ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ବାହାବୁରପଡ଼ା ଛକ ନିକଟରେ ମର୍ମାନ୍ତୁକ ଦୁର୍ଘଟଣା ଜଣେ ମୃତ୍ୟୁ 

ଗୋଲାମୁଣ୍ଡା ବ୍ଲକ ବାହାବୁରପଡ଼ା ଛକ ନିକଟରେ ମର୍ମାନ୍ତୁକ ଦୁର୍ଘଟଣା ଜଣେ ମୃତ୍ୟୁ 

କଳାହାଣ୍ଡି,୦୧/୧୧ କଳାହାଣ୍ଡି ଜିଲ୍ଲା, ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବାହାବୁରପଡ଼ା ଛକ ନିକଟରେ ଏକ ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କୋକସରାର ଗ୍ରାମର ଶେଷ୍ଟ କରା ୪୫ ବର୍ଷୀୟ । ଦୁର୍ଘଟଣାରେ ଟ୍ରକର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାକୁ ନେଇ ମୃତକଙ୍କ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ପରିବାର ସଦସ୍ୟ ଓ ଗ୍ରାମବାସୀ ବାହାବୁରପଡ଼ା ଛକ ନିକଟରେ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିଲେ । ଫଳରେ ଅଞ୍ଚଳରେ ଯାତାୟାତ ପ୍ରଭାବିତ ହୋଇଥିବା ଜଣାପଡ଼ିଛି ।ଏହି ରାସ୍ତା ଅବରୋଧରେ କଳାହାଣ୍ଡି ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରୀ ସଭାପତି ଚିରିଆବାରୀ ଚେଜି, ଗୋଲାମୁଣ୍ଡା ବ୍ଲକ ଯୁବ ଯାଦବ ସଂଘର ରାଜେନ୍ଦ୍ର ବର୍ଗୀ,ମହେନ୍ଦ୍ର ନାଏକ, ନିଖାମ ମାଝୀଙ୍କ ସମେତ ଗୋଲାମୁଣ୍ଡା, ବାହାବୁରପଡ଼ା ଓ ଖଲିଆକାନି ଗ୍ରାମର ଶତାଧିକ ଲୋକ ସାମିଲ ହୋଇଥିଲେ । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ପରିବାରକୁ ନ୍ୟାୟ ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ଜୋରଦାର ହୋଇଛି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏବଂ ପ୍ରଶାସନ ପକ୍ଷରୁ ନିଆଯିବାକୁ ଥିବା ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ । ଖବର ଲେଖା ହେବା ସମୟ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

୩ଦଫା ଦାବି ନେଇ ବିଇଓ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଶିକ୍ଷକ ଯୋଗାଣ ଦାବୀ ରେ ଧାରଣା ତେନ୍ତୁଳିଆପଡ଼ା ସ୍କୁଲ ଗେଟ ରେ ପଡିଲା ତାଲା

masiha

ମାଙ୍କଡଙ୍କ ଉପଦ୍ରବ ଯୋଗୁଁ ଫସଲ ଉଜୁଡି ଯାଉଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

masiha

Leave a Comment

error: Content is protected !!