ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଡ଼ା ସୁରକ୍ଷା ମଧ୍ୟରେ ଦୀନକୃଷ୍ଣ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ଲାଟଫର୍ମ ସ୍ପିଚ କାର୍ଯ୍ୟକ୍ରମ ଅନୁଷ୍ଠିତ 

କଡ଼ା ସୁରକ୍ଷା ମଧ୍ୟରେ ଦୀନକୃଷ୍ଣ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ଲାଟଫର୍ମ ସ୍ପିଚ କାର୍ଯ୍ୟକ୍ରମ ଅନୁଷ୍ଠିତ 

 ଜଳେଶ୍ଵର,୧୪/୧୦(ମନିସ)- ଆସନ୍ତା ଅକ୍ଟୋବର ୧୫ ତାରିଖରେ ହେବାକୁ ଥିବା ଉତ୍ତର ବାଲେଶ୍ୱର ଅଞ୍ଚଳର ସର୍ବପୁରାତନ ଦୀନକୃଷ୍ଣ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ୭୦ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ହୋଇଥିବା ବେଳେ ସେଥି ମଧ୍ୟରୁ ୪ ଜଣ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ପରେ ୬୬ ଜଣ ପ୍ରାର୍ଥୀ ରହିଥିଲେ। ସେଥି ମଧ୍ୟରୁ ୬ ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଭିନ୍ନ ପଦବୀ ପାଇଁ ନିର୍ବାଚିତ ହୋଇଥଲେ।ଆଜି ପୂର୍ବାହ୍ନରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୬୦ ଜଣ ପ୍ରାର୍ଥୀଙ୍କ ପାଇଁ ପ୍ଲାଟଫର୍ମ ସ୍ପିଚ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ. ହିମାଂଶୁ କୁମାର ସାମଲଙ୍କ ପୌରହିତ୍ୟରେ କଡ଼ା ସୁରକ୍ଷା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଏହି ମହାବିଦ୍ୟାଳୟର ୧୧୦୦ ଡିଗ୍ରୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ୯୦୦ ଜଣ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଆଜି ଏହି କାର୍ଯ୍ୟକ୍ରମକୁ ନିର୍ବାଚନ ଅଧିକାରୀ ପ୍ରାଧ୍ୟାପକ ସନ୍ନ୍ୟାସୀ ଚରଣ ପାତ୍ର, ଡ. ମାନସ କୁମାର ଦାଶ ଓ ଡ. ଦୀପକ ସେନାପତି ଏବଂ ପ୍ରଭାରୀ ପ୍ରାଧ୍ୟାପକ ପ୍ରଦୀପ ରାଉଳ ଓ ଡ. ସୁଶାନ୍ତ କୁମାର ଗିରି ପ୍ରମୁଖ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ।ବିଶେଷ କରି ଶେଷରେ ଅନୁଷ୍ଠିତ ହୋଇଥିବା ନାଟ୍ୟ ସଂସଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସମ୍ପାଦକ ଓ ସହ ସମ୍ପାଦକ ପଦବୀ ପାଇଁ ପ୍ରାର୍ଥୀଙ୍କ ବକ୍ତୃତା ଓ ଅଭିନୟ ଉଚ୍ଚକୋଟୀର ହୋଇଥିଲା। ଅଧ୍ୟାପିକା ପୁଷ୍ପାଞ୍ଜଳି ପାଇକରାୟ,ଲୁଖି ଟୁଡୁ,କବିତା ଖୁଣ୍ଟିଆ,ପ୍ରିୟଦର୍ଶିନୀ କର,ରୋଜି ମଲ୍ଲିକ,ଇନ୍ଦିରା ପ୍ରିୟଦର୍ଶିନୀ ଗିରି ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜଳେଶ୍ଵର ଥାନା ଆଇ.ଆଇ.ସି ଅଶୋକ କୁମାର ବାରିକ୍,ସବ୍ ଇନ୍ସପେକ୍ଟର ଚିରଞ୍ଜିବୀ ରାଉତ ପ୍ରମୁଖ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ନିର୍ବାଚନରେ ଏ.ବି.ଭି.ପି,ବି.ସି. ଜେ.ଡି ଓ ଏନ୍.ଏସ.ୟୁ. ଆଇ ମଧ୍ୟରେ ତ୍ରିମୂଖୀ ଲଢ଼େଇ ହେବ। ଆସନ୍ତା ଭୋଟଦାନକୁ ଶୃଙ୍ଖଳିତ କରିବା ପାଇଁ ୧୦ ଟି ବୁଥ କରାଯାଇଛି।ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୩ ଟି ପ୍ରମୁଖ ଦଳର ୨ ଜଣ ଲେଖାଏଁ ଏଜେଣ୍ଟ ନିଯୁକ୍ତି ଦିଆଯିବ ବୋଲି ଅଧ୍ୟକ୍ଷ ଡ.ସାମଲ ସୂଚନା ଦେଇଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଇନ୍ଦ୍ରାବତୀ ପ୍ରକଳ୍ପ କଲୋନୀ ବାସୀ ପାଣି ସମସ୍ୟା ରେ ହନ୍ତସନ୍ତ:ବିଭାଗୀୟ ଅଧିକାରୀ ନିଦାବିଷ୍ଣୁ

Sunil Chandra Nayak

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୭୧ ତମ ସର୍ବଭାରତୀୟ ସମବାୟ ମହୋତ୍ସବ 

masiha

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!