ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେନାଦେବୀ ବଜାର ରୌପ୍ୟଜୟନ୍ତୀ ଉତ୍ସବ ଦ୍ବିତୀୟ ଦିନରେ ସ୍ମରଶିକା ଉନ୍ମୋଚନ

ଜେନାଦେବୀ ବଜାର ରୌପ୍ୟଜୟନ୍ତୀ ଉତ୍ସବ ଦ୍ବିତୀୟ ଦିନରେ ସ୍ମରଶିକା ଉନ୍ମୋଚନ

ଢେଙ୍କାନାଳ:୨୮/୧୦ – (ମନିସ) :- ଚଳିତ ବର୍ଷ ଜେନାଦେବୀ ବଜାର ରୌପ୍ୟଜୟନ୍ତୀ ପାଳନ ଉତ୍ସବର ଦ୍ବିତୀୟ ଦିନ ସନ୍ଧ୍ୟା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଏଥିରେ ମୁଖ୍ୟ ଅତିଥି ଭାବେ ଯୁବରାଜ ଅମରଜ୍ଯୋତି ସିଂହଦେଓ, ସମ୍ମାନିତ ଅତିଥି ଭାବେ ଉତ୍କଳ ଆଜବେଷ୍ଟେସର ଉପସଭାପତି ବର୍ତ୍ତଓ୍ବାଲ, ଓ୍ବାର୍କସ ମ୍ଯାନେଜର କ୍ଷୋରୋଦ କୁମାର ବେହେରା, ମୁଖ୍ୟ ମନ୍ତ୍ରୀ ବିଜୟ କୁମାର ବିଶ୍ବାଳ ପ୍ରମୁଖ ଯୋଗଦେଇ ଏହି ଶୁଭ ଅବସରରେ ସ୍ମରଣିକା ଉନ୍ମୋଚନ କରିଥିଲେ। ମୁଖ୍ୟ ଅତିଥି ଅନୁଷ୍ଠାନକୁ ଧନ୍ୟବାଦ ଅର୍ପଣ କରି ସେ ପ୍ରକାଶ କରିଥିଲେ ଯେ ଢେଙ୍କାନାଳ ଜିଲ୍ଲା ଏକ କଳାର ସହର ବୋଲି କହିଥିଲେ। ଏହି ରୋପ୍ଯଜଯନ୍ତି ପାଳନ କରିବା କଷ୍ଟାସାଧ୍ଯ ହୋଇଥିଲେ ମଧ୍ୟ ଏଥିର କର୍ମକର୍ତ୍ତାମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ଯୋଗୁଁ ଏହାକୁ ସଫଳ କରିଥିବାରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ। ଅଧ୍ଯକ୍ଷ ଅସିତ ରଥ, ସଭାପତି ସପ୍ନେଶ୍ବର ସ୍ବାଇଁ, ସ୍ମରଣିକା ସମ୍ପାଦକ ବସନ୍ତ କୁମାର ବେହେରା, ସମ୍ପାଦକ ସତ୍ଯାନନ୍ଦ ଦାସ ପ୍ରମୁଖ ମଞ୍ଚାସିନ ରହିଥିଲେ। ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇ ଅତିଥିମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ବସନ୍ତ କୁମାର ବେହେରା, ଯଦୁନାଥ ବରାଳ, ଯୁଗଳ ବାରିକ, ମୂଳିଆ ବେହେରା, ଶରତ ବେହେରା, ପ୍ରମୋଦ ସାହୁ,ତୋଫାନ ଭୁତିଆ ଓ ଗୋବିନ୍ଦ ସ୍ବାଇଁ ପ୍ରମୁଖଙ୍କୁ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧନା କରାଯାଇଥିଲା। ଅବନତି ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ଉପଦେଷ୍ଟା ଅନ୍ତର୍ଯ୍ଯାମୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଶିବା ଡ୍ଯାନ୍ସ ପକ୍ଷରୁ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରୌପ୍ୟ ଜୟନ୍ତୀ ଅବସରରେ ମାଁ ଲକ୍ଷ୍ମୀ ଙ୍କ ପାଖରେ ରୂପାର ମୁକୁଟ ଲାଗି ହୋଇଥିଲା।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ ନବରଙ୍ଗପୁର ଏମପି ଙ୍କ ମାରାଥନ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ

masiha

ଶହେ ବର୍ଷର ପାରମ୍ପରିକ ଉତ୍ସବ, ଯୋଉଠି ଗ୍ରାମର ମୁରବି ମାନେ ସମ୍ମାନିତ ହୁଅନ୍ତି !

Sunil Chandra Nayak

ଶ୍ରଦ୍ଧା ରେ ଗୁରୁଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!