ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- କାରିଗଲ ସାହିରେ ଗଜଲକ୍ଷ୍ମୀ ପୂଜାର ୮ମ ଦିବସ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ , ୨- ଦୁର୍ଗାବଜାର ଗଜଲକ୍ଷ୍ମୀ ପୂଜାରେ ଯୋଗଦେଲେ ମହମ୍ମଦ ମୁକିମ୍

କାରିଗଲ ସାହିରେ ଗଜଲକ୍ଷ୍ମୀ ପୂଜାର ୮ମ ଦିବସ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ

ଢେଙ୍କାନାଳ:୦୨/୧୧ – (ମନିସ) :- ଢେଙ୍କାନାଳ ସହର କାରିଗର ସାହି ଗଜଲକ୍ଷ୍ମୀପୂଜା ଅନୁଷ୍ଠାନ ପକ୍ଷରୁ ପୂଜାର ଅଷ୍ଟମ ଦିବସରେ ମାଁ’ ଲକ୍ଷ୍ମୀଙ୍କ ପାଖରେ ୫୬ ଭୋଗ ଲାଗି କରାଯାଇଛି। ମୁଖ୍ୟ ପୂଜକ ଗଗନ ଭାଇନା, ମୁଖ୍ୟ ସହଯୋଗୀ ନିଲୁ ଦଳେଇ ଓ ଆୟୋଜକ ଶଶି ବାବା ସମସ୍ତ ପୂଜାକାର୍ଯ୍ଯ ସମ୍ପାଦନ କରୁଛନ୍ତି। ଏହି ବଜାରରେ ମାଁ’ ଲକ୍ଷ୍ମୀ ପିତଳ ମେଢରେ ଶୋଭାପାଉଛନ୍ତି। ଆସନ୍ତା ୨୦୨୭ରେ ୭୫ ବର୍ଷ ଉପଲକ୍ଷେ ହୀରକ ଜୟନ୍ତୀ ପାଳନ କରାଯିବ। ଗତ ଗୁରୁବାର ମାଁ’ ଲକ୍ଷ୍ମୀ ଙ୍କର ବଡଭୋଗ ଲାଗି ସହିତ ଭକ୍ତମାନେ ଅଭିନନ୍ଦନ ଗାର୍ଡେନ ଠାରେ ପ୍ରସାଦସେବନ କରିଥିଲେ। ମାଁ’ଙ୍କ ପାଖରେ ବିଭିନ୍ନ ପ୍ରକାର ପିଠା, ମିଠା ଓ ଫଳମୂଳ ଲାଗି ହୋଇଥିଲା। ଏଥିରେ ସଭାପତି ମୂରଲୀଧର ବେହେରା, ଉପସଭାପତି ବିଚିତ୍ରନନ୍ଦ ବେହେରା, ସମ୍ପାଦକ ଫିଟୁ ବେହେରା ପ୍ରମୁଖ ସହଯୋଗ କରିଥିଲେ।

ଦୁର୍ଗାବଜାର ଗଜଲକ୍ଷ୍ମୀ ପୂଜାରେ ଯୋଗଦେଲେ ମହମ୍ମଦ ମୁକିମ୍

ଢେଙ୍କାନାଳ:୦୨/୧୧ – (ମନିସ) :- ଢେଙ୍କାନାଳ ସହର ଦୁର୍ଗାବଜାର ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନରେ କଟକର ପୂର୍ବତନ ବିଧାୟକ ତଥା ଓଡିଶା ଜନତା କଂଗ୍ରେସ ପାର୍ଟିର ସଭାପତି ମହମ୍ମଦ ମୁକିମ ଯୋଗଦେଇ ମାଁ’ ପାଖରେ ପୂଜାର୍ଚ୍ଚନା କରି କୃପାଲଭ କରିଛନ୍ତି। କମିଟି ପକ୍ଷରୁ ମହମ୍ମଦ ମୁକିମଙ୍କୁ ସ୍ବାଗତ କରିବା ସହିତ ଉତରୀୟ ଓ ମାନପତ୍ର ପ୍ରଦାନ କରି ସମର୍ଦ୍ଧିତ କରିଥିଲେ। ଏହିଅବସରେ ଢେଙ୍କାନାଳର ସମସ୍ତ ପୂଜା ମଣ୍ଡପ ବୁଲି ବହୁ ଆନନ୍ଦ ପକଟ କରିଥିଲେ। ଏହି ଅବସରରେ ଏକ ମଞ୍ଚ କାର୍ଯ୍ୟକ୍ରମରେ ସେ ବକ୍ତବ୍ୟ ରଖି ପ୍ରକାଶ କରିଥିଲେ ଯେ, ଏହି ଓଡ଼ିଶାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଦେଖିବା ପାଇଁ ଓଡିଶାର ବହୁ ଅଞ୍ଚଳ ତଥା ଓଡିଶା ବାହାରୁ ବହୁ ଶ୍ରଧାଳୁ, ଭକ୍ତଙ୍କ ଓ ଦର୍ଶକ ମାନଙ୍କ ଭିଡ ଲାଗିଥାଏ। ଏହି ପୂଜା ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ଚାଲୁଥାଉ ବୋଲି ମାଁଙ୍କ ନିକଟରେ ପ୍ରାର୍ଥନା କରି ସମସ୍ତଙ୍କର ମଙ୍ଗଳ କାମନ କରିଥିଲେ। ସଭାପତି ପ୍ରକାଶ ମହାନ୍ତି, ସମ୍ପାଦକ ପ୍ରଶାନ୍ତ ମହାନ୍ତି ସମେତ୍ ଅନ୍ଯାନ୍ଯ ସଦସ୍ୟ ବୃନ୍ଦ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ ଓ ପରିଚାଳନା କରିଥିଲେ। ଗତ ୩୧ ତାରିଖ ଶନିବାର ଦିନ ମାଁ’ଙ୍କ ପାଖରେ ଅନ୍ନ ସଂଖୁଡି ଭୋଗ ଲାଗି କରାଯାଇଥିଲା। ପ୍ରତ୍ୟେକ ଦିନ ମାଁ’ ଙ୍କର ପ୍ରାତଃରୁ ସୂର୍ଯ୍ୟପୂଜା ଷୋଡଶ ଉପଚାର ପୂଜା, ହୋମ ଯଜ୍ଞ ମଧ୍ଯାହ୍ନରେ ଅନ୍ନଧୂପ, ସଂନ୍ଧ୍ୟାରେ ଆଳତି ଓ ରାତିରେ ବିଭିନ୍ନ ଭୋଗ ଲାଗି କରାଯାଉଅଛି। ପୂଜକ ଶୁଶା ଭାଇନା ସମସ୍ତ ପୂଜାକାର୍ଯ୍ଯକୁ ସୁଚାରୁପେ ସମ୍ପାଦନ କରୁଛନ୍ତି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ୱାନ୍ ଷ୍ଟପ୍ ସେଣ୍ଟର ପରିଦର୍ଶନ କଲେ ଜିଲ୍ଲାପାଳ ଗତକାଲି ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କଲେ

Sunil Chandra Nayak

ବିଷାକ୍ତ ସାପ କାମୁଡା ରେ ଯୁବକ ