ସୁବର୍ଣ୍ଣରେଖା ରାଇବଣିଆ ରୋଟାରୀ କ୍ଲବର ଅଷ୍ଟମ ଅଧିଷ୍ଠାନ ଦିବସ ଅନୁଷ୍ଠିତ
ଜଳେଶ୍ଵର,୫/୧୦-(ମନିସ)-ଜଳେଶ୍ୱରର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସୁବର୍ଣ୍ଣରେଖା ରାଇବଣିଆ ରୋଟାରୀ କ୍ଲବର ଅଷ୍ଟମ ଅଧିଷ୍ଠାନ ଦିବସ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।କ୍ଲବର ବିଦାୟୀ ସଭାପତି ପ୍ରାଣକୃଷ୍ଣ ଗିରିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ରୋଟାରୀ ଜିଲ୍ଲା ୩୨୬୨ର ପୂର୍ବତନ ଗଭର୍ଣ୍ଣର ତଥା ସି.ଓ.ଏଲ୍ ଯଜ୍ଞାଶିଷ ମହାପାତ୍ର ଯୋଗଦେଇ ବିଶ୍ୱର ସର୍ବଶ୍ରେଷ୍ଠ ସ୍ବେଚ୍ଛାସେବୀ ସଙ୍ଗଠନକୁ ସୁଦୃଢ ଓ ସୁସଙ୍ଗଠିତ କରିବା ଆବଶ୍ୟକ ରହିଛି ବୋଲି ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ରୂପେ ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ମହାନ୍ତି ରୋଟାରୀ କ୍ଲବର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ପରେ ଚଳିତ ବର୍ଷର ସଭାପତି ରୂପେ ପିପି ସୁକୁମାର ରଣା ଓ ସମ୍ପାଦକ ରୂପେ ସପନ କୁମାର ଜେନା ସେମାନଙ୍କ ନୂତନ ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ରୋଟାରୀ କ୍ଲବର ପୂର୍ବତନ ସଭାପତି ଡ଼ଃ ନୀଳକଣ୍ଠ ଖଣ୍ଡା ଅତିଥି ପରିଚୟ ଓ ମଞ୍ଚ ଆହ୍ୱାନ କରିଥିଲେ।କ୍ଳବର ପୂର୍ବତନ ସଭାପତି ପ୍ରଫେସର ଶ୍ୟାମା ଚରଣ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପ୍ରତିଷ୍ଠାତା ସଭାପତି ଡ଼ଃ ଲଳିତ ରଂଜନ ସେନାପତି, ନିର୍ବାଚିତ ସଭାପତି (୨୦୨୭-୨୮)ଡ଼ଃ ଅକ୍ଷୟ କୁମାର ପରିଡ଼ା,ପୂର୍ବତନ ସଭାପତି ସୁନୀଲ କୁମାର ନାୟକ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ ପ୍ରାଧ୍ୟାପକ ଡ. ମାନସ କୁମାର ଦାଶ, ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ମହାନ୍ତି, ଅବସରପ୍ରାପ୍ତ ପ୍ରାଧ୍ୟାପକ ଇଂଜିନିୟର ରତ୍ନାକର ରାୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁରଲୀ ମୋହନ ପ୍ରଧାନଙ୍କୁ କ୍ଳବର ନୂତନ ସଭ୍ୟ ରୂପେ ମୁଖ୍ୟ ଅତିଥି ରୋଟାରିଆନ ମହାପାତ୍ର ଶପଥ ପାଠ କରାଇବା ସଙ୍ଗେ ସମ୍ବର୍ଦ୍ଧିତ କରିଥିଲେ।ନୂତନ ଭାବେ ଗଠିତ ହୋଇଥିବା ରୋଟାରକ୍ଟ କ୍ଲବ୍ ଅଫ୍ ଜଗନ୍ନାଥ ଡିଗ୍ରୀ କଲେଜର ସଭାପତି ପୂଜା ରାୟ,ସଂପାଦିକା ଉତ୍କଳିକା ନାୟକ, ବରିଷ୍ଠ ସଭ୍ୟ ଭୁବନେଶ୍ୱରୀ ଜେନାଙ୍କୁ ମୁଖ୍ୟ ଅତିଥି ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥଲା । ଶେଷରେ ପୂର୍ବତନ ସଭାପତି ଡ.ଅଜିତ୍ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ରୋଟାରୀ କ୍ଳବ୍ ଅଫ୍ ବେତନଟୀର ନିର୍ବାଚିତ ସଭାପତି ରବୀନ୍ଦ୍ର ନାଥ ମିଶ୍ର,ସମ୍ପାଦକ ସଞ୍ଜୟ କୁମାର ଭୂୟାଁ,ସଭ୍ୟ ଗୁରୁଚରଣ ଭୂୟାଁଙ୍କୁ ମଧ୍ୟ କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସୁକୁମାର ରଣା ଙ୍କ ରିପୋର୍ଟ୍

