ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ସଦର ଅଞ୍ଚଳରେ ଶ୍ରମ ବିଭାଗ ର ଚଢ଼ାଉ ଓ ଉଦ୍ଧାର ଅଭିଯାନ , ଜଣେ ଶିଶୁ ଶ୍ରମିକ ଓ ଜଣେ କିଶୋର ଶ୍ରମିକ ଉଦ୍ଧାର

ଭବାନୀପାଟଣା ସଦର ଅଞ୍ଚଳରେ ଶ୍ରମ ବିଭାଗ ର ଚଢ଼ାଉ ଓ ଉଦ୍ଧାର ଅଭିଯାନ , ଜଣେ ଶିଶୁ ଶ୍ରମିକ ଓ ଜଣେ କିଶୋର ଶ୍ରମିକ ଉଦ୍ଧାର

ଭବାନୀପାଟଣା ତା ୧୫.୧୦.୨୦୨୬:କଳାହାଣ୍ଡି ଜିଲ୍ଲାକୁ ଶିଶୁ ଶ୍ରମିକମୁକ୍ତ ଜିଲ୍ଲା ଭାବେ ଗଢ଼ିତୋଳିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ (DLTF)ର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗତକାଲି ୧୪.୧୦.୨୦୨୬ ତାରିଖରେ ଭବାନୀପାଟଣା ସଦର ଅଞ୍ଚଳରେ ଚଢ଼ାଉ ଓ ଉଦ୍ଧାର ଅଭିଯାନ ଅନୁଷ୍ଠିତ ହୋଇଥିଲା।

ଏହି ଅଭିଯାନରେ ଶ୍ରମ ବିଭାଗର ଜିତମ ମାଝୀ, ସହକାରୀ ଶ୍ରମ ଅଧିକାରୀ ଭବାନୀପାଟଣାଙ୍କ ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (DCPU), ପୁଲିସ, ଚାଇଲ୍ଡଲାଇନ୍ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ସାମିଲ ହୋଇଥିଲେ।ଅଭିଯାନ ସମୟରେ ବିଭିନ୍ନ ପ୍ରତିଷ୍ଠାନର ମାଲିକ ଓ ଶ୍ରମିକମାନଙ୍କୁ ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬ର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯାଇଥିଲା। ଶିଶୁ ଶ୍ରମିକ ନିୟୋଜନରୁ ବିରତ ରହିବା ସହ ଆଇନର ନିୟମାବଳୀ ପାଳନ କରିବାକୁ ନିଯୁକ୍ତିଦାତାମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏଥିସହିତ ବିଭିନ୍ନ ପ୍ରତିଷ୍ଠାନରେ ସଚେତନତାମୂଳକ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା।ଏହି ଚଢ଼ାଉ ସମୟରେ ଜଣେ ଶିଶୁ ଶ୍ରମିକ ଓ ଜଣେ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ଆଇନଗତ ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନିମନ୍ତେ ଉଭୟଙ୍କୁ କଳାହାଣ୍ଡି ଜିଲ୍ଲା ଶିଶୁ ମଙ୍ଗଳ ସମିତି (CWC) ନିକଟରେ ଉପସ୍ଥାପନ କରାଯାଇଥିଲା।

ଜିଲ୍ଲାକୁ ଶିଶୁ ଶ୍ରମିକମୁକ୍ତ କରିବା ସହ ଶିଶୁମାନଙ୍କର ଅଧିକାର ଓ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏଭଳି ଚଢ଼ାଉ ଓ ସଚେତନତାମୂଳକ ଅଭିଯାନ ଜାରି ରହିବ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଏସଆଇ ସମୀର କୁମାର ସେଠୀଙ୍କୁ ଡିଜିପି ଡିସ୍କ ଆୱାର୍ଡ଼

Sunil Chandra Nayak

ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘ ସହ ଆରଏସପି ରାଖଡ ପରିବହନ ନେଇ ଚୁକ୍ତି  ସାମ୍ବାଦିକ ସମ୍ମିଳନୀରେ ଧନ୍ୟବାଦ ଜଣାଇଲେ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର ସଭାପତି

Sunil Chandra Nayak

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଆରମ୍ଭ …

masiha

Leave a Comment

error: Content is protected !!