ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା,ସ୍ୱାସ୍ଥ୍ୟ,ଅର୍ଥନୈତିକ ବିକାଶ, ରାଜନୈତିକ ଭାଗିଦାରୀକୁ ଗୁରୁତ୍ୱ , ଜୁନାଗଡ଼ ଯାଦବ ମହାସଭାର ଗୁରୁତ୍ୱପୂର୍ଣ ବୈଠକ 

ଶିକ୍ଷା,ସ୍ୱାସ୍ଥ୍ୟ,ଅର୍ଥନୈତିକ ବିକାଶ, ରାଜନୈତିକ ଭାଗିଦାରୀକୁ ଗୁରୁତ୍ୱ , ଜୁନାଗଡ଼ ଯାଦବ ମହାସଭାର ଗୁରୁତ୍ୱପୂର୍ଣ ବୈଠକ 

ଜୁନାଗଡ଼, ୧୫/୧୦(ମନୀସ) ଧର୍ମଗଡ଼ ଯାଦବ ଜିଲ୍ଲା ମହାସଭା ଆନୁକୂଲ୍ୟରେ, ଜୁନାଗଡ଼ ବ୍ଲକ ଯାଦବ ମହାସଭାର ଏକ ଗୁରୁତ୍ୱପୂର୍ଣ ବୈଠକ ସ୍ଥାନୀୟ ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଥିଲା।

 ବ୍ଲକ ସଭାପତି ଗୌରଚନ୍ଦ୍ର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ଜିଲ୍ଲା ସଭାପତି ଟିକଚନ ନାଗ, ବୟୋଜ୍ୟେଷ୍ଠ ଶ୍ରୀପତି ଭାଟି, ଧର୍ମଗଡ଼ ଜିଲ୍ଲା ଯାଦବ ମହାସଭାର ସମ୍ପାଦକ କିଶୋର ହଂସ, ଜୁନାଗଡ଼ ବ୍ଲକ ସମ୍ପାଦକ ଚନ୍ଦ୍ରଶେଖର ବାଗ, ଜୁନାଗଡ଼ ଏନଏସି ସଭାପତି ଡମ୍ବରୁ କଟା, ସାମ୍ପଦକ ନୀଳାଦ୍ରି ପୁଞ୍ଜି, ବ୍ଲକ ଉପ ସଭାପତି ଈଶ୍ୱର ଗୋପାଳ, ପ୍ରତାପ ରାଉତ, ପୂର୍ବତନ ଏନଏସି ସଭାପତି ପୂର୍ଣଚନ୍ଦ୍ର ଭାଟି, ଧର୍ମଗଡ଼ ଜିଲ୍ଲା ଯାଦବ ମହାସଭା ଉପ ସଭାପତି ସୁରେନ୍ଦ୍ର ବାଗ ଙ୍କ ସମେତ ବ୍ଲକର ବିଭିନ୍ନ ଆଞ୍ଚଳିକ ସଭାପତି, ସଂପାଦକ, ସହର ଓ ଗ୍ରାମାଂଚଳର ଅନେକ ଭାତ ସମାଜ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ଅନ୍ୟତମ ପ୍ରମୁଖ ସଂଖ୍ୟା ଗରିଷ୍ଠ ଯାଦବ ଜାତିର ଆଗାମୀ ଦିନରେ କିପରି ସାମାଜିକ, ଆର୍ଥିକ, ଶିକ୍ଷା, ରାଜନୈତିକ କ୍ଷେତ୍ରରେ ଉନ୍ନତି ହେବ, ସେ ଦିଗରର ଆଲୋଚନା ହୋଇଥିଲା।ଆଗାମୀ ପୌରାଞ୍ଚଳ ଓ ପଞ୍ଚାୟତ ନିର୍ବାଚନରେ ସମସ୍ତେ ସକ୍ରିୟ ରହି, ପରୋକ୍ଷ ଓ ପ୍ରତକ୍ଷ୍ୟ ଭାବେ ରାଜନୈତିକ ପାତିଆରା ଜାହିର କରବା ଦିଗରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ପାଇଁ ଅନେକ ବକ୍ତା ମନ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲାସାରା ଯାଦବ ମାନଙ୍କ ଘନଘନ ବୈଠକକୁ ନେଇ ରାଜନୈତିକ ମହଲରେ ଉତ୍ସୁକତା ପ୍ରକାଶ ପାଉଛି ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଲଗାଣ ବର୍ଷା ପୋଲ ଉପରେ ପାଣି, ଯାନ ବାହାନ ଚଳାଚଳ ବାଧା ପ୍ରାପ୍ତ

masiha

ଡେରାଡୁନର 45ଜଣ ଅତିରିକ୍ତ ଵନ ସଂରକ୍ଷକ ବିଦ୍ୟାର୍ଥୀ ଭିତରକନିକାରେ ଦିନିକିଆ ତାଲିମ ନେଵା ସହ ଜାତୀୟ ଉଦ୍ୟାନ ଭ୍ରମଣ କରି ଫେରିଲେ

masiha

ଜୁନାଗଡ଼ ସମବାୟ ସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ସଭା 

masiha

Leave a Comment

error: Content is protected !!