ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ସରକାରୀ ଉପ୍ରା ବିଦ୍ୟାଳୟ ଦିମିରିଆରେ ଗଠନ ହେଲା ଶିଶୁ କ୍ୟାବିନେଟ 

ବାଲେଶ୍ବର,୨୧/୫/୨୨- କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ସରକାରୀ ଉପ୍ରା ବିଦ୍ୟାଳୟ ଦିମିରିଆରେ ଶିଶୁ କ୍ୟାବିନେଟ ଗଠନ ହୋଇଯାଇଛି । ପ୍ରଧାନ ଶିକ୍ଷକ ତଥା ସିଆରସିସି ନାରାୟଣ ଚନ୍ଦ୍ର ସେନାପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ୧ମରୁ ୮ମ ପର୍ଯ୍ୟନ୍ତ ମୋଟ ୧୭୩ଜଣ ଶିଶୁଙ୍କ ଉପସ୍ଥିତରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା । ବରିଷ୍ଠ ଶିକ୍ଷକ ମୋହନ କୁମାର ମହାନ୍ତ ଓ ମାନସିଂହ ମୁଣ୍ଡାଙ୍କ ଆହ୍ବାନରେ ଉଚ୍ଚ ଶ୍ରେଣୀର ପିଲାମାନଙ୍କୁ ସାଥି ଭାଇ ଭଉଣୀଙ୍କ ଦ୍ୱାରା ପ୍ରସ୍ତାବ ଓ ସମର୍ଥନ କରାଯାଇ ବିଭିନ୍ନ ବିଭାଗର ମନ୍ତ୍ରୀ ଚୟନ ହୋଇଥିଲା ।ସର୍ବଶେଷରେ ମନ୍ତ୍ରୀମଣ୍ଡଳର ବିଭିନ୍ନ ବିଭାଗରେ ଶିଶୁ ମାନେ ମନୋନିତ ହୋଇଥିଲେ । ଅନୀତା ମହାନ୍ତ ଶିକ୍ଷା ମନ୍ତ୍ରୀ, ଲିଜାରାଣୀ ପେଣ୍ଠେଇ ଖାଦ୍ୟମନ୍ତ୍ରୀ, ଦେବକୀ ପେଣ୍ଠେଇ କ୍ରୀଡା ସଂସ୍କୃତି ମନ୍ତ୍ରୀ, ଦେବବ୍ରତ ମହାନ୍ତ ସ୍ୱାସ୍ଥ୍ୟମନ୍ତ୍ରୀ, ସୁମନ ମୁଣ୍ଡା ପରିବେଶ ମନ୍ତ୍ରୀ, ଲୁସି କିଷାନ ମୀନା ମନ୍ତ୍ରୀ, ଅରକ୍ଷିତ ମହାକୁଡ଼ ଯତ୍ନ ସୁରକ୍ଷା ମନ୍ତ୍ରୀ ଭାବେ ମନୋନିତ ହୋଇଥିବା ବେଳେ ଦିବ୍ୟସୁନ୍ଦର ସାହୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ।ସେହିପରି ଉପରୋକ୍ତ ବିଭାଗରେ ପ୍ରକାଶ କିଷାନ, ରଂଜୀତ ମହାନ୍ତ, ଲିଜାରାଣୀ ଵଦ୍ରା, ଦିବ୍ୟଲୋଚନ ମହାନ୍ତ, ବନିତା କିଷାନ ଆଦି ଉପମନ୍ତ୍ରୀ ଭାବେ ମନୋନୀତ ହୋଇଥିଲେ । ଭବିଷ୍ୟତରେ ସୁନାଗରିକ ଓ ସୁଦେଶସେବୀ ହେବାପାଇଁ ବିଦ୍ୟାଳୟ ସ୍ତରରେ ଏଭଳି ଦାୟିତ୍ୱ ଓ କାର୍ତ୍ତବ୍ୟର ଆବଶ୍ୟକ ବୋଲି କହିବା ସଂଗେ ସଂଗେ ପ୍ରତି ବିଭାଗର ଦାୟିତ୍ୱ କ’ଣ ସିଆର ସି ସି ମହୋଦୟ ବ୍ୟାଖ୍ୟା କରିଥିଲେ । ତତ୍ପରେ ପ୍ରତି ବିଭାଗର ମନ୍ତ୍ରୀଙ୍କୁ ଶିକ୍ଷକ ମୋହନ କୁମାର ମହାନ୍ତ ଶପଥ ପାଠ କରାଏଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ବିଭୁପ୍ରସାଦ ସେଠୀ, ପ୍ରଶାନ୍ତ କୁମାର ମହାନ୍ତ, ଜଗନ୍ନାଥ ଭଞ୍ଜ ଓ ଶିକ୍ଷୟିତ୍ରୀ ରୀନାରାଣୀ ନାୟକ ଓ ଲୋପାମୁଦ୍ରା ସାହୁ ଉପସ୍ଥିତ ଥିଲେ । ଏଥିରେ ବାଲେଶ୍ବର ସାମ୍ବାଦିକ ଯୋଗଦେଇ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଲାରେ ଚାଲିଥିବା ପୌରପରିଷ ନିର୍ବାଚନର ଅପରାହ୍ନ ୪ଟା ସୁଦ୍ଧା ମତଦାନ

Sunil Chandra Nayak

କଂଗ୍ରେସ ର ପଦଯାତ୍ରା

Sunil Chandra Nayak

ଆସନ୍ତୁ ଜାଣିବା ରାଣୀ ସୁନୟନାଙ୍କ ନିଷ୍ପତ୍ତି ବିଷୟରେ

Sunil Chandra Nayak

Leave a Comment

error: Content is protected !!