ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ସିଦ୍ଧ ବଳଦେବ ଜୀଉ ଯୋଗ କେନ୍ଦ୍ରରେ ବାର୍ଷିକ ଉତ୍ସବ ପାଳିତ , ୨- ଗାୟତ୍ରୀ ଶକ୍ତିପୀଠରେ ନବରାତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ, ୩- ପାଚିକା ସହାୟିକା ସଂଘର ଏକ ବୈଠକ ଆୟୋଜନ ୪- ଏଆଇଟିୟୁସିର ଦ୍ବିତୀୟ ଜିଲ୍ଲା ସମ୍ମିଳନୀ ଆଡମ୍ବର ସହିତ ଅନୁଷ୍ଠିତ , ୫- ସ୍ବର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ପରିଡାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି , ୬- ଜିଲ୍ଲା ସ୍ତରୀୟ କୁକୁଡ଼ା ଚାଷୀ ସଂଘର ବୈଠକ

ସିଦ୍ଧ ବଳଦେବ ଜୀଉ ଯୋଗ କେନ୍ଦ୍ରରେ ବାର୍ଷିକ ଉତ୍ସବ ପାଳିତ

କପିଳାସ ଯୋଗ ଜିଲ୍ଲା, ଢେଙ୍କାନାଳ ଅନ୍ତର୍ଗତ ସିଦ୍ଧ ଵଳଦେବଜୀଉ ଯୋଗ କେନ୍ଦ୍ରର ପ୍ରତିଷ୍ଠା ଓ ବାର୍ଷିକ ଉତ୍ସବ ଲେଖକ ସଂସଦ, ଢେଙ୍କାନାଳ ଠାରେ ମହା ଧୁମ ଧାମରେ ପାଳିତ ହୋଇ ଯାଇଛି।ଅତିଥିମାନେ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ପୁଷ୍ପ ଦେଇ ପ୍ରଦୀପ ପ୍ରଜ୍ବଳନ କଲାପରେ ଉଦଘାଟନ ସହିତ ବଜରଙ୍ଗ ଯୋଗକେନ୍ଦ୍ରର କେନ୍ଦ୍ର ପ୍ରମୁଖ ସ୍ନେହମୟୀ ଜୀ ଓ ଜିଲ୍ଲା ସଂଗଠନମନ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶିନୀ ଜୀ ପ୍ରଦୀପପ୍ରଜ୍ବଳନ ଓ ସରସ୍ବତୀବନ୍ଦନା ମନ୍ତ୍ର ଗାନକରିଥିଲେ। କପିଳାସ ଯୋଗଜିଲ୍ଲାର ଜିଲ୍ଲାପ୍ରଧାନ ତଥା ରଘୁନାଥ ତ୍ରିପାଠୀjiସଭାପତିତ୍ୱକରି ଯୋଗର ମହତ୍ବ ସହ ରବର ନେତି ପ୍ରଦର୍ଶନ କରିଥିଲେ।ଜିଲ୍ଲାମନ୍ତ୍ରୀ ଡ଼କ୍ଟର ଧର୍ମାନନ୍ଦ ପୃଷ୍ଟି ଜୀ ଙ୍କ ସଂଚାଳନାରେ ମନ୍ତ୍ରମୁଗ୍ଧ ସମସ୍ତ ସାଧକ ସାଧିକା ଖୁସି ବ୍ୟକ୍ତ କରୁଥିବାର ଦେଖାଯାଇଥିଲା।