ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ଭବନରେ ୨୦୨୬-୨୯ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ , ରାଧାମୋହନ ସଭାପତି,ଚାନ୍ଦମଣି ସମ୍ପାଦକ ଭାବେ ନିର୍ବାଚିତ 

ଅବସର ଭବନରେ ୨୦୨୬-୨୯ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ , ରାଧାମୋହନ ସଭାପତି,ଚାନ୍ଦମଣି ସମ୍ପାଦକ ଭାବେ ନିର୍ବାଚିତ 

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘର ୨୦୨୬-୨୯ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି। ଏହି ନିର୍ବାଚନରେ ସଭାପତି ଭାବେ ରାଧାମୋହନ ନାୟକ, ଉପସଭାପତି ଭାବେ ବଲବୀର ସିଂହ ଓ ସୁରେନ୍ଦ୍ର କୁମାର ରାଉତ, ସାଧାରଣ ସମ୍ପାଦକ ଭାବେ ଚାନ୍ଦମଣି ବେହୁରା,ସହ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ସାମଲ, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ମିଶ୍ର, ସମ୍ପାଦକ ଭାବେ ବିବେକାନନ୍ଦ ସାହୁ ଓ ରତିନ୍ଦ୍ରନାଥ ପ୍ରଧାନ ପ୍ରମୁଖ ନିର୍ବାଚିତ ହୋଇଥିଲେ। ସମସ୍ତ ପଦବୀ ପାଇଁ ଗୋପନ ବାଲାଟ ମାଧ୍ୟମରେ ନିର୍ବାଚନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ମାସ ୧୩ ତାରିଖରେ ନିଜ ନିଜ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ କାର୍ଯ୍ୟକାରୀ ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ। ସେହି ସଦସ୍ୟ ମାନଙ୍କ ମଧ୍ୟରୁ ୧୩ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ବେଳେ ୧୧ ଜଣ ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହୋଇଥିଲେ। ସେହିପରି ୩ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ପତ୍ର ଦାଖଲ ହୋଇନଥିବାରୁ ତାହା ଖାଲି ରହିଛି । କାର୍ଯ୍ୟକାରୀ କମିଟିରୁ ସର୍ବଶ୍ରୀ ଧନଞ୍ଜୟ ଦାଶ, ପ୍ରମୋଦ କୁମାର ମହାନ୍ତି, ସୁରେନ୍ଦ୍ର କୁମାର ରାଉତ, ବିବେକାନନ୍ଦ ସାହୁ, ଚାନ୍ଦମଣି ବେହୁରା, ନାରାୟଣ ଚନ୍ଦ୍ର ସାମଲ, ବିପ୍ରଚରଣ ସେଠୀ, ଶାନ୍ତନୁ କୁମାର ମହାନ୍ତି, ସନ୍ତୋଷ କୁମାର ମହାପାତ୍ର, ପ୍ରେମାନନ୍ଦ ସାମଲ, ଲତିକା ପଟ୍ଟନାୟକ,କୁମାରେଶ ପାଣି, ବଲବୀର ସିଂହ, ବିକ୍ରମ ପ୍ରଧାନ, ସଚ୍ଚିଦାନନ୍ଦ ମିଶ୍ର, ଜ୍ୟୋତିରଞ୍ଜନ ମହାପାତ୍ର, ଜଗନ୍ନାଥ ସାହୁ, ରତିନ୍ଦ୍ରନାଥ ପ୍ରଧାନ, ବିକାଶ କୁମାର ରାଉତରାୟ, ଅକ୍ଷୟ କୁମାର ନାୟକ,ଅଭୟ କୁମାର ଦାସ, ରାଧାମୋହନ ନାୟକ, ଦୀପକ କୁମାର ଦାସ, ବସନ୍ତ କୁମାର ଜେନା ପ୍ରମୁଖ ୨୪ଜଣ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନକୁ ପ୍ରାକ୍ତନ ସଭାପତି ଇଂ ଅଭୟ କୁମାର ଦାସ ପରିଚାଳନା କରିଥିବାବେଳେ ଅମରେନ୍ଦ୍ର ରାଉତ ଓ କପିଳେଶ୍ୱର ମହାରଣା ପ୍ରମୁଖ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ପାଳିତ

Sunil Chandra Nayak

ଆନନ୍ଦ ବଜାର ଲକ୍ଷ୍ମୀପୂଜା କମିଟିର ନୂତନ କର୍ମକର୍ତା ଚୟନ ଓ ପ୍ରସ୍ତୁତି ବୈଠକ

Sunil Chandra Nayak

ଜରାଜିର୍ଣ୍ଣ ଅବସ୍ଥାରେ ଭାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

Sunil Chandra Nayak

Leave a Comment

error: Content is protected !!