ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଲିହାରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ପାଳନ

କୁଲିହାରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ପାଳନ

ଜୁନାଗଡ଼,୧୪/୧୦(ମନୀ ସ)ବ୍ରାହ୍ମଣୀଗୁଡା କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ କାର୍ଯ୍ୟକ୍ରମ କୁଲିହାରୀ ଉଚ୍ଚ ବିଦ୍ୟାଳୟରେ ଶ୍ରୀ ବିଜୟ କୁମାର ପାଢ଼ୀ (ପ୍ରଧାନ ଶିକ୍ଷକ , କୁଲିହାରୀ ଉଚ୍ଚ ବିଦ୍ୟାଳୟ) ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଅଛି । କାର୍ଯକ୍ରମର ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ସବିତା ମେହେର (ଅଧ୍ୟକ୍ଷା , ପଞ୍ଚାୟତ ସମିତି, ଜୁନାଗଡ଼) ସମ୍ମାନିତ ଅତିଥି ଭାବରେ ଶ୍ରୀ ମଳୟ କୁମାର ଆଚାର୍ଯ୍ୟ ( ସରପଞ୍ଚ , କଲେଇଗାଁ ପଞ୍ଚାୟତ), ଶ୍ରୀ ପରମାନନ୍ଦ ପୂଝାରୀ ( ସଭାପତି , ପରିଚାଳନା କମିଟି କୁଲିହାରୀ ଉଚ୍ଚ ବିଦ୍ୟାଳୟ), ଶ୍ରୀ ସୁବାସ ଚନ୍ଦ୍ର ନାଏକ ( ସଭାପତି , ଓଷ୍ଟା ଜୁନାଗଡ଼ ଏବଂ ପ୍ରଧାନ ଶିକ୍ଷକ ଖଗେଶ୍ୱର ମେହେର ଉଚ୍ଚ ବିଦ୍ୟାଳୟ , ବଳଦିଆମାଲ) ଶ୍ରୀ ସୁଶାନ୍ତ କୁମାର ଦୀପ ( ପ୍ରଧାନ ଶିକ୍ଷକ , ରାଧାକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ, ମଥୁରା) , ଶ୍ରୀ ବିରଞ୍ଚି କୁମାର ତାଣ୍ଡି ( ପ୍ରଧାନ ଶିକ୍ଷକ , ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଦୁଣ୍ଡେଲମାଲ) ,ଶ୍ରୀ ରବୀନ୍ଦ୍ର ନାଥ ନାଏକ ( ପ୍ରଧାନ ଶିକ୍ଷକ , ସରକାରୀ ଉଚ୍ଚ ବିଦ୍ୟାଳୟ , ବ୍ରାହ୍ମଣୀଗୁଡା) , ଶ୍ରୀ ସୁନ୍ଦର ମୋହନ ଛତ୍ରିଆ ( ଉପ ସଭାପତି ସାମ୍ବାଦିକ ସଂଗଠନ ଜୁନାଗଡ଼ ) , ଶ୍ରୀ ରାଜେନ୍ଦ୍ର ଆଚାର୍ଯ୍ୟ ( ସଭାପତି , ବିଦ୍ୟାଳୟ ପରିଚାଳନା କମିଟି) ଆଦି ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ମେହେର ମହୋଦୟା ନିଜ କରକମଳରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ସୁରଭି ୨୦୨୬ ଛାତ୍ରଛାତ୍ରୀଙ୍କର ସାମୂହିକ ବିକାଶ ଦିଗରେ କିପରି ଏକ ଅଗ୍ରୀମ ଭୂମିକା ଗ୍ରହଣ କରୁଛି ତାହା ନିଜର ଅଭିଭାଷଣରେ କହିଥିଲେ । ସୁରଭି ୨୦୨୬ ରେ ଅନେକ କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହୋଇଥିଲା,କନିଷ୍ଠ ବିଭାଗରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ତାହାର ବିଜେତା ଗୁଡ଼ିକ ଯଥା : ଚିତ୍ରଙ୍କାନ ପ୍ରତିଯୋଗିତାରେ ରୋହନ ମାଝୀ ,ପ୍ରଥମ, (ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ତେନ୍ତୁଳିଖୁଣ୍ଟି ), ସଙ୍ଗୀତ ପ୍ରତିଯୋଗୀତାରେ ମେଘାଲି ନାଏକ, ପ୍ରଥମ (ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଚାରଭାଟି), କୁଇଜ ପ୍ରତିଯୋଗିତାରେ ଯୋଗୀନ୍ଦ୍ର ପଟେଲ , ପ୍ରଥମ ( ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ତେନ୍ତୁଳିଖୁଣ୍ଟି), ସୃଜନଶୀଳ ଲିଖନୀ ପ୍ରତିଯୋଗିତାରେ ଅମ୍ବିକା ମାଝୀ , ପ୍ରଥମ ( ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତେନ୍ତୁଳିଖୁଣ୍ଟି), ବକୃତା ପ୍ରତିଯୋଗିତାରେ ଛବି ପଟେଲ ,ପ୍ରଥମ ( ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତେନ୍ତୁଳିଖୁଣ୍ଟି) , ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତାରେ ରୋଜି ନାଏକ ପ୍ରଥମ ( ସରକାରୀ ପ୍ରାଥମିକ ବିଦ୍ୟାଳୟ, କୁକିହାରୀ) ଏବଂ ପିଏମ୍ ପୋଷଣ ପ୍ରଦର୍ଶନୀ ପ୍ରତିଯୋଗିତାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, କୁଲିହାରୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ସେହିପରି ବରିଷ୍ଠ ବିଭାଗରେ ଅନୁଷ୍ଠିତ ହୋଇଥବା ବିଭିନ୍ନ ପ୍ରତିଯୋଗିତା ଗୁଡ଼ିକ ଯଥା : ବକୃତା ପ୍ରତିଯୋଗିତାରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଦୁଣ୍ଡେଲମାଲର ଦଶମ ଶ୍ରେଣୀ ଛାତ୍ର ଈଶ୍ୱର ଦୁର୍ଗା ପ୍ରଥମ, ରଚନା ପ୍ରତିଯୋଗିତାରେ କୁଲିହାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ତୃପ୍ତିମୟୀ ଦଣ୍ଡସେନା ପ୍ରଥମ, ଚିତ୍ରାଙ୍କନ ପ୍ରତିଯୋଗିତାରେ କୁଲିହାରୀ ଉଚ୍ଚ ବିଦ୍ୟାଳୟର ଜ୍ୟୋତିଷ ପୂଝାରୀ ପ୍ରଥମ, ସଙ୍ଗୀତ ପ୍ରତିଯୋଗୀତାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାନଡୁମେରବାହାଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ଚନ୍ଦ୍ରିକା ହଂସ ପ୍ରଥମ , କୁଇଜ ପ୍ରତିଯୋଗିତାରେ କୁଲିହାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ମାନସ ନାଏକ ପ୍ରଥମ, ସୃଜନଶୀଳ ଲିଖନୀରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦୁଣ୍ଡେଲମାଲର ଦଶମ ଶ୍ରେଣୀ ଛାତ୍ର ରାଜକିଶୋର ଦୁର୍ଗା ପ୍ରଥମ, ବିତର୍କ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ, ବ୍ରାହ୍ମଣୀ ଗୁଡାର ନବମ ଶ୍ରେଣୀ ଛାତ୍ରୀ ତନ୍ମୟୀ ଦାସ ପ୍ରଥମ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁଲିହାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ହୋଇଥିଲା । ବିଭିନ୍ନ କାର୍ଯ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥି ବୃନ୍ଦ ପୁରସ୍କାର ବିତରଣ କରି ତାଙ୍କର ଉତ୍ସାହ ବୃଦ୍ଧି କରିଥିଲେ । ବ୍ରାହ୍ମଣୀ ଗୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିକାରୀ ଶ୍ରୀ ସିତେଶ କୁମାର ପାଢ଼ୀ ମହୋଦୟ ମଞ୍ଚ ପରିଚାଳନା କରିବା ସହିତ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମଶା ଦାଉରେ ବୁଗୁଡ଼ାବାସୀ କଲବଲ , କାମରେ ଲାଗୁନି ଟିଫା ମେସିନ, ପ୍ରତିକାର ଦାବି 

Sunil Chandra Nayak

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ 1977 ମାଟ୍ରିକ ବ୍ୟାଚ ବିଦ୍ୟାର୍ଥୀ ଙ୍କ ବନ୍ଧୁ ମିଳନ 

masiha

Leave a Comment

error: Content is protected !!