ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଷଣ ମାହ ଅବସରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ପୋଷଣ ମାହ ଅବସରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ନବରଙ୍ଗପୁର:(୫ ଅକ୍ଟୋବର ୨୦୨୬)(ରବି ନାରାୟଣ ମହାନ୍ତି) ୯ମ ଜାତୀୟ ପୋଷଣ ମାହ-୨୦୨୬ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ପୋଷଣ ମାହର ମୁଖ୍ୟ ବାର୍ତ୍ତା “ଆମରି ଅଙ୍ଗନୱାଡି, ଆମରି ଦାୟିତ୍ୱ” ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ହାଇସ୍କୁଲର ୪୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ନବରଙ୍ଗପୁରସ୍ଥିତ ଜେଇଏଲସି ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ ରଚନା, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତାକୁ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ଜିଲ୍ଲା ପୋଷଣ ସଂଯୋଜକ ଏବଂ ସମ୍ପୃକ୍ତ ଶିକ୍ଷକମାନେ ଉପସ୍ଥିତ ରହି ପ୍ରତିଯୋଗିତାଗୁଡ଼ିକର ପରିଚାଳନା କରିଥିଲେ।ରଚନା ପ୍ରତିଯୋଗିତାରେ “Nutrition and Appropriate Care – The Foundation of Child Development” ଏବଂ “Our Anganwadi – Our Responsibility” ବିଷୟ ଉପରେ ଛାତ୍ରଛାତ୍ରୀମାନେ ନିଜର ଜ୍ଞାନ, ଚିନ୍ତାଧାରା ଓ ଅଭିବ୍ୟକ୍ତିକୁ ପ୍ରଦର୍ଶନ କରିଥିଲେ। ସେହିପରି, ଚିତ୍ରାଙ୍କନ ପ୍ରତିଯୋଗିତାରେ “Dietary Diversity” ଏବଂ “Safe Motherhood – Healthy Child” ବିଷୟବସ୍ତୁକୁ ଆଧାର କରି ପ୍ରତିଯୋଗୀମାନେ ନିଜର ସୃଜନଶୀଳତା ପ୍ରକାଶ କରିଥିଲେ।କୁଇଜ୍ ପ୍ରତିଯୋଗିତାରେ ପୋଷଣ ମାହ-୨୦୨୬ର ବିଭିନ୍ନ ବିଷୟବସ୍ତୁକୁ ଆଧାର କରି ମୋଟ ୩୦ଟି ପ୍ରଶ୍ନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ପୋଷଣ ସମ୍ପର୍କିତ ଜ୍ଞାନ ଓ ସଚେତନତାର ମୂଲ୍ୟାୟନ କରାଯାଇଥିଲା।ଏହା ବ୍ୟତୀତ, ସ୍ଥାନୀୟ ସ୍ମାର୍ଟ ଗୁରୁକୁଗୁରୁକୁଲ କଲେଜ ଠାରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର କୁଇଜ୍ ପ୍ରତିଯୋଗିତାରେ ମୋଟ ୩୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ବିଭାଗର ଜିଲ୍ଲା ମମତା-ପିଏମଏମଭିୱାଇ ସଂଯୋଜକ ଏବଂ ସମ୍ପୃକ୍ତ ଅଧ୍ୟାପକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।ଏହି କୁଇଜ୍ ପ୍ରତିଯୋଗିତାରେ ପୋଷଣ, ସ୍ୱାସ୍ଥ୍ୟ, ଶିଶୁ ବିକାଶ, ଅଙ୍ଗନୱାଡି କେନ୍ଦ୍ରର ଭୂମିକା, ଖାଦ୍ୟ ବିବିଧତା, ଗର୍ଭବତୀ ମହିଳା ଓ ପ୍ରସୂତି ମା’ଙ୍କ ପୋଷଣ ସମେତ ପୋଷଣ ମାହ-୨୦୨୬ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ପ୍ରଶ୍ନୋତ୍ତର ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତାଗୁଡ଼ିକ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୋଷଣ, ସ୍ୱାସ୍ଥ୍ୟ, ସୁସ୍ଥ ଜୀବନଶୈଳୀ, ଶିଶୁ ବିକାଶ, ଖାଦ୍ୟ ବିବିଧତା ଏବଂ ଅଙ୍ଗନୱାଡି କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଏଥିସହିତ, ଛାତ୍ରଛାତ୍ରୀମାନଙ୍କୁ ପୋଷଣ ସମ୍ପର୍କିତ ସଠିକ୍ ତଥ୍ୟ ଓ ଜ୍ଞାନ ସହିତ ଯୋଡ଼ିବା ମଧ୍ୟ ଏହି କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ଥିଲା।ଛାତ୍ରଛାତ୍ରୀମାନଙ୍କ ଉତ୍ସାହ, ସୃଜନଶୀଳତା ଓ ସକ୍ରିୟ ଅଂଶଗ୍ରହଣ ଯୋଗୁଁ ସମଗ୍ର କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଆଗାମୀ ଜିଲ୍ଲାସ୍ତରୀୟ ପୋଷଣ ମାହ-୨୦୨୬ ସମାରୋହରେ ସମ୍ମାନିତ ଓ ପୁରସ୍କୃତ କରାଯିବ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅଗ୍ନି ନିରାପତ୍ତା କୌଶଳ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ମାର୍ଚ୍ଚ 1ରୁ 13ତମ ବାର୍ଷିକ ରୂପସା ମହୋତ୍ସବ

masiha

୭୪ତମ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଗଛ ଲଗେଇବା ପାଇଁ ଶପଥ ପାଠ 

Leave a Comment

error: Content is protected !!