ଜିଲ୍ଲାର ଶତାଧିକ କବି / କବୟିତ୍ରୀ ନିଜ କବିତା ପାଠ କରି ଏକାଡେମୀ ତରଫରୁ ପାରିତୋଷିକ ଓ ପ୍ରଶସ୍ତି ପତ୍ର ଗ୍ରହଣ କରିଥିଲେ l ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମରେ ଯେଉଁମାନେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ ସେମାନେ ହେଲେ ବିରଞ୍ଚି ସୁନାନୀ , ସମୀର କୁମାର ପ୍ରଧାନ, ସାଗର କୁମାର ପରିଡା, ରାଜକିଶୋର ନାୟକ, ସୁରେଶ ଚନ୍ଦ୍ର ପଣ୍ଡା, ବିମଳ କୁମାର ବାରୋଇ, ବିଷ୍ଣୁ ପ୍ରସାଦ ସାହୁ, ରଞ୍ଜନ ଗୌଡ଼, ଗଣେଶ ପ୍ରସାଦ ରଣା, ଶାନ୍ତିଲତା ମହାନ୍ତି, ସବିତା ସେନାପତି, ସଞ୍ଜୟ କୁମାର ସାମଲ, ନିଳକଣ୍ଠ ଚମ୍ପତି, ବିବେକାନନ୍ଦ ପଟ୍ଟନାୟକ, ନମିତା ବିଶ୍ୱାସ,ମିନାକ୍ଷୀ ଚୌଧୁରୀ , ଶୁଭସ୍ମିତା ପଟ୍ଟନାୟକ,ଅଞ୍ଜନ କୁମାର ଦାଶ, ଅଭୟ କୁମାର ମିଶ୍ର, ଷ୍ଟାଲିନ ସାମନ୍ତରାୟ, ,ଅଞ୍ଜନ କୁମାର ଦାଶ,ସତ୍ୟେନ୍ଦ୍ର ରାଉତ, ରାଜେଶ ଜୀ, ଜଗବନ୍ଧୁ ବଡସେଠ, ପରିଶେଷରେ ଶ୍ରୀ ସତ୍ୟେନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଉରକେଲା ପୋଲିସ୍ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଓଡିଶା – ୨୦୨୫

Sunil Chandra Nayak

ବାଲ୍ୟ ବିବାହ ରୋକିଲା ପ୍ରଶାସନ

Sunil Chandra Nayak

ବିଜେପି ବରିଷ୍ଠ ନେତା ସୁଦାମା ଶର୍ମାଙ୍କ ବିୟୋଗରେ ବିଜେପିର ଶୋକ 

masiha

Leave a Comment

error: Content is protected !!