ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ବନ୍ଦ ସଫଳ: ଜୁନାଗଡ଼ରେ ଇଣ୍ଡିଆ ମେଣ୍ଟର ପ୍ରତିବାଦ। ହାତୀ ନଦୀଠାରେ ଷ୍ଟ୍ରାଇକ୍, ଦୋକାନ ବଜାର ଓ ଯାନବାହନ ଚଳାଚଳ ପ୍ରଭାବିତ

ଓଡ଼ିଶା ବନ୍ଦ ସଫଳ: ଜୁନାଗଡ଼ରେ ଇଣ୍ଡିଆ ମେଣ୍ଟର ପ୍ରତିବାଦ

ହାତୀ ନଦୀଠାରେ ଷ୍ଟ୍ରାଇକ୍, ଦୋକାନ ବଜାର ଓ ଯାନବାହନ ଚଳାଚଳ ପ୍ରଭାବିତ

ଜୁନାଗଡ଼, ୮/୧୦ (ମନୀ ସ:) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିର ପ୍ରତିବାଦରେ ଆଜି ଡାକରା ଦିଆଯାଇଥିବା ‘ଓଡ଼ିଶା ବନ୍ଦ’ ଜୁନାଗଡ଼ରେ ସଫଳ ହୋଇଛି। ଇଣ୍ଡିଆ ମେଣ୍ଟ ପକ୍ଷରୁ ବନ୍ଦକୁ ସଫଳ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରାଯିବା ସହ ହାତୀ ନଦୀଠାରେ ବନ୍ଦ ପାଳନ କରାଯାଇ ଥିଲା ।ବନ୍ଦ ପ୍ରଭାବରେ ଜୁନାଗଡ଼ ସହରର ଅଧିକାଂଶ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା। ଇଣ୍ଡିଆ ମେଣ୍ଟର ନେତା ଓ କର୍ମୀମାନେ ବନ୍ଦ ସମର୍ଥନରେ ରାସ୍ତାକୁ ଓହ୍ଲାଇ ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ନାରାବାଜି କରିଥିଲେ।ଗତକାଲି ଜୁନାଗଡ଼ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆଜି ଆନ୍ଦୋଳନକୁ ବ୍ୟାପକ କରାଯାଇଥିଲା। ବନ୍ଦ ସମୟରେ ଦଳୀୟ ନେତା ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ବନ୍ଦକୁ ସଫଳ କରିଥିଲେ।ଏହି ଅବସରରେ ଇଣ୍ଡିଆ ମେଣ୍ଟ ପକ୍ଷରୁ MMDR ଆଇନ ପ୍ରତ୍ୟାହାର, UPI ସମ୍ବନ୍ଧୀୟ MDR ନିୟମ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା, ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ସମେତ ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇବା ଦାବି ଉଠାଯାଇଥିଲା।ବନ୍ଦ ପାଳନରେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ସିପିଆଇର ନେତା ଓ କର୍ମୀମାନେ ସାମିଲ ହୋଇଥିଲେ। ଜୁନାଗଡ଼ ନଗର କଂଗ୍ରେସ କମିଟି ସଭାପତି ପ୍ରଭାତ କୁମାର ଦାଶଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ବନ୍ଦକୁ ସଫଳ କରିବାରେ ସକ୍ରିୟ ଭୂମିକା ନେଇଥିଲେ। ବନ୍ଦକୁ ସଫଳ କରିବାରେ ସହଯୋଗ କରିଥିବା ବ୍ୟବସାୟୀ, ଯାନବାହନ ମାଲିକ ଓ ସାଧାରଣ ଜନତାଙ୍କୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଧନ୍ୟବାଦ ଜଣାଯାଇଛି।

ଉପସ୍ଥିତ ସଦସ୍ୟ : ସମାଜବାଦି ପାର୍ଟିର ରାଜ୍ୟ ସଭାପତି ଶ୍ରୀ ଶିବ ହାତୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଶ୍ରୀ ଦାମୋଦର ବେହେରା, ଜୁନାଗଡ଼ ବ୍ଲକ୍ କଂଗ୍ରେସ ଦଳର ସଭାପତି ଚିତ ରଞ୍ଜନ ନିଆଲ, ଜୁନାଗଡ଼ ନଗର ସଭାପତି ଶ୍ରୀ ପ୍ରଭାତ କୁମାର ଦାସ, ଜୁନାଗଡ଼ ବ୍ଲକ୍ କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା ସଦସ୍ୟ ଶ୍ରୀ ଅମିତ ଅଗ୍ରୱାଲ ଓ କଳାହାଣ୍ଡି ଉତ୍କଳ ମହିଳା ସଭାପତି ଶ୍ରୀମତୀ ରାଣୀମତି ଛତ୍ରିଆ।ଏବଂ ବିଭିନ୍ନ ଦଳର କର୍ମକର୍ତ୍ତା ସାମିଲ ଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବି.ଏନ୍.କେ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ବି.ଏନ୍.କେ ଉଚ୍ଚ ବିଦ୍ୟାଳୟ ପାଇବ ପି. ଏମ. ଶ୍ରୀ ମାନ୍ୟତା: ୭ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

Sunil Chandra Nayak

୧- ନୂତନ ବିଡ଼ିଓଙ୍କ ଉପସ୍ଥିତରେ ସତନ୍ତ୍ର ସମିତିସ୍ତରୀୟ ବିକଶିତ ଗାଁ ବିକଶିତ ଓଡ଼ିଶା ର ବୈଠକ , ୨- ଛତୁଆ ଵୋଝେଇ ଭ୍ୟାନ ଗଛକୁ ଦେଲା ଧକ୍କା , ଓଲଟିଲା ଭ୍ୟାନ,ଚାଳକ ଫେରାର, ଜଣେ ମୃତ 

masiha

ରାଇରଙ୍ଗପୁରେ ଶିଖ୍ ସଂପ୍ରଦାୟ ତରଫରୁ ବୀର ବାଲ୍ ଦିବସ ପାଳିତ

masiha

Leave a Comment

error: Content is protected !!