ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ 

ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ 

ଜୁନାଗଡ଼,୧୦/୧୦(ମନୀସ) ଚଳିତ ବର୍ଷ ଜୁନାଗଡ଼ ସ୍ଥିତ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ରେ ଛାତ୍ରସଂସଦ, ସାଂସ୍କୃତିକ ଓ କ୍ରୀଡା ପରିଷଦର ବିଭିନ୍ନ ପଦ ପାଇଁ ନିର୍ବାଚନ କରାଯିବ। ନିର୍ଧାରିତ ସମୟରେ ୧୫ଜଣ ପାର୍ଥି ନାମାଙ୍କନ ପତ୍ର ଦାଖଲ କରିଥିଲେ ଓ ଦୁଇ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିଲା ଏବଂ ବର୍ତ୍ତମାନ ୧୩ ଜଣ ନିର୍ବାଚନ ରଣାଙ୍ଗନ ରେ ଅବତୀର୍ଣ୍ଣ ଅଛନ୍ତି।ସଭାପତି ପଦ ପାଇଁ ଇନ୍ଦ୍ରାଶିଷ ବେହେରା ଓ ଯୋଗୀନ୍ଦ୍ର ଦଳପତି ପ୍ରାର୍ଥୀ ଥିବାବେଳେ ଉପସଭାପତି ପଦ ପାଇଁ ଅଞ୍ଜଳି ନାଏକ ଓ ତପସ୍ୱିନୀ ଦୁର୍ଗା ପ୍ରତିଦ୍ବନ୍ଦିତା କରୁଛନ୍ତି। ସମ୍ପାଦକ ଭାବରେ ଗଣେଶ ସାହୁ, ଅବନୀକାନ୍ତ ଛତ୍ରପାଳ ଏବଂ ଅମିତ ବାଗ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ। ଛାତ୍ର ସଂସଦ ସହାୟକ ସମ୍ପାଦକ ଯୋଗେଶ କୁମାର, କ୍ରୀଡା ସମ୍ପାଦକ ଅଂଶୁମାନ ମଙ୍ଗରାଜ, ସମ୍ପାଦକ, ସହାୟକ ସମ୍ପାଦକ ନାଟ୍ୟ କ୍ଲବ ଏବଂ ସାମାଜିକ ସେବା ଗିଲଡ଼ ପାଇଁ ସୌମ୍ୟ ରଂଜନ ନିଆଲ, ଭଜନ ଦଳପତି, ମନୋରଞ୍ଜନ ମଶ୍ରା ଏବଂ ସୌରଭ ନାଏକ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଛନ୍ତି। ଅଧକ୍ଷ ପ୍ରତାପ ବଲ୍ଲବ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ପରିଚାଳିତ ହେଉଛି। ନିର୍ବାଚନ ଅଧିକାରୀ ଆଦିତ୍ୟ କୁମାର ଖମାରୀ ଓ ସହ ନିର୍ବାଚନ ଅଧିକାରୀ ଇମ୍ରାନ ଅହମଦ ଖାନ ନିର୍ବାଚନ ଦାୟିତ୍ୱ ନିର୍ବାହ କରୁଛନ୍ତି। ପ୍ରିୟବ୍ରତ ବାଣୁଆ ଓ ସମୀର କୁମାର ସାହୁ କଲେଜ ନିର୍ବାଚନର ପର୍ଯ୍ୟବେକ୍ଷକ ଦାୟିତ୍ୱ ବହନ କରୁଛନ୍ତି।ଜୁନାଗଡ଼ ତହସିଲଦାର ଶ୍ରୀଯୁକ୍ତ ରଘୁନାଥ ମୁଣ୍ଡାରୀ ଙ୍କୁ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବରେ ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷ୍ୟା ଅଗ୍ରୱାଲ IAS ନିୟୋଜିତ କରିଛନ୍ତି। ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ନୂତନ କଲେଜ ପରିସରରେ ପୋଲିସ ମୃତୟନ କରାଯାଇଛି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର ଅନୁଷ୍ଠିତ ୧୦୪୪ ହିତାଧିକାରୀଙ୍କୁ ୫ କୋଟି ୧୩ ଲକ୍ଷ ୬୯ ହଜାର ୨୦୦ ଟଙ୍କାର ସହାୟତା

masiha

ବିଭାଗୀୟ ଟାଳଟୁଳ ନୀତି ପ୍ରତିବାଦରେ ଅଗଷ୍ଟ ୩୧ ରିଖ ଠାରୁ ଛୁଟିରେ ରହିଲେ ନବରଙ୍ଗପୁର କୃଷି ବିଭାଗ ର ସମସ୍ତ ଅଧିକାରୀ

masiha

ରାୟଗଡ଼ ଜିଲ୍ଲାରେ ଓଡ଼ିଆରେ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା

masiha

Leave a Comment

error: Content is protected !!