ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବିଧାୟକ ଶ୍ରୀ ତନ୍ତୀଙ୍କ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ ୨- ଛଟ ପୂଜା ପାଳନକୁ ନେଇ ଆରଏସପି ଏବଂ ଆରଏମସି କୁ ବିଧାୟକଙ୍କ ଚିଠି

ବିଧାୟକ ଶ୍ରୀ ତନ୍ତୀଙ୍କ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ

ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ତଥା ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କ ଆବଶ୍ୟକତା ଅନୁସାରେ କେତେକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ବିଧାୟକ ଅନୁଦାନ ପାଣ୍ଠିରୁ ବିଧାୟକ ଦୁର୍ଗା ଚରଣ ତନ୍ତୀ ଅର୍ଥ ପ୍ରଦାନ କରିଥିଲେ । ଆଜି ବିଧାୟକ ଶ୍ରୀ ତନ୍ତୀ ଉକ୍ତ ଅଞ୍ଚଳ ଗସ୍ତ କରି ବିଧାୟକ ଅନୁଦାନ ପାଣ୍ଠିରେ ସାରନଗରୀ ମଙ୍ଗଳା ମନ୍ଦିର ଛକ ନିକଟରେ ଏକ ଯାତ୍ରୀ ବିଶ୍ରାମ ସ୍ଥଳ ନିର୍ମାଣ ଚାଲିଥିବା ବେଳେ ନିକଟରେ ଥିବା ମାର୍କେଟ ଅଞ୍ଚଳରେ ସାଧାରଣ ଲୋକଙ୍କ ଯାତାୟତ ପାଇଁ ଅନୁପଯୁକ୍ତ ହୋଇପଡିଥିବା ଏକ ରାସ୍ତାର ପୁନଃରୁଦ୍ଧାର ପାଇଁ ହୋଇଥିବା କାର୍ଯ୍ୟ ସମେତ ଅନ୍ୟାନ୍ୟ ଉନ୍ନତି ମୁଳକ କାର୍ଯ୍ୟ ତଦାରଖ କରିଥିଲେ ।ଏହି ଗସ୍ତ ସମୟରେ ବିଧାୟକଙ୍କ ସହିତ ବିଜେପିର ବରିଷ୍ଟ ନେତାଙ୍କ ସମେତ ମାର୍କେଟ କମିଟିର ସଦସ୍ୟ ଏବଂ ଅଞ୍ଚଳବାସୀ ମଧ୍ୟ ଉପସ୍ଥିତ ଥିଲେ ।

ଛଟ ପୂଜା ପାଳନକୁ ନେଇ ଆରଏସପି ଏବଂ ଆରଏମସି କୁ ବିଧାୟକଙ୍କ ଚିଠି

ରାଉରକେଲା : ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାଜୁ ଥିବା ଉତ୍ତର ଭାରତୀୟଙ୍କ ମହାନ ଛଟ ପର୍ବ ଭଗବାନ ସୂର୍ଯ୍ୟ ଦେବତାଙ୍କ ପୂଜାକୁ ଏଠାରେ ରହୁଥିବା ସମସ୍ତ ଉତ୍ତର ଭାରତୀୟଙ୍କ ପକ୍ଷରୁ ମହାଆଡମ୍ବରରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଅଛି । ଅପରପଟେ ଏହି ପୂଜା ମୂଖ୍ୟତଃ ନଦୀ ଘାଟ,ପୋଖରୀ କୁଳ ଅର୍ଥାତ ବିଭିନ୍ନ ଜଳାଶୟ ନିକଟରେ ପାଳନ କରାଯାଉଥିବାରୁ ଅତୀତ ଦିନ ମାନଙ୍କରେ ପୂଜା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ବ୍ୟବହୃତ ହୋଇଥିବା ବିଭିନ୍ନ ନଦୀର ଘାଟ ଏବଂ ପୋଖରୀ କୂଳ ଗୁଡିକୁ ଶ୍ରଦ୍ଧାଳୁ ମାନଙ୍କ ଆବଶ୍ୟକତା ଅନୁସାରେ ସଫାକରି ସେଗୁଡିକୁ ପୂଜା ଉପଯୋଗୀ କରିବା ପାଇଁ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷ ଏବଂ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମାଲବାହୀ ଟ୍ରେନ ପାଇଁ ଏକ୍ସପ୍ରେସ ଟ୍ରେନଗୁଡ଼ିକୁ କାହିଁକି ଅଟକା ଯାଉଛି ? : ବିଧାୟକ

Sunil Chandra Nayak

ବରିଷ୍ଠ ଆଇନଜୀବୀ ଗୈ।ରୀଶ୍ୟାମ ପଟ୍ଟନାୟକଙ୍କ ବିୟୋଗରେ ରାଉରକେଲା ଓକିଲ ସଂଘର ଶୋକସଭା

masiha

ବରିଷ୍ଠ ସମାଜସେବୀ ଅର୍ଜୁନ ଚାନ୍ଦ ବିୟୋଗ

Sunil Chandra Nayak

Leave a Comment

error: Content is protected !!