ମୁଖ୍ୟ ଅତିଥି ସେବା ନିବୃତ୍ତ ଦୁର୍ନୀନିବାରଣ ଅଧିକ୍ଷକ ଶ୍ରୀ ଯୁକ୍ତଗଣେଶ ଚନ୍ଦ୍ର ପ୍ରଧାନ ଯୋଗର ଇତିହାସ ଓ ପ୍ରକାରଭେଦ,ଶରୀରଉପରେ ତାର ପ୍ରଭାବ, ମୁଖ୍ୟ ବକ୍ତା ଶ୍ରୀ ବିବେକାନନ୍ଦ ବାଗେ, ଉପଦୁର୍ଗପତି, ସ୍ୱତନ୍ତ୍ର ସଶସ୍ତ୍ର ଦୁର୍ଗ ଯୋଗର ଉପଲବ୍ଧି ସହିତ ନିତ୍ୟ ଅଭ୍ୟାସ ଉପରେ ଗୁରୁତ୍ବ ଦେଇଥିଲେ।ମୁଖ୍ୟ ବକ୍ତା ଲେଖକ ସଂସଦର ସଭାପତି ଶ୍ରୀ ଯୁକ୍ତ ବସନ୍ତ କୁମାର ପଟ୍ଟନାୟକ ଯୋଗ ନିରୋଗ ରଖିଥାଏ କହିବାସହ ଅନ୍ୟତମ ସମ୍ମାନିତ ଅତିଥି ଅଶୋକ କୁମାର ବେହେରା ବୀରେନ୍ଦ୍ର ମୋହନ ପଟ୍ଟନାୟକ ଓ ଇନ୍ଦିରା ଦେବତା ଜୀ ପୁରାତନ ଯୋଗ ପ୍ରଣାଳୀ ଓ ପ୍ରାଣାୟାମ ସମ୍ପର୍କରେ ଦୀକ୍ଷାନ୍ତ ଭାଷଣ ରଖିଥିଲେ। କ୍ଷେତ୍ର ପ୍ରଧାନ ଅଭିମନ୍ୟୁ ହୋତା ଜୀ ଏହି ଯୋଗ କେନ୍ଦ୍ର ଖୋଲିବାରେ ଯେଉଁ ମାନଙ୍କର ଅବଦାନ ସେମାନଙ୍କୁ ସାଧୁବାଦ ଜଣାଇଁ ଥିଲେ।ଶ୍ରୀ ଜଗନ୍ନାଥ କ୍ଷେତ୍ରର କ୍ଷେତ୍ର ମନ୍ତ୍ରୀ ଉମେଶ କୁମାର ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିବାସହ ଶରତ ଲେଙ୍କା, ସମିତା ପାଣି, ରାମ ଚନ୍ଦ୍ର ସତପଥି,ଗଣେଶ ପ୍ରଧାନ, ଅଶୋକ ବେଜେରା ଆଦି ଯୋ ଗାଭ୍ୟାସ କରାଇଥିଲେ।ଶିଶୁ କଳାକାରମାନଙ୍କ ଭିତରେ ସ୍ୱୟଂ  ସିଦ୍ଧା , କାହାଣୀ, ସ୍ୱୟଂଶ୍ରୀ ଭଜନ ଓ ଓଡ଼ିଶୀ ପରିବେଷଣ କରି ଦର୍ଶକଙ୍କ ମନ କିଣିଥିଲେ।କପିଳାସ ଯୋଗଜିଲ୍ଲାର ସମସ୍ତ କେନ୍ଦ୍ରର ଅଧିକାରୀ ଓ ସାଧକ ସାଧିକାମାନେ ଯୋଗଦେବାସହ ବିଶ୍ୱରଂଜନ, ବାବି, ଚତୁର୍ଭୁଜ, ଅନୁପମା, ଲିଜା ପ୍ରସାଦ ସେଵନରେ ସାହାଯ୍ୟ କରିଥିଲେ।କେନ୍ଦ୍ର ପ୍ରମୁଖ ରାମଚନ୍ଦ୍ର ସତପଥି ଧନ୍ୟବାଦ ଦେବା ପରେ ସଭାପତି ସଭା ସାଙ୍ଗ ଘୋଷଣାକରିଥିଲେ।ଉତ୍ସବ ଟି ଉପଭୋଗ୍ୟ ହେବାର ସାଧାରଣରେ ଆଲୋଚନା ହେଉଥିବାର ଦେଖାଯାଇଥିଲା।

ଗାୟତ୍ରୀ ଶକ୍ତିପୀଠରେ ନବରାତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ,

ଢେଙ୍କାନାଳ:୧୨/୧୦ – (ମନିସ) :- କୈବଲ୍ଯ ବଜାର ସ୍ଥିତ ଗାୟତ୍ରୀ ଶକ୍ତିପୀଠରେ ନବରାତ୍ର ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି ପ୍ରତିଷ୍ଠା ଓ ମାନବ ଦେହରେ ଦେବତ୍ବର ଅବତରଣ ନିମନ୍ତେ ଯୁଗଦ୍ରଷ୍ଟା ତଯୋନିଷ୍ଟ ଗୁରୁଦେବ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଓ ବନ୍ଦନୀୟା ମାତାଜୀ ଦେବୀ ଭଗବତୀ ଶର୍ମାଙ୍କ ଯୁଗ୍ମ ସଂରକ୍ଷଣରେ ଶାରଦୀୟ ନବରାତ୍ର ଅବସରରେ ବିଶ୍ବଶାନ୍ତି ଗାୟତ୍ରୀ ମହାଯଜ୍ଞ ମହାସମାରୋହରେ ଆୟୋଜିତ ହୋଇଯାଇଛି। ଗତ ୧୦ ତାରିଖରେ ସଙ୍କଳ୍ପ ସମାରୋହ କାର୍ଯ୍ୟକ୍ରମ ହୋଇଥିବା ବେଳେ ରବିବାର ଠାରୁ ଯଜ୍ଞ ଆରମ୍ଭ ହୋଇଅଛି। ଆସନ୍ତା ୧୯ ତାରିଖ ସୋମବାର ଦିନ ଯଜ୍ଞର ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ ବ୍ଯବସ୍ଥା କରାଯିବ। ଉକ୍ତ ଯଜ୍ଞକୁ ବସନ୍ତି ମଞ୍ଜୁରୀ ମିଶ୍ର ଓ ବଂଶଧର ରାଉତ ପରିଚାଳନା କରୁଛନ୍ତି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଯବସ୍ଥାପକ ଓ ମୁଖ୍ୟ ଟ୍ରଷ୍ଟି ଶିବ ପ୍ରସାଦ ଶତପଥୀ ଓ ସହ ଟ୍ରଷ୍ଟି ସନ୍ତୋଷ କୁମାର ଅଗ୍ରୱାଲ, କୋଷାଧ୍ୟକ୍ଷା ଦେବରାଜ ସାହୁ, ଜିଲ୍ଲା ସଂଯୋଜକ ନରହରି ବିହାରୀ, ପରିବ୍ରାଜକ ବଂଶଧର ରାଉତଙ୍କ ସମେତ୍ ଟ୍ରଷ୍ଟି ସଦସ୍ୟ ଗୋପୀନାଥ ସାହୁ, ମନୋଜ କୁମାର ଅଗ୍ରୱାଲ, ବସନ୍ତ ମଞ୍ଜୁରୀ ମିଶ୍ର ଭାରତୀ ମହାପାତ୍ର ପ୍ରମୁଖ ସୁରୁଖୁରୁ ଭାବରେ ପରିଚାଳନା କରୁଛନ୍ତି।

