ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ 

ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ 

ନବରଙ୍ଗପୁର:(୨୮|୧୦)(ରବି ନାରାୟଣ ମହାନ୍ତି)ଦୁର୍ନୀତିର ମୁଳୋତ୍ପାଟନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ତଥା ସତତ ଚେଷ୍ଟିତ କେନ୍ଦ୍ର ଓ ରାଜ୍ୟ ସରକାର। ଏହି କ୍ରମରେ ଆଜି ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଜିଲ୍ଲା ଅଭିଯୋଜନ କାର୍ଯ୍ୟାଳୟରେ ଜିଲ୍ଲା ନ୍ୟାୟାଳୟର କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ମନୋଜ କୁମାର ଏକ୍କା ଙ୍କ ଅଧ୍ୟକ୍ଷତାରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ଯେଉଁଥିରେ ସର୍ବପ୍ରଥମେ ସମସ୍ତ ସରକାରୀ ଓକିଲ ତଥା କର୍ମଚାରୀ ଦୁର୍ନୀତି ମୁକ୍ତ ରାଷ୍ଟ୍ର ଗଠନ ଦିଗରେ ଶପଥ ପାଠ କରିଥିଲେ। ଜଣେ ଅଭିଯୋଜନ ଅଧିକାରୀ କିଭଳି ଭାବରେ ସତ୍ୟନିଷ୍ଠ ତଥା ସଚ୍ଚୋଟ ହୋଇ ପୂର୍ବାପେକ୍ଷା ଆହୁରି ଲୋକାଭିମୁଖୀ କାର୍ଯ୍ୟ ସମ୍ପାଦନ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିବ ସେ ନେଇ ଶ୍ରୀ ଏକ୍କା ନିଜର ମତ ପୋଷଣ କରିଥିଲେ। ଏହା ସହ ଆଗାମୀ ଦିନରେ କିପରି ସମାଜରେ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ ସେ ନେଇ ନିଜର ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ସରକାରୀ ଓକିଲ ମୃତ୍ୟୁଞ୍ଜୟ ମହାରଣା, ତପନ କୁମାର ସିଂ, ଶ୍ରୀକାନ୍ତ କୁମାର ପଣ୍ଡା,ରାମଚନ୍ଦ୍ର ନାୟକ, ସଞ୍ଜୀବ ଭକ୍ତ,ଶତାବ୍ଦୀ ପାଳ,ବିଧୁଶେଖର ତ୍ରିପାଠୀ, କିଶୋରୀ ପଟ୍ଟନାୟକ ଓ ଅଭିଯୋଜନ ଅଫିସ ର କର୍ମଚାରୀ ଜ୍ଞାନ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମାନସିକ ଅନଗ୍ରସର ଶିଶୁଙ୍କ ଗହଣରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ

masiha

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓଡିଆ ଭାଷା ସାହିତ୍ୟ ଦିଗରେ ସଭ୍ଯ ଓ କର୍ମକର୍ତ୍ତା ଚୟନ

masiha

ଜୁନାଗଡ ରେ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଦିବସ ପାଳିତ

masiha

Leave a Comment

error: Content is protected !!