ପ୍ରତିଷ୍ଠା ଦିବସରେ ଜିଲ୍ଲାର ଐତିହ୍ୟ ଓ ସଂସ୍କୃତିର ଗୁଣଗାନ
ଧର୍ମଗଡ : କଳାହାଣ୍ଡି ଜିଲ୍ଲାର ଗୌରବମୟ ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ସ୍ୱତନ୍ତ୍ର ପରିଚୟକୁ ମନେ ପକାଇବା ଉଦ୍ଦେଶ୍ୟରେ ଧର୍ମଗଡ ବ୍ଲକ ସଭାଗୃହ ଠାରେ କଳାହାଣ୍ଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଧର୍ମଗଡ
ଏନ୍ଏସି ଅଧ୍ୟକ୍ଷ ଅଶୋକ ମହାନ୍ତି, ଉପାଧ୍ୟକ୍ଷା ମନୀଷା ମିଶ୍ର, ବିଡିଓ ସଦାଶିବ ନାୟକ, ବିଆରସିସି ଅରୂପାନନ୍ଦ ଭୋଇ ଏବଂ ଇଂରାଜୀ ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ ପ୍ରମୁଖ ମଞ୍ଚାସୀନ ହୋଇ କଳାହାଣ୍ଡିର ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ସହ ଜିଲ୍ଲାର ସାମଗ୍ରିକ ବିକାଶରେ ସମସ୍ତଙ୍କ ସହଯୋଗ ଓ ସହଭାଗିତାର ଆବଶ୍ୟକତା ଉପରେ ନିଜ ନିଜ ମତ ରଖିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ମଞ୍ଚାସୀନ ଅତିଥିମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ତେଜେଶ୍ୱର ସାହୁ ସୁଚାରୁରୂପେ ପରିଚାଳନା କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….