ପାଚିକା ସହାୟିକା ସଂଘର ଏକ ବୈଠକ ଆୟୋଜନ

ଢେଙ୍କାନାଳ:୧୧/୧୦ – (ମନିସ) :- ଜେଲ ରୋଡ ନିକଟସ୍ଥ ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ଏଆଇଟିୟୁସି ସହବନ୍ଦିତ ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଂଘର ବୈଠକ ରବିରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦିକା ଭରତୀ ଦାସ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ। ଗତ ୫ ମାସ ହେବ ପାଚିକା ସହାୟିକା ମାନଙ୍କୁ ପାରିଶ୍ରମିକ ମିଳିନଥିବା ଯୋଗୁଁ ଏଥିରେ ଉଦବେଗ ପ୍ରକାଶ ପାଇଥିଲା। ପାରିଶ୍ରମିକ ପ୍ରଦାନ ପାଇଁ ଜିଲ୍ଲାପାଳ ପାଣ୍ଠିରୁ ୧ କୋଟି ୨୦ ଲକ୍ଷ ଟଙ୍କା ସଂଘ ପକ୍ଷରୁ ପାଚିକା ମାନଙ୍କୁ ଦେବା ପାଇଁ ମାଗିଥିଲା। କିନ୍ତୁ କ୍ଷୋଭର ବିଷୟ ଏହାଯେ ଜିଲ୍ଲା ପ୍ରଶାସନ ଉକ୍ତ ଅର୍ଥ ଯୋଗାଇଦେବାରେ ଅକ୍ଷମ ବୋଲି ସଂଘ ପକ୍ଷରୁ ଅନୁଭବ କରାଯାଉଛି। ଡିଇଓ ପାଣ୍ଠିରେ ୧ ମାସର ପାରିଶ୍ରମିକ ଦେବା ପାଇଁ ଟଙ୍କା ନାହିଁ। ତେଣୁ ୦୩/୧୦/୨୦୨୬ ରିଖ ଦିନ ଜିଲ୍ଲାପାଳଙ୍କ ଅନୁପସ୍ଥିତଥିବା ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠିଙ୍କ ପାଖରେ ଅଭିଯୋଗ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଏହାଉପରେ ଗୁରୁତ୍ୱ ଦେଇଥିଲେ ଏହାର ସମାଧାନ ହୋଇପାରିଥାନ୍ତା। ରାଜ୍ୟ ସରକାର ପ୍ରତି ମାସ ୧୦ ତାରିଖରେ ପାରିଶ୍ରମିକ ଦେବା ପାଇଁ ଘୋଷଣା କରିଥିଲେ ମଧ୍ୟ ତାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି। ୫ ମାସ ହେବ ପାଚିକାଟି ତା’ର ପାରିଶ୍ରମିକ ନପାଇ କିପରି ଚଳୁଥିବ ତାହା ଜିଲ୍ଲା ପ୍ରଶାନ ଓ ରାଜ୍ୟ ସରକାର ଉପଲବ୍ଧ କରିବାକଥା। ଜିଲ୍ଲାପାଣ୍ଠିରୁ ୧ କୋଟି ୨୦ ଲକ୍ଷ ଟଙ୍କା ଦେଇ ପାଚିକାମାନଙ୍କ ଆର୍ଥିକ ଯନ୍ତ୍ରଣାରୁ ଟିକିଏ ଆସସ୍ତ ଲାଭ ପାଇଥାନ୍ତେ। ଉକ୍ତ ଟଙ୍କା ରାଜ୍ୟ ଦେଇଥିଲେ ତାକୁ ଜିଲ୍ଲା ପାଣ୍ଠିରେ ଭରଣା କରାଯାଇଥାନ୍ତା। ମଇ ଜୁନ ଛୁଟି ମାସ ସ୍ବତ୍ବେ ଜୁନ ମାସରେ ପାଚିକା ମାନେ କାର୍ଯ୍ୟ କରିଛନ୍ତି। ସରକାର ଏହା ଉପରେ ବିଚାର କରି ପାରିଶ୍ରମିକ ଯୋଗାଇ ଦେବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଯଦି ଏହାଉପରେ ଗୁରୁତ୍ୱ ନଦିଅନ୍ତି ତେବେ ସଂଘ ଆଇନର ଆଶ୍ରୟ ନେବ ବୋଲି ରାଜ୍ୟ ଉପଦେଷ୍ଟା ରବିରଥ ମତବ୍ୟକ୍ତ କରିଥିଲେ। ସର୍ବନିମ୍ମ ମଜୁରୀ ୧୦ ମାସ ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ଅବସର ପରେ ପେନସନ ବି,ଇ,ଓ ଙ୍କ ଦ୍ବାରା ନିଯୁକ୍ତି, ପାଚିକାମାନଙ୍କୁ ଶ୍ରମିକର ମାନ୍ଯତା ପିଲା ସଂଖ୍ୟା କମ ହେଉଥିବା ଦର୍ଶାଇ ଚଟେଇ କରୁଥିବାରୁ ସଂଘ ଉଦବେଗ ପ୍ରକାଶ କରି କାହିଁକି ସରକାରୀ ବିଦ୍ୟାଳୟ ରୁ ପିଲା ସଂଖ୍ଯା ହ୍ରାସ ଘଟୁଛି ସେଥିପ୍ରତି ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଉକ୍ତ ବୈଠକରେ ଏ,ଆଇ,ଟି,ୟୁ,ସି ର ଜିଲ୍ଲା ସମ୍ପାଦକ ନାରାୟଣ ନାୟକ, ଶାନ୍ତିପ୍ରିୟା ସାହୁ, ଉତ୍ତରା ପାତ୍ର, ଶୁଭାସିନୀ ବେହେରା, ଶୁଭାସିନୀ ସାହୁ, ଅଶାନ୍ତି ରାଉତ, ଦୀପ୍ତିମୟୀ ଜେନା, ବୁଧେଇ ବେହେରା, ସରୋଜିନୀ ପରିଡା ପ୍ରମୁଖ ଯୋଗଦେଇଥିଲେ।

