ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ ଆବାସିକ ବିଦ୍ୟାଳୟକୁ ଶ୍ରେଷ୍ଠ ସିବିଏସଇ ସ୍କୁଲ ଆୱାର୍ଡ଼ ପ୍ରଦାନ

ବିକାଶ ଆବାସିକ ବିଦ୍ୟାଳୟକୁ ଶ୍ରେଷ୍ଠ ସିବିଏସଇ ସ୍କୁଲ ଆୱାର୍ଡ଼ ପ୍ରଦାନ

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ବିକାଶ ଆବାସିକ ବିଦ୍ୟାଳୟ’ ଶ୍ରେଷ୍ଠ ସିବିଏସଇ (CBSE) ସ୍କୁଲ ଆୱାର୍ଡ଼ ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଦେଇଛି। ଟେଲିଭିଜନ ଚ୍ୟାନେଲ୍ ‘ଓଟିଭି’ (OTV) ପକ୍ଷରୁ କରାଯାଇଥିବା ସଦ୍ୟତମ ସର୍ଭେକ୍ଷଣ ଆଧାରରେ ବିଦ୍ୟାଳୟକୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା।ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ଭାରତ ସରକାରଙ୍କ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଘେରିଟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ଲକ୍ଷ୍ମୀ ବିକାଶ ଶିକ୍ଷାନୁଷ୍ଠାନ ସମୂହର ନିର୍ଦ୍ଦେଶକ ଡି. ଶ୍ୟାମ ଏବଂ ଡି. ରାମକୁମାର ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀଙ୍କଠାରୁ ଏହି ଆୱାର୍ଡ଼ ଗ୍ରହଣ କରିଥିଲେ।ଗୁଣାତ୍ମକ ଶିକ୍ଷାଦାନ, ଉନ୍ନତ ଭିତ୍ତିଭୂମି ତଥା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଦ୍ୟାଳୟକୁ ଏହି ସମ୍ମାନ ମିଳିଛି। ଏହି ସଫଳତା ଖବର ପ୍ରଚାରିତ ହେବା ପରେ ସମଗ୍ର ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନରେ ଉତ୍ସାହ ଓ ଆନନ୍ଦର ଲହରୀ ଖେଳିଯାଇଛି। ଏହା କେବଳ ଅନୁଷ୍ଠାନ ନୁହେଁ, ବରଂ ସମଗ୍ର କଳାହାଣ୍ଡି ଜିଲ୍ଲା ପାଇଁ ଏକ ବଡ଼ ଗୌରବର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ତେରେସିଂହାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

masiha

ଚିକିତ୍ସାଧୀନ ଅବସ୍ଥାରେ ମହିଳା ମୃତ

Sunil Chandra Nayak

କଳାହାଣ୍ଡି ଉତ୍ସବ ଉପଲକ୍ଷେ ଧର୍ମଗଡ ଠାରେ କବିତା ପାଠୋତ୍ସବ

masiha

Leave a Comment

error: Content is protected !!