ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ୟାସ୍ ସିଲିଣ୍ଡର ପାଇଁ ସବସିଡି ଘୋଷଣା କଲେ କେନ୍ଦ୍ର ସରକାର

୯ କୋଟିରୁ ଅଧିକ ଲୋକଙ୍କୁ ମିଳିବ ଫାଇଦା…

ଜନସାଧାରଣଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ପାଇଁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସରକାର ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କ ପାଇଁ ନୂଆ ସବସିଡି ଘୋଷଣା କରିଛନ୍ତି । ଏହାର ଫାଇଦା ୯ କୋଟିରୁ ଅଧିକ ଲୋକଙ୍କୁ ମିଳିବ । ତେବେ ଏହି ସବସିଡି କେବଳ ୧୨ଟି ସିଲିଣ୍ଡର ପର୍ଯ୍ୟନ୍ତ ପ୍ରଦାନ କରାଯିବ ବୋଲି କୁହାଯାଇଛି।କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ, ଏହି ସବସିଡି କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ମିଳିବ । ପ୍ରତ୍ୟେକ ଲାଭାର୍ଥୀ ପ୍ରତି ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ପାଇବେ । ସୂଚନାଯୋଗ୍ୟ ଯେ, ରୋଷେଇ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଏଲପିଜି ସିଲିଣ୍ଡରର ମୂଲ୍ୟ ଗତ ୧୯ ତାରିଖରେ ୩.୫୦ ଟଙ୍କା ବୃଦ୍ଧି ପାଇଥିଲା । ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଏଲପିଜି ସିଲିଣ୍ଡରର ଦାମ୍ ବଢ଼ିଥିଲା ।

ସେହିପରି କେନ୍ଦ୍ର ସରକାର ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ ଟଙ୍କା ଓ ଡିଜେଲ ଉପରୁ ୬ ଟଙ୍କା ହ୍ରାସ କରିଛନ୍ତି । ଏହାଦ୍ୱାର ପେଟ୍ରୋଲ ଦର ଲିଟର ପିଛା ୯.୫ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ ପାଇବ । କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ଜନସାଧାରଣଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ମିଳିବ । ଆସନ୍ତାକାଲି ସକାଳ ୬ଟା ଠାରୁ ଏହି ନୂଆ ଦର ଲାଗୁ ହେବ ବୋଲି ଜଣାପଡ଼ିଛି । ତୈଳ ଦର ହ୍ରାସ ନେଇ ଗତ କିଛିଦିନ ଧରି ବିପକ୍ଷ ଦଳଗୁଡ଼ିକ ପକ୍ଷରୁ ବାରମ୍ବାର ଦାବି କରାଯାଉଥିଲା ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ରାଇରଙ୍ଗପୁରରେ ବନବାସୀ ବୈଦ୍ୟ ସମ୍ମିଳନୀ ଆନୁକୁଲ୍ୟରେ ଧନ୍ବନ୍ତରୀ ଜୟନ୍ତୀ ପାଳିତ

Sunil Chandra Nayak

ଆର୍,ଇ,ସି ନୋଡାଲ ଉଚ୍ଚ ବିଦ୍ୟାଳୟ ଏନ୍ଆଇ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ମୂଷାପାଳି ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!