ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ନାଗରିକ ସ୍ବାସ୍ଥ୍ୟ ଓ କଲ୍ୟାଣ ନ୍ୟାସ ର ବୈଠକ

ବରିଷ୍ଠ ନାଗରିକ ସ୍ବାସ୍ଥ୍ୟ ଓ କଲ୍ୟାଣ ନ୍ୟାସ ର ବୈଠକ 

ରାଉରକେଲା: କୋଏଲ ନଗର ସି ବ୍ଲକ ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ପାର୍କରେ ଥିବା ବରିଷ୍ଠ ନାଗରିକ ସ୍ବାସ୍ଥ୍ୟ ଓ କଲ୍ୟାଣ ନ୍ୟାସ ତରଫରୁ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବା ସହ ନୂତନ ଟ୍ରଷ୍ଟି ଭାବେ ୫ ଜଣ ସଦସ୍ୟଙ୍କୁ ଗ୍ରହଣ କରାଯାଇଥିଲା। ନ୍ୟାସର ସଭାପତି ତଥା ମ୍ୟାନେଜିଂ ଟ୍ରଷ୍ଟି ଚିତ୍ତରଞ୍ଜନ ଦାସ ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବିପ୍ରଚରଣ ସେଠୀଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ସର୍ବଶ୍ରୀ ଭାଗିରଥି ନାୟକ, ପ୍ରଦୀପ କୁମାର ପତି, ସନ୍ତୋଷ କୁମାର ମହାପାତ୍ର, ମହାବୀର ପ୍ରସାଦ ନାଥ, ଶୁଭ୍ରାଂଶୁ ମିଶ୍ର ଙ୍କୁ ନୂତନ ଟ୍ରଷ୍ଟି ଭାବେ ଗ୍ରହଣ କରାଯାଇଥିଲା। ଅନ୍ୟ ଟ୍ରଷ୍ଟିଙ୍କ ମଧ୍ୟରେ ଉପସଭାପତି ପିତାମ୍ବର ଲେଙ୍କା, ମୁଖ୍ୟ ସଂଯୋଜକ ବିମଳ ଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ନାରାୟଣ ଚନ୍ଦ୍ର ସାମଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଲୋଚନାର ନିଷ୍କର୍ଷ ଅନୁଯାୟୀ ପାର୍କର ଉନ୍ନତିକରଣ ସ୍ବଚ୍ଛତା, ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଆଲୋଚନା ସହ ଆଗାମୀ ଦିନରେ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବା ନେଇ ସହମତି ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ ଯେ ଉକ୍ତ ଅନୁଷ୍ଠାନ ତରଫରୁ ଯୋଗଗୁରୁ ଶରତ ଚନ୍ଦ୍ର ଦାସଙ୍କ ତତ୍ତ୍ଵାବଧାନରେ ଯୋଗ ପ୍ରଶିକ୍ଷଣ ଦିଆଯାଉଛି। ପ୍ରାରମ୍ଭରେ ସଭାପତି ଶ୍ରୀ ଦାସ ସ୍ବାଗତ ଭାଷଣ ସହ ବୈଠକର ଆଭିମୁଖ୍ୟ ଓ ଶେଷରେ ଉପସଭାପତି ଶ୍ରୀ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଦସ୍ୟ ସନ୍ତୋଷ ମହାନ୍ତି, ଜ୍ୟୋସ୍ନାରାଣୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର ୩ଘଣ୍ଟା ଧରି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ,ଅଳ୍ପକେ ବର୍ତ୍ତିଲେ ଚାଳକ

masiha

ଅଖଣ୍ଡ ଭାରତ ହିନ୍ଦୁ ମହାସଭା ପକ୍ଷରୁ ରେଳ ମନ୍ତ୍ରୀ ଆଶ୍ୱିନ ବୈଷ୍ଣବଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ରାଉରକେଲାରେ ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ବାବାସାହେବ ଡ଼ଃ ଆମ୍ବେଦକର ଜୟନ୍ତୀ ପାଳନ.

Sunil Chandra Nayak

Leave a Comment

error: Content is protected !!