ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ପାଇଁ ଗୌରବ ଆଣିଲେ ଅଜୟ ଦେଶ ପାଇଁ ବ୍ୟାଡମିଣ୍ଟନ ଖେଳିବେ ସର୍ଗିଗୁଡା,ନର୍ଲା ର ଅଜୟ ପ୍ରଧାନ 

ନର୍ଲା ପାଇଁ ଗୌରବ ଆଣିଲେ ଅଜୟ ଦେଶ ପାଇଁ ବ୍ୟାଡମିଣ୍ଟନ ଖେଳିବେ ସର୍ଗିଗୁଡା,ନର୍ଲା ର ଅଜୟ ପ୍ରଧାନ 

କଳାହାଣ୍ଡି,୨୬/୧୦ କଳାହାଣ୍ଡି ଜିଲ୍ଲା,ନର୍ଲା ଏନ.ଏ.ସି ଅଧିନସ୍ଥ ସର୍ଗିଗୁଡା ଗ୍ରାମର ଅଜୟ ପ୍ରଧାନ ଜାତୀୟ ସ୍ତରରେ ଦେଶ ପକ୍ଷରୁ ବ୍ୟାଡ଼ମେଣ୍ଟନ ଖେଳିବା ପାଇଁ ମନୋନୀତ ହୋଇଛନ୍ତି । ବ୍ୟାଡମିଣ୍ଟନ ସିଙ୍ଗଲରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ଅଜୁ । ଏହି ଖବର ପ୍ରଚାରିତ ହେବା ପରେ ନର୍ଲା ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଛି । ବ୍ୟାଡମିଣ୍ଟନ ଖେଳାଳୀ ଅଜୟ ପ୍ରଧାନ ଆସନ୍ତା ୨୪ ରେ ଥାଇଲାଣ୍ଡର ବ୍ୟାଙ୍କକ ରେ ଅନୁଷ୍ଠିତ ହେବାକୁ ଥିବା “ଥାଇଲ୍ୟାଣ୍ଡ ପାରା ବ୍ୟାଡମିଣ୍ଟନ” ଚାମ୍ପଅନସିପ ରେ ଭାରତ ର ପ୍ରତିନିଧିତ୍ୱ କରି ଖେଳିବେ । ଦେଶ ପାଇଁ ଗୌରବ ଆଣିବେ,ଏହାକୁ ନେଇ କଳାହାଣ୍ଡି ଓ ନର୍ଲା ଗର୍ବିତ ବାପା କୁଞ୍ଜ ବିହାରୀ ପ୍ରଧାନ ଓ ମା ସରୋଜିନୀ ସାହୁଙ୍କ ବଡ ପୁଅ ଅଜୁ । ନର୍ଲା ସରତ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାଥମିକ ଛାତ୍ର ସେ । ପ୍ରବେଶିକା ପରୀକ୍ଷା ଦେଇ ଷଷ୍ଠ ଶ୍ରେଣୀରୁ ଜବାହର ନବୋଦ୍ଦୟ ବିଦ୍ୟାଳୟ ନର୍ଲାରେ ଯୁକ୍ତଦୁଇ ଯାଏଁ ପାଠ ପଢି ବର୍ତ୍ତମାନ କଳାହାଣ୍ଡି ୟୁନିଭରସିଟି ର ଶେଷ ବର୍ଷ କଳା ଛାତ୍ର ଅଟନ୍ତି । ଶୈଶବ କାଳରୁ ବାପାଙ୍କୁ ହରାଇ ମା ସରୋଜିନୀଙ୍କ ତତ୍ୱାବଧାନରେ ଓ ଆଇ ସୁକାନ୍ତୀ ସାହୁ,ମାମୁଁ ଜତୀନ ସାହୁ ଓ ମାଇଁଙ୍କ ସହଯୋଗରେ ପାଠପଢୁଛନ୍ତି ଅଜୁ । ତାଙ୍କ ମା ନର୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଚାର୍ଯ୍ୟା ଭାବରେ କାର୍ଯ୍ୟରତ । ନର୍ଲା ନବୋଦ୍ଦୟ ବିଦ୍ୟାଳୟ ସିନିୟର ଛାତ୍ର ମାନଙ୍କ ସହ ବ୍ୟାଡମିଣ୍ଟନ ଖେଳି ଏହି ଖେଳପ୍ରତି ତାଙ୍କର ବିଶେଷ ରୁଚି ସୃଷ୍ଟି ହୋଇଥିଲା ବୋଲି କୁହନ୍ତି ଅଜୟ । କଳାହାଣ୍ଡି ୟୁନିଭରସିଟି ତରଫରୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଗୁଡିକରେ ଖେଳି ସଫଳତା ହାସଲ କରିଛନ୍ତି । ଗତ ୨୦୨୪ ଓ ୨୦୨୫ ଦୁଇଟି ସିଜିନ ରେ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଲଗାତାର ଦୁଇଥର ଯାକ ସଫଳତା ହାସଲ କରି ବ୍ରୋଞ୍ଜ ପଦକ ପାଇଥିଲେ ବ୍ୟାଡମିଣ୍ଟନ ଷ୍ଟାର ଅଜୁ ସେବେଠୁଁ ଆଉ ପଛକୁ ଫେରି ଚାହିଁନାହାନ୍ତି । ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଅତିକ୍ରମ କରି ଚାଲିଛନ୍ତି । ଆଗରୁ ଖୋଲା ଆକାଶ ତଳେ ମାଟି କାଦୁଅ ପଡିଆରେ ଖେଳି ଆସୁଥିଲେ, ନର୍ଲା ହାଇସ୍କୁଲ ପଡିଆ ରେ ଗତ ଦୁଇବର୍ଷ ତଳେ ଇନଡୋର ଷ୍ଟାଡିୟମ ନିର୍ମିତ ହେବାପରେ ଓ ନର୍ଲା ବ୍ୟାଡମିଣ୍ଟନ ଆସୋସିଏସନ ସହ ଯୋଡି ହେବା ପରେ ପ୍ରତ୍ୟହ ଅଭ୍ୟାସ ପାଇଁ ସୁଯୋଗ ତାଙ୍କର ସୃଷ୍ଟି ହୋଇଥିଲା । ଫଳରେ ଆଉ ଉନ୍ନତ ପ୍ରଦର୍ଶନ ପାଇଁ ମୁଁ ଆଗେଇ ପାରିଲି ଏହା ମୋ ପାଇଁ ଏକ ବଡ ପ୍ଲସ ପଏଣ୍ଟ ଥିଲା । ଏହାର ସଭାପତି ଓ କର୍ମକର୍ତ୍ତା ସୁବୋଧ ମିଶ୍ର (ଟିଟୁ), ରବିନ୍ଦ୍ର ସାହୁ ପ୍ରମୁଖଙ୍କ ପ୍ରୋତ୍ସାହନ ଓ ସହଯୋଗ ରେ ମୁଁ ଆଗେଇ ପାରିଲି । ମୋର ସଫଳତାରେ ମୋର ବ୍ୟକ୍ତିଗତ କୋଚ ଆଶିଷ ମିଶ୍ର,ବିକାଶ ଚୌଧୁରୀ ଓ ସୁମନ୍ତ ମହାନ୍ତ ଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ବେଳେ “ଓଡିଶା ପାରା ବ୍ୟାଡମିଣ୍ଟନ” କୋଚ ଶିବପ୍ରସାଦ ଦାସ ମଧ୍ୟ ମୋର ସଫଳତା ପଛରେ ପ୍ରାଚୀର ଭଳି ଛିଡା ହୋଇ ମୋତେ ଆଗକୁ ନେଇଛନ୍ତି । ତେଣୁ ଧନ୍ୟବାଦ ଦେବି ମୋର କୋଚ ମାନଙ୍କୁ ବୋଲି କହିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର ଅଜୁ । ପରିବାରର ଅର୍ଥିକ ସ୍ୱଚ୍ଛଳତା ସେତେଟା ଭଲ ନଥିବାରୁ ଅନେକ ସମୟରେ ଅର୍ଥାଭାବ ମଧ୍ୟ ପ୍ରତିବନ୍ଧକ ସାଜୁଛି, ଯାହାବି ହେଉ ମୋର କୋଚ ମାନେ ମୋତେ ସାନଭାଇ ଭଳି ଆଦର,ସ୍ନେହ କରିବା ସହିତ ସବୁ କ୍ଷେତ୍ରରେ ସହଯୋଗ କରି ଆସୁଛନ୍ତି । ଏଣୁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଦେବି ଗାଁର ମୋର ସହପାଠୀଓମ୍ ଯୁଆଡ,ସାହିଲ ନାଏକ,ନବୀନ ବିଶ୍ୱାଳ,ଅଭିଜିତ ମହାରଣା ମଧ୍ୟ ମୋତେ ଅନେକ ସହଯୋଗ କରି ଆଗକୁ ବଢିବାରେ ଉତ୍ସାହିତ କରିଛନ୍ତି ଏଣୁ ସମସ୍ତଙ୍କୁ ଧନ୍ୟବାଦ ଦେବାସହ କୃତଜ୍ଞତା ଜ୍ଞାପନ କରିଛନ୍ତି ଅଜୟ ପ୍ରଧାନ । ବ୍ୟାଡମିଣ୍ଟନ ଷ୍ଟାର ଅଜୁଙ୍କ ଏଭଳି ପ୍ରତିଭା ଦେଖି ଲୋକେ କହୁଛନ୍ତି ଯାହା ବି ହେଉ ପଙ୍କରେ ପଦ୍ମ ଫୁଟିଲା । ସର୍ଗିଗୁଡା ମାଟି ଅଜୁଙ୍କ ପାଇଁ ଆଜି ଗର୍ବିତ,ଅଜୟ ଙ୍କ ଏହି ସଫଳତାରେ ନର୍ଲା ବିଧାୟିକା ମନୋରମା ମହାନ୍ତି,ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି,ନର୍ଲା ବିଡିଓ ବିପିନ ବିହାରୀ ଦୀପ,ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ନୀରଜ ଶର୍ମା (ସାନୁ), ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁନୀଲ ଧଙ୍ଗଡାମାଝୀ,ଯୁବ ସମାଜସେବୀ ସମୀର ଚାନ୍ଦ ( ବିଟୁ),ନର୍ଲା ବେଡମିଣ୍ଟନ ଆସୋସିଏସନ୍ ର ସଭାପତି ସୁବୋଧ ମିଶ୍ର,ଯୁବ ଉଦ୍ୟୋକ୍ତା ତଥା ସମାଜସେବୀ ସୁମିତ କୁମାର ଅଗ୍ରୱାଲ (ସଣ୍ଟୁ), ବିମଳ କୁମାର କେଡିଆ,ପ୍ରଦୀପ ନାଏକ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି I

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

କବି ରାଧାଶ୍ୟାମ ପଣ୍ଡାଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ ପାଳିତ

masiha

ବଲାଙ୍ଗୀର ଠାରେ ଅନୁଷ୍ଠିତ ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ସୁଶାନ୍ତ 

Sunil Chandra Nayak

ରାଇରଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ତରଫରୁ ଜଵର ଦଖଲ ଉଛେଦ 

masiha

Leave a Comment

error: Content is protected !!