ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଦନପୁର ରାମପୁର ଥାନା ଅଞ୍ଚଳରୁ ଘୁଡଘୁଡି ପଟି ମାଧ୍ୟମରେ ଜୁଆ ଖେଳୁଥିବା ୭ ଜଣ ଗିରଫ ଓ ଦୁଇ ଜଣ ଫେରାର ହେଲେ 

ମଦନପୁର ରାମପୁର ଥାନା ଅଞ୍ଚଳରୁ ଘୁଡଘୁଡି ପଟି ମାଧ୍ୟମରେ ଜୁଆ ଖେଳୁଥିବା ୭ ଜଣ ଗିରଫ ଓ ଦୁଇ ଜଣ ଫେରାର ହେଲେ 

କଳାହାଣ୍ଡି ଜିଲ୍ଲା,ମଦନପୁର ରାମପୁର ଥାନା ଅଞ୍ଚଳର ଘୁଡ଼ଘୁଡ଼ିପଟି ଜୁଆ ଆଡ୍ଡା ଉପରେ ଚଢ଼ାଉ ବେଳେ ପୋଲିସ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିବା କଳାହାଣ୍ଡି ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସର ସୂଚନା ଅନୁଯାୟୀ,ଗତ ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଘୁଡ଼ଘୁଡ଼ିପଟି ନିକଟରେ ଟଙ୍କା ବାଜି ଲଗାଇ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ପହଞ୍ଚିଥିଲା । ଏହି ସମୟରେ ଜୁଆ ଖେଳୁଥିବା ବ୍ୟକ୍ତି ବିଶେଷ ପୋଲିସ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପଥର ଫିଙ୍ଗିବା,ମାଡ଼ ମାରିବା ଓ ହତ୍ୟା ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି । ଏପରିକି ମହିଳା ହୋମଗାର୍ଡ ନୀଳିମା ବାଗଙ୍କୁ ବେକରୁ ଧରି ତଳେ ଘୋଷାଡ଼ି ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଘଟଣାସ୍ଥଳରୁ ପୋଲିସ ୧୩ ହଜାର ୨୦୦ ଟଙ୍କା,୬ ଟି ପଶା, ଗୋଟିଏ ମୋଟରସାଇକେଲ,୫ଟି ମୋବାଇଲ ଫୋନ୍ ଓ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଘନଶ୍ୟାମ ରଣା,ଦୟାନିଧି ଭୋଇ, ରାଧେଶ୍ୟାମ ରଣା,କାମଦେବ ପୋଢ଼,ବଡ଼ ଡୁଙ୍ଗୁରି ଗୁଡ଼ାର ଶକ୍ତି ପୁଟେଲ ଓ ସୁବ୍ରତ ମିଶ୍ର ମଦନପୁର ଗ୍ରାମର ଦେବରାଜ ଦଣ୍ଡିଆ । ଏହି ଘଟଣାକୁ ନେଇ ମଦନପୁର ରାମପୁର ଥାନାରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଏବଂ ଓପିଜି ଆଇନର ଧାରା ୩ ଅନୁଯାୟୀ କେସ ନମ୍ବର ୨୭୧/୨୦୨୬ ରେ ମାମଲା ରୁଜୁ କରାଯାଇଛି । ଅଧିକ ତଦନ୍ତ ଜାରି ରହିଥିବାର ମଦନପୁର ରାମପୁର ଥାନା ଆଇ.ଆଇ.ସି ସଂଯୁକ୍ତା ପ୍ରଧାନ ସୂଚନା ଦେଇଛନ୍ତି I

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ନାବାଳିକାକୁ ପ୍ରେମ ପ୍ରତାରଣା ପରେ ଅପହରଣ ଘଟଣାରେ ଜେଲ ଗଲା ଅଭିଯୁକ୍ତ ଯୁବକ

Sunil Chandra Nayak

ଚୋରା ବାଲି ,ଚିପ୍ସ ଚାଲାଣ ବେଳେ ତିନି ହାଇୱା ଜବତ,ଚାରି ଗିରଫ

masiha

ବିଜାତଳା ବ୍ଳକ ! ରାୟହରି ପଞ୍ଚାୟତ ର ପ୍ରାକ୍ତନ ମହିଳି ସରପଞ୍ଚ ଗୀର୍ଥ ସୋରେନ ଙ୍କ ଘର ଭିତରେ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ

Leave a Comment

error: Content is protected !!