ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ପଞ୍ଚାୟତ ସମିତି ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ  ୩୭୭ ଜଣ ଦିବ୍ୟାଙ୍ଗଙ୍କ ଯୋଗଦାନ, ୧୨୬ ଜଣ ପ୍ରମାଣପତ୍ର ପାଇଁ ଚିହ୍ନଟ 

ନବରଙ୍ଗପୁର ପଞ୍ଚାୟତ ସମିତି ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ 

୩୭୭ ଜଣ ଦିବ୍ୟାଙ୍ଗଙ୍କ ଯୋଗଦାନ, ୧୨୬ ଜଣ ପ୍ରମାଣପତ୍ର ପାଇଁ ଚିହ୍ନଟ 

ନବରଙ୍ଗପୁର:(୧୪ ଅକ୍ଟୋବର ୨୦୨୬)(ରବି ନାରାୟଣ ମହାନ୍ତି)ଚଳିତ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆଜି ନବରଙ୍ଗପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସାଂସଦଙ୍କ ପ୍ରତିନିଧି ଶ୍ରୀ ଜ୍ୟୋତିରଞ୍ଜନ କଂଶ ଉଦ୍‌ଘାଟନ କରିଥିଲେ।ଶିବିରରେ ଅସ୍ଥିଶଲ୍ୟ, ଚକ୍ଷୁ, ମାନସିକ ରୋଗ ଏବଂ କର୍ଣ୍ଣ, ନାସା ଓ ଗଳା ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ଦିବ୍ୟାଙ୍ଗ ହିତାଧିକାରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକୀୟ ଚିକିତ୍ସାଗତ ମୂଲ୍ୟାୟନ କରିଥିଲେ। ଏହି ଶିବିରରେ ମୋଟ ୩୭୭ ଜଣ ଦିବ୍ୟାଙ୍ଗ ଯୋଗଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୬ ଜଣଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଚିହ୍ନଟ କରାଯାଇଥିଲା।ହିତାଧିକାରୀମାନଙ୍କୁ ବିଭିନ୍ନ ସରକାରୀ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ଶିବିର ପରିସରରେ ସାମାଜିକ ସୁରକ୍ଷା ଭତ୍ତା, ଋଣ ଓ ବସ୍‌ ପାସ୍‌ ସମ୍ପର୍କିତ ସେବା ପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇଥିଲା। ଏହାଦ୍ୱାରା ଦିବ୍ୟାଙ୍ଗ ହିତାଧିକାରୀମାନେ ସମ୍ପୃକ୍ତ ଯୋଜନା ଓ ସେବା ସମ୍ପର୍କରେ ଆବଶ୍ୟକ ସୂଚନା ପାଇବା ସହ ନିଜର ଆବେଦନ ସମ୍ବନ୍ଧୀୟ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ।ଏହି ଶିବିରରେ ନବରଙ୍ଗପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଶରତ ଭତ୍ରା, ଉପାଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ସମର୍ଥ , ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ସୁନିଲ ଖୋରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୋପାଳ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଦମୟନ୍ତୀ ନାୟକ, ସିଡିପିଓ ଶ୍ରୀମତୀ ମିନତୀ ନାୟକ, ସଦର ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଏ. ଧନଞ୍ଜୟ ରାଓ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପାର୍ଥଜିତ ମଣ୍ଡଳ, ଉପବିଭାଗୀୟ ଅଧିକାରୀ ଶ୍ରୀ ଜିତେନ୍ଦ୍ର ଚୌଧୁରୀ, ବରିଷ୍ଠ ରାଜସ୍ୱ କିରାଣୀ ଶ୍ରୀମତୀ ରଞ୍ଜିତା ମାଝୀ, କନିଷ୍ଠ କିରାଣୀ ଶ୍ରୀ ବୃନ୍ଦାବନ ବେବର୍ତ୍ତା, କାର୍ଯ୍ୟକ୍ରମ ସହାୟକ ଶ୍ରୀ ଭି. ପବନ କୁମାରଙ୍କ ସମେତ ପଞ୍ଚାୟତ ସମିତିର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ଶିବିରର ସଫଳ ଆୟୋଜନରେ ସହଯୋଗ କରିଥିଲେ।ଶିବିରର ସମସ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୋପାଳ ପଣ୍ଡା ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଏନ୍ ଇ ଇ ଟି (ୟୁ ଜି) ୨୦୨୬ ପୁନଃ ପରୀକ୍ଷା ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

“ନବ ଭାରତ ସାକ୍ଷର ଟ୍ରେନିଂ କାର୍ଯ୍ୟକ୍ରମ” 

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ୭ ଦିନ ବ୍ୟାପୀ ଜାତୀୟ ସେବା ଯୋଜନା ର ସ୍ଵତନ୍ତ୍ର ଶୀତକାଳୀନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!