ଏଆଇଟିୟୁସିର ଦ୍ବିତୀୟ ଜିଲ୍ଲା ସମ୍ମିଳନୀ ଆଡମ୍ବର ସହିତ ଅନୁଷ୍ଠିତ

ଢେଙ୍କାନାଳ:୧୧/୧୦ – (ମନିସ) :- ସ୍ଥାନୀୟ ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ଏଆଇଟିୟୁସିର ଦ୍ବିତୀୟ ଜିଲ୍ଲା ସମ୍ମିଳନୀ ମହାଆଡମ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସ୍ଥାନକୁ ଯମ୍ବେଶ୍ବର ପୁଷ୍ଟି ମଣ୍ତପ ଭାବେ ନାମ କରାଯାଇଛି। ସୁଜାତା ନାୟକ ଓ ଶାନ୍ତିପ୍ରିୟା ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ଯ ମହାଆଡମ୍ବରେ ଆରମ୍ଭ ହୋଇଥିଲା। ଉକ୍ତ ସମ୍ମିଳନୀରେ ବକ୍ତାଭାବରେ ରାଜ୍ଯ କମିଟିର ସମ୍ପାଦିକା ହରପ୍ରିୟା ସ୍ବାଇଁ ଯୋଗଦେଇ ବର୍ତ୍ତମାନ ଶ୍ରମିକମାନଙ୍କ ଉପରେ ହେଉଥିବା ବିଭିନ୍ନ ଶୋଷଣ ହେଉଥିବା ଘଟଣାକୁ ନେଇ ପୁଙ୍ଖାନୁପୁଙ୍ଖ ଭାବରେ ମତବ୍ୟକ୍ତ କରିଥିଲେ।ଆସନ୍ତା ୩୧ ଓ ନଭେମ୍ବର ୧ ଓ ୨ ତାରିଖ ତିନିଦିନଧରି ଅନୁଗୋଳ ଜିଲ୍ଲାର ତାଲଚେର ଠାରେ ଆୟୋଜନ ହେବାକୁ ଯାଉଥିବା ୧୪ ତମ ରାଜ୍ୟ ସମ୍ମିଳନୀ ଉପରେ ସୂଚନା ପ୍ରଦାନ କରିଥିବା ବେଳେ ଏହି ଅବସରରେ ପ୍ରତିନିଧି ନିର୍ବାଚନ କରାଯାଇଥିଲା। ଏଥିରେ ସମ୍ପାଦକ ସମ୍ମିଳନୀ ଉପରେ ରିପୋର୍ଟ ଉପସ୍ଥାପନ କରିଥିଲେ। ସମ୍ମିଳନୀରେ ଅତିଥି ଭାବେ ବି, କେ,ଏମ,ୟୁଏ ରାଜ୍ୟ ସଭ୍ୟ ପ୍ରଫୁଲ୍ଲ କୁମାର ନାଏକ ଯୋଗଦେଇ ସଂଗଠନକୁ ଆଗକୁ ଅଧିକ ମଜଭୁତ କରି ଦାବି ହାସଲ କରିବା ପାଇଁ ଆନ୍ଦୋଳନକୁ ସଙ୍ଗଠିତ କରିବା ପାଇଁ ଆହ୍ବାନ ଦେଇଥିଲେ। ଆଗାମୀ ଦିନ ପାଇଁ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ସଭାପତି ଭାବେ ରବିରଥ, ଉପସଭାପତି ଭାବେ ସୁଫଳା ମହାପାତ୍ର, ସମ୍ପାଦକ ଭାବେ ନାରାୟଣ ନାଏକ, ସହ ସମ୍ପାଦକ ଭାବେ ଶାନ୍ତିପ୍ରିୟା ସାହୁ, କୋଷାଧ୍ୟକ୍ଷ ଭବେ ଉଚରା ପାତ୍ର ନିର୍ବାଚିତ ହେବା ସହିତ ଏକ ୨୧ ଜଣିଆ ଜିଲ୍ଲା କମିଟି ଗଠନ କରାଗଲା। ଅନ୍ଯାନ୍ଯ କର୍ମକର୍ତ୍ତା ସମ୍ମିଳନୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ବେଳେ ଶେଷରେ ସୁବାସିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସ୍ବର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ପରିଡାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ:୧୧/୧୦ – (ମନିସ) :- ବିରଷ୍ଠ ନାଗରିକ ସେବା ସଂଘ ଜାଗୃତି ମହିଳା ମହାସଂଘ ଆନୁକୂଲ୍ୟରେ ଗୋବିନ୍ଦପୁର କାର୍ଯ୍ଯାଳୟ ତଥା ପ୍ରଫୁଲ୍ଲ ଚନ୍ଦ୍ର ପରିଡାଙ୍କ ବାସଭବନରେ ସର୍ଗତ ପରିଡାଙ୍କର ଏକାଦଶାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସେବା ସଂଘର ସଭାପତି ଗୋପୀନାଥ ଜେନା ସ୍ବର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ପରିଡାଙ୍କର ସ୍ମତିଚରଣ କରିବା ସହିତ ଜାଗୃତି ମହିଳା ମହାସଂଘର ସଭାନେତ୍ରୀ ଶ୍ରୀମତୀ ରୁକ୍ମିଣୀ ମଲିକ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ସଭ୍ୟସଭ୍ଯା ଉପସ୍ଥିତ ରହି ଶୋକସନ୍ତାପ ପରିବାରଙ୍କୁ ସାନ୍ତ୍ବନା ଦେଇଥିଲେ। ଭୂତପୂର୍ବ ବିଧାୟକ ନବୀନ ନନ୍ଦ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଶୋକସନ୍ତାପ ପରିବାରଙ୍କୁ ଧର୍ଯ୍ଯ ଏବଂ ସାନ୍ତ୍ବନା ଦେଇଥିଲେ। ରାଜ୍ୟ ସରକାରୀ ଭାଳତୀ ସଂସ୍ଥା ସମ୍ପାଦକ କୃଷ୍ଣ ବଲ୍ଲଭ ସାହୁ ଏବଂ ସଂଘର ବାମଦେବ ପରିଡା, ଶିବପ୍ରସାଦ ରାଉତ, ରବିନାରାୟଣ ଦାସ, ବାଳକୃଷ୍ଣ ଦେହୁରୀ, ରବି ନାୟକ, ପ୍ରଭାକର ଗଡନାୟକ, ତ୍ରିନାଥ ସାହୁଙ୍କ ସମେତ୍ ୨୫୦ରୁ ଉର୍ଦ୍ଧ୍ବ ସଭ୍ୟ ଯୋଗଦେଇଥିଲେ। ସର୍ଗତ ପରିଡା ତା୦୬/୦୩/୧୯୫୯ ରିଖରେ ଜନ୍ମ ଗ୍ରହଣ କରିଥିବାବେଳେ ଗତ ୦୧/୧୦/୨୦୨୬ ରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ପରିବାର ପକ୍ଷରୁ ପୁତ୍ର, ପୁତ୍ରବଧୁ ,ଝିଅ- ଜୋଇଁ, ନାତି ନାତୁଣୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ପଡୋଶୀ ବନ୍ଧୁବାନ୍ଧବ ସହଯୋଗ କରିଥିଲେ।

ଜିଲ୍ଲା ସ୍ତରୀୟ କୁକୁଡ଼ା ଚାଷୀ ସଂଘର ବୈଠକ

ଢେଙ୍କାନାଳ:୧୨/୧୦ – (ମନିସ) :- ଓଡିଶା ରାଜ୍ୟ କୁକୁଡ଼ା ଚାଷୀ ମହାସଂଘ ଢେଙ୍କାନାଳ ତରଫରୁ ଜିଲ୍ଲାର ଚାଷୀମାନଙ୍କୁ ନେଇ ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣରେ ଥିବା ଲକ୍ଷ୍ମୀ ମନ୍ଦିର ଠାରେ ଜିଲ୍ଲା ସଭାପତି ଓ ସମ୍ପାଦକଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ଚାଷୀମାନଙ୍କର ବିଭିନ୍ନ ଅସୁବିଧା ତଥା କମ୍ପାନୀମାନଙ୍କ ଦ୍ବାରା କରାଯାଉଥିବା ଚାଷୀ ଶୋଷଣ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଗଲା। ଏସମ୍ପର୍କରେ ବିଧିବଦ୍ଧ ଭାବରେ ରାଜ୍ୟ ସଂଘକୁ ଅବଗତ କରାଇବା ସହ ଜିଲ୍ଲା ସ୍ତରରେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବା ପାଇଁ ସ୍ଥିର କରାଯାଇଥିଲା। ଜିଲ୍ଲାରେ ସଙ୍ଗଠନକୁ ଦୃଢ ଭାବରେ ଗଢିତୋଳିବା ପାଇଁ ସ୍ଥିର ହୋଇଥିବା ବେଳେ ଉପସ୍ଥିତ ସମସ୍ତ ସଦସ୍ୟ ଆଗାମୀ ଦିନ ମଧ୍ୟରେ ସଂଗଠନ ଗଠନ କରି ଜିଲ୍ଲା ସଭାପତି ଙ୍କୁ ଅବଗତ କରିବା ପାଇଁ ବୈଠକରେ ସ୍ଥିର କରାଗଲା। ଉକ୍ତ ବୈଠକରେ ଜିଲ୍ଲା ସଭାପତି ସୁଶୀଲ କୁମାର ବେହେରା ଓ ସମ୍ପାଦକ ସିଦ୍ଧାନ୍ତ ପ୍ରଧାନଙ୍କ ସମେତ୍ ଅଶୋକ କୁମାର ସାହୁ, ନିଶାମଣୀ ବରାଳ, ଦୁଷ୍ମନ୍ତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳିତ

masiha

ବ୍ଲକ୍‌ଗ୍ରାଣ୍ଟ ବନାମ ଏସ୍‌ଏସ୍‌ବି: ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ଛକାପଞ୍ଝା

ଜିରିଡାମାଳି ରାଧାକୁଞ୍ଜ ସାହି ରେ ରାଧାକୃଷ୍ଣ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ 

Sunil Chandra Nayak

Leave a Comment

error: Content is protected !!