ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାଦ୍ୟ ଓ ସାମାଜିକ ସୁରକ୍ଷା ରୁ ବଂଚିତ ସ୍ୱାମୀ ପରିତ୍ୟକ୍ତା ଦିବ୍ୟାଙ୍ଗ ମହିଳା ‘ନିନି’ 

ଖାଦ୍ୟ ଓ ସାମାଜିକ ସୁରକ୍ଷା ରୁ ବଂଚିତ ସ୍ୱାମୀ ପରିତ୍ୟକ୍ତା ଦିବ୍ୟାଙ୍ଗ ମହିଳା ‘ନିନି’ 

ରାଇରଙ୍ଗପୁର -୮/୧୦ ; ମୟୁରଭଞ୍ଜ ଜିଲ୍ଲା,ଉଦଳା ବ୍ଲକ, ଖଲାଡ଼ି ପଂଚାୟତ ଅନ୍ତର୍ଗତ ବେଗୁନିଆଡ଼ିହା ଗ୍ରାମର ବାସିନ୍ଦା ସ୍ୱାମୀ ପରିତ୍ୟକ୍ତା, ଦିବ୍ୟାଙ୍ଗ ମହିଳା ନିନି ହାଁସଦା ଖାଦ୍ୟ ସୁରକ୍ଷା ଯୋଜନାରେ ସରକାର ଯୋଗାଇ ଦେଉଥିବା ମୁଣ୍ଡପିଛା ୫ କିଗ୍ରା ଚାଉଳ ଓ ସାମାଜିକ ସୁରକ୍ଷା ଯୋଜନାରେ ଯୋଗାଇ ଦେଉଥିବା ଭତା ପାଇବାରୁ ବଂଚିତ ଥିବାର ଖବର ଆମର ହସ୍ତଗତ ହୋଇଛି । ଗ୍ରାମବାସୀଙ୍କ କହିବା ଅନୁସାରେ ନିନି ଦିବ୍ୟାଙ୍ଗ ହୋଇଥିବାରୁ ସେ ଠିକ୍ ଭାବେ ତାଙ୍କର କଥା କହିପାରୁ ନାହାଁନ୍ତି । ଦିନମଜୁରିଆ ଭାବରେ କାମ କରି ସେ ତାଙ୍କର ଦୈନନ୍ଦିନର ଗୁଜୁରାଣ ମେଂଟାଉଛନ୍ତି । ବିଭାଗୀୟ କର୍ତୃପକ୍ଷ ଏହିଭଳି ଦୁଃଖ ଓ ଯନ୍ତ୍ରଣା ମଧ୍ୟରେ ଦିନ ବିତାଉଥିବା ଦିବ୍ୟାଙ୍ଗ ମହିଳା ନିନିଙ୍କୁ ତୁରନ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ ସାମାଜିକ ସୁରକ୍ଷା ଯୋଜନାରେ ଭତା ପ୍ରଦାନ କରିବାକୁ ସ୍ୱେଛାସେବିମାନେ ଅନୁରୋଧ ଜଣାଇଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

କର୍କଟ ସଚେତନତା ଶିବିର

Sunil Chandra Nayak

ଆମେରିକାର ଦକ୍ଷିଣ ପୂର୍ବରେ ଥିବା ଫ୍ଲୋରିଡ଼ା ରାଜ୍ୟରେ ଉତ୍କଳ ଦିବସ ରେ ଓଡ଼ିଆ କବି ଲେଖକ ମାନଙ୍କ ଲେଖାର ଦ୍ଵିତୀୟ ବର୍ଷ ସଂସ୍କରଣ ର “ବିଶ୍ଵମ୍ଭରା ” ହେଲା ପ୍ରକାଶିତ 

Sunil Chandra Nayak

177ତମ ଉତ୍କଳ ଗୌରବ ମଧୁସୂଦନ ଦାସ ଜୟନ୍ତୀ – ଆଇନଜୀବି ଦିବସ – 2025 ପାଳିତ 

masiha

Leave a Comment

error: Content is protected !!