ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧& ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ୨- ପ୍ରଥମ ଶ୍ରେଣୀର ଛାତ୍ରୀ  ପୋଖରୀରେ ବୁଡି ମୃତ୍ୟୁ

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ 

ବନ୍ଧୁଗାଁ ତା, ୭/୧୦/୨୬, ଆଜି ବନ୍ଧୁଗାଁ ବ୍ଲକର ପ୍ରାୟ ସ୍ଥାନରେ କ୍ଳଷ୍ଟର ସ୍ତରୀୟ ଆଞ୍ଚଲିକ ସାଧନ କେନ୍ଦ୍ର ଶିଶୁ ମହୋତ୍ସବ ସୁରଭି ୨୦୨୬ ତୁରୁକୁ ପେଟା କେଜିବିଭି ଛାତ୍ରୀ ବିଦ୍ୟାଳୟ ଠାରେ ବନ୍ଧୁଗାଁ ବ୍ଲକର ତୁରୁକୁପେଟା କ୍ଳଷ୍ଟରର ୯ ଗୋଟି ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ସୁରଭି ଶିଶୁ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବରେ ବନ୍ଧୁଗାଁ ପଞ୍ଚାୟତ ର ସରପଞ୍ଚ କାଡ୍ରାକା ଲଷ୍ମୀ, ଓ ସନ୍ନମାନିତ ଅତିଥି ପୂର୍ବତନ ଆବଶର ପ୍ରାପ୍ତ ଶିକ୍ଷକ ଶ୍ରୀ ଭାବଗ୍ରାହୀ ମୁଦୁଲି ଓ ବାସୁଦେବ ଖସଲା, ଅନ୍ୟାନ୍ୟଙ୍କୁ ସମ୍ଭର୍ଦ୍ଧନା ଫୁଲତଡ଼ା ଦେଇ ସ୍ୱାଗତ ସମ୍ଭର୍ଦ୍ଧ୍ୱନା ଜଣାଇଥିଲେ I ଆଜିର ଏହି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ରେ ନାଚ, ଗୀତ ଢେମଶା, କୃତି, ଚିତ୍ରାଙ୍କନ, ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପ୍ରଥମ ଦ୍ୱିତୀୟ ଓ ତୃତୀୟ ଭାବରେ ମନୋନୀତ ହୋଇ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ I ଏଥିସହିତ ଆଜି କୂଟ୍ରାବେଡା କ୍ଳଷ୍ଟର ଓ ଆଲମଣ୍ଡା କ୍ଳଷ୍ଟରରେ ହୋଇଥିଲା I ଆଜିର ଶିଶୁ ମହୋତ୍ସଵ ସୁରଭି ଠାରେ ପ୍ରଥମ, ଦ୍ୱିତୀୟ, ଓ ତୃତୀୟ ଭାବରେ ମନନୀତ ହୋଇ ପୁରୋସ୍କୃତ ହୋଇଥିବା ଛାତ୍ରଛାତ୍ରୀ ଆସନ୍ତା ୧୩ ତାରିଖରେ ହବାକୁ ଥିବା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସଵ ସୁରଭି ରେ ଅଂଶଗ୍ରହଣ କରିବେ ବଲି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଅଛି I ଆଜିର ସରୋଭି କେଜିବିବି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରି ଲାବାଟି ମାଣି ପରିଚାଳନା କୋଟିଥିବା ବେଳେ କ୍ଳଷ୍ଟର ସି ଅର ସି ସି ଶ୍ରୀ ତପୁ ସରଣ ସିଙ୍ଗ ଉପସ୍ଥିତ ରହିବା ସହ କେ. ପ୍ରତାପ କୁମାର ଦାୟୀତ୍ୱ ତୁଳାଇଥିବା ବେଳେ ନଅଗୋଟି ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରି ଙ୍କ ଉପସ୍ଥିତରେ ଶାନ୍ତି ଶୃଙ୍ଖଳାରେ ପରି ସମାପ୍ତି ହୋଇଥିଲା I 

ପ୍ରଥମ ଶ୍ରେଣୀର ଛାତ୍ରୀ  ପୋଖରୀରେ ବୁଡି ମୃତ୍ୟୁ 

ବନ୍ଧୁଗାଁ ତା ୫/୧୦ /୨୬,ବନ୍ଧୁଗାଁ ବ୍ଲକ କାନାଗାଁ ପଞ୍ଚାୟତ ରାମଜୀପୁଟ ଗ୍ରାମର ଜଣେ ପ୍ରଥମ ଶ୍ରେଣୀର ଛାତ୍ରୀ ଘରକୁ ଫେରି ପୋଖରୀରେ ବୁଡି ମୃତ୍ୟୁ ହୋଇଛି। ସୁଚନା ଅନୁଯାୟୀ ଆଜି ରାମଜୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଥମ ଶ୍ରେଣୀର ଛାତ୍ରୀ ରୋମା ମେଲେକା ୬ ବର୍ଷ ସ୍କୁଲ କୁ ଆସି ଥିଲେ। ସ୍କୁଲ ଛୁଟି ହେବା ପରେ ଛାତ୍ରୀ ଜଣକ ସ୍କୁଲରୁ ପ୍ରାୟ ୨ କିମି ଦୂରରେ ଥିବା କୁଡ଼ିଆ ଘରକୁ ଯାଇ ଥିଲେ। କୁଡ଼ିଆ ରେ ଥିବା ମାଆ ଙ୍କ ପାଖରେ ବହି ରଖି ସାନ ଭାଇ ସହିତ ବାହାରକୁ ବାହାରି ଆସି ଥିଲେ। ଘରରୁ ପ୍ରାୟ ୩୦୦ ମିଟର ଦୂରରେ ଥିବା ପୋଖରୀ ହୁଡ଼ା କୁ ଛୋଟ ଭାଇକୁ ନେଇ ଭଉଣୀ ଗାଧେଇବାକୁ ଯାଇ ଥିଲେ। ଗାଧେଇବା ସମୟରେ ହଠାତ ଭଉଣି ପାଣିରେ ବୁଡ଼ି ଯାଇ ଥିଲେ। ସାନ ଭାଇ କାନ୍ଦି କାନ୍ଦି ଘରକୁ ଯିବା ପରେ ସଙ୍ଗେ ସଙ୍ଗେ ମାଆ ବୃନ୍ଦା ମେଲେକା କିଛି ଗାଁ ଲୋକଙ୍କ ସହାୟତାରେ ଝିଅକୁ ପୋଖରୀ ରୁ ବାହାର କରି ଆଣି ଥିଲେ। ପରେ ସଙ୍ଗେ ସଙ୍ଗେ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗ୍ରାମବାସୀ ଓ ବାପା ଏଙ୍କୁଡ଼ା ମେଲେକା ବନ୍ଧୁଗାଁ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି। ଆସନ୍ତା କାଲି ପୋଲିସ ଉପସ୍ଥିତରେ ଶବ କୁ ଡାକ୍ତର ନି ଦ୍ୱାରା ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଆଇନ ସଚେତନତା କାର୍ଯ୍ୟକ୍ରମ ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି

Sunil Chandra Nayak

ଶିକ୍ଷୟିତ୍ରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା, ଅନ୍ତିମ ଦିନରେ ଫାଇନାଲ ପେନସନ ପ୍ରଦାନ 

Sunil Chandra Nayak

ମ.ରାମପୁର ଡ୍ରାଇଭର ସଂଘର ଆନ୍ଦୋଳନ ଦ୍ଵିତୀୟ ଦିନରେ : ସରକାର କର୍ଣ୍ଣପାତ କରୁନଥିବାରୁ ସଂଘର ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!