ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – ସାହିତ୍ୟଘର ସହରର ଚରିତ୍ର ସହ ସଂପର୍କର ସେତୁ …..

ଅନୁଭବ ନଥିଲେ ସାହିତ୍ୟ ଲେଖା ହୋଇପାରିବ ନାହିଁ : ସୌମ୍ୟରଂଜନ

ରାଉରକେଲା/ ଅନୁଭବ ନଥିଲେ ସାହିତ୍ୟ ଲେଖା ହୋଇପାରିବ ନାହିଁ। ସମ୍ବାଦ ସାହିତ୍ୟଘର ସହରର ଚରିତ୍ର ସହ ସଂପର୍କର ସେତୁ ଋପେ କାର୍ଯ୍ୟ କରୁଛି ବୋଲି ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ସମ୍ବାଦ ସାହିତ୍ୟ ଘର ରାଉରକେଲା ଆନୁକୂଲ୍ୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପରୋକ୍ତ ମନ୍ତବ୍ଯ ସହ କହିଲେ ଯେ ଏଭଳି କାର୍ଯ୍ୟକ୍ରମ ଆମକୁ ଅଧିକ ଆତ୍ମ ସଚେତନ କରିଦେଉଛି। ମୋର ରାଉରକେଲା ସହ ସଂପର୍କ ଅତି ନିବିଡ଼। ସବୁଦିନ ପାଇଁ ମୁଁ ରାଉରକେଲା ପାଖରେ ଋଣୀ। ଏଠାରେ ସମ୍ଭାବନାର ସୂତ୍ର ଦେଖୁଛି। ଓଡିଶାରେ ଯଦି ଓଡିଆଙ୍କୁ ଦେଖିବାକୁ ଚାହଁ ତେବେ ରାଉରକେଲାକୁ ଯାଅ ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଥିଲେ। ଏହାସହ ସେ କହିଲେ ଯେ ରାଜନୀତି ଓ ସାହିତ୍ୟର ସଂପର୍କ ଅତି ନିବିଡ଼। ସଂପ୍ରତି ଗଣତନ୍ତ୍ରରେ ରାଜନୀତି ବିନା କିଛି ହୋଇପାରିବ ନାହିଁ। ପ୍ରାୟ ସବୁ ଅନୁଷ୍ଠାନ ଅବକ୍ଷୟ ମୁଖୀ ହୋଇଥିବା ବେଳେ ସୁପ୍ରିମକୋର୍ଟ ମଧ୍ୟ ଅବକ୍ଷୟମୁଖୀ,ହୋଇଛି ବୋଲି ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ କହିଥିଲେ। କୋଏଲନଗର ଏ ବ୍ଲକ ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ସମ୍ବାଦ ସାହିତ୍ୟ ଘର, ରାଉରକେଲା ର ସଭାପତି ଆଲୋକ ରଂଜନ ମଲ୍ଲିକ ଙ୍କ ସଭପତିତ୍ବ ଓ ସାଧାରଣ ସଂପାଦକ ପ୍ରଶାନ୍ତ ଦାସଙ୍କ ଆବାହକତ୍ବ ତଥା ଉପଦେଷ୍ଟା ବ୍ରଜେନ୍ଦ୍ର ଦାଶ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମ୍ବାଦ ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଓ ଆଇନଜୀବୀ ନାରାୟଣ ପ୍ରସାଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ସୌମ୍ୟରଂଜନଙ୍କୁ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ପ୍ରଦୀପ ଦାସ,ମନୋଜ ନାୟକ,ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ରୁ କୁଂଜବିହାରୀ ରାଉତ,ଆରଏସଏ ରୁ ସୌମେନ୍ଦ୍ର ଭୁୟାଁ,ଦୀକ୍ଷାଦିପନ ରୁ ଚିତ୍ତ ବ୍ରହ୍ମା ଓ ଡଲି ବ୍ରହ୍ମା,ରାଉରକେଲା ଡେଭଲପମେଣ୍ଟ ଫଣ୍ଡ ରୁ ହରିହର ରାଉତରାୟ,ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରୁ ବୈଦ୍ୟନାଥ ଦାସ,କୋଏଲନଗର ଜଗନ୍ନାଥ ମନ୍ଦିର ତରଫରୁ ପ୍ରଦୀପ ପଣ୍ଡା,ଦେବପତି ସେବାୟତ ନିଯୋଗ ରୁ ରମେଶ ମହାନ୍ତି, ଶ୍ରୀ ଅରବିନ୍ଦ ସ୍କୁଲରୁ ଗୀତାଞ୍ଜଳୀ ବେହେରା, ଆଇନ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ର ସଭାପତି ଡଃ ସୁମନ ଦତ୍ତ, ସୁନ୍ଦରଗଡ ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ରୁ ଗଗନ ବିହାରୀ ସାହୁ,ଶ୍ରମିକ ସଙ୍ଗଠନ ମିଳିତ ମଂଚର ଜୟଜିତ ପାତ୍ର,ସ୍ବସ୍ତି ସାହିତ୍ୟ ସଂସଦରୁ ବିଭୁତି ଭୂଷଣ ଦାସ,ଉତ୍କଳ ଗୀତି କବି ସମାଜ ରୁ ରାମକୃଷ୍ଣ ତ୍ରିପାଠୀ,ଜଗତସିଂହପୁର ମୁନସିପାଲଟି ର ପ୍ରାକ୍ତନ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ,ଇସ୍ପାତ ସାହିତ୍ୟ ସଂସଦର ରୁ ଗଙ୍ଗାଧର ପୁହାଣ,ପ୍ରଗତି ଉତ୍କଳ ସଂଘରୁ ଅଶୋକ କୁମାର ପଟ୍ଟନାୟକ,କଂଗ୍ରେସ ସେବାଦଳରୁ ବିନୋଦ ଚନ୍ଦ୍ର ରାଉତ,ମଧୁସୂଦନ ପାଠାଗାର ରୁ ବିଜୟ କୁମାର ବରାଳ, ଛେଣ୍ଡ ୱେଲଫେୟାର କମିଟି ର ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ରୋଟାରୀଆନ ବିଭୁ ନାୟକ, ଆଲୋକ ବୋଷ,ଅଧ୍ୟାପିକା ପ୍ରଣତୀ ବେହେରା ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ବିରେନ କୁମାର ଟୁଡୁ,ହରିହର ସାହୁ,ମଧୁସ୍ମିତା ଦାସ,କିଶୋର ଚନ୍ଦ୍ର ଦାଶ,ମୋହିନୀ ମୋହନ ଦଳବେହେରା,ସୁମନ୍ତ କୁମାର ଉପାଧ୍ୟାୟ,ବିଶ୍ବଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥବା ବେଳେ ଜ୍ୟୋତିର୍ମୟ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ମାମୁଁଘର ଗାଁରେ ଭଣଜାର ସନ୍ଦେହ ଜନକ ମୃତ୍ୟୁ ,ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

Sunil Chandra Nayak

ଅପହଞ୍ଚ ଇଲାକାରେ ଜନନୀ ଯନ୍ତ୍ରଣା : ଷ୍ଟ୍ରେଚର ରେ ବୁହା ହେଲେ ଗର୍ଭବତୀ

Sunil Chandra Nayak

ଡକ୍ଟର ଙ୍କ ଭୁଲ୍ ଇଞ୍ଜେକ୍ସନ ପାଇଁ ନାବାଳକ ରୋଗୀ ମୃତ୍ୟୁ ଘଟଣା ରେ ଜାତୀୟ ମାନବାଧିକାର କମିଶନ ଙ୍କୁ ଅଭିଯୋଗ 

Sunil Chandra Nayak

Leave a Comment

error: Content is protected !!