ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଁ ତାରିଣୀ ପୀଠରେ ମାଁ ଦୁର୍ଗାଙ୍କର ଉଦଯାପନି ଦିବସ

ମାଁ ତାରିଣୀ ପୀଠରେ ମାଁ ଦୁର୍ଗାଙ୍କର ଉଦଯାପନି ଦିବସ

ଯୋରାଡ଼ବରା ତା.୨୦.୧୦.୨୦୨୬ ( ରମେଶ ଚନ୍ଦ୍ର ପୁଟେଲ) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅଧିନସ୍ଥ ଯୋରାଡ଼ବରା ଗ୍ରାମ ପଞ୍ଚାୟତ ସ୍ଥିତ ଯୋରାଡ଼ବରା ଗ୍ରାମରେ ମାଁ ତାରିଣୀ ପୀଠରେ ନଅଦିନ ହେଲା ପୂଜା ପାଳିତ ହୋଇଆସୁଛି । ପୂଜା କାର୍ଯ୍ୟରେ ମାଁ ତାରିଣୀ କମିଟୀ ସଭାପତି ଶ୍ରୀ ବିମଳ ସାହୁ ଓ ସମ୍ପାଦକ ଶ୍ରୀ ମୋତିଲାଲ ସାହୁ ଭକ୍ତ ବୃନ୍ଦ ପୂଜା ସମାପନ କରୁଥିଲେ। ଅନେକ ଦିନ ଅନେକ ପ୍ରକାର ପୂଜା କାର୍ଯ୍ୟ କରାଯାଉଥିଲା । ଏହି ପୂଜା କାର୍ଯ୍ୟରେ ରାତ୍ରିରେ ମନୋରଞ୍ଜନ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଇଥିଲା । ରିତିମତ ଭାବରେ ଅନେକ ଲୋକ ସମାଗମ ଦେଖିବାକୁ ମିଳିଥିଲା। ପ୍ରାୟ ଶହ ଶହ ଲୋକ ଏଠାରେ ଆସିକରି ସରଣାଗତ ହୋଇ କରି ଭଗବାନଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ଅନେକ ଲୋକ ଅନେକ ପ୍ରକାର ଭୋଗରାଗ ଆଣି ମାଁ ପୀଠରେ ଅର୍ପଣ କରିଥିଲେ । ପ୍ରତ୍ୟେକ ଦିନ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିଲା ଆଦି କମିଟୀ ତଥା ଭକ୍ତମାନଙ୍କର ଉପସ୍ଥିତିରେ ସମାପନ କରାଗଲା । ବିଶେଷ ପରିମାଣରେ ଏହି ପୀଠରେ ମହିଳା ମାନଙ୍କୁ ଦେଖିବାର ମିଳିଥିଲା।

ରମେଶ ଚନ୍ଦ୍ର ପୁଟେଲଙ୍କ ରିର୍ପୋଟ

Related posts

ଜୁନାଗଡ଼ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

masiha

ଆଧ୍ୟାତ୍ମିକ କବି ଶ୍ରୀ ଚିତ୍ରସେନ ମହାରଣାଙ୍କୁ କବିତ୍ଵ ସମ୍ମାନ

masiha

ପିସି ଏଣ୍ଡ ପିଏନଣ୍ଡିଟି ଆକ୍ଟ ଅନୁସାରେ ଅଲ୍ଟ୍ରାସାଉଣ୍ଡ ମେସିନ ଚାଲିବା ନେଇ ପ୍ରସାନିକ ବୈଠକ

Sunil Chandra Nayak

Leave a Comment

error: Content is protected !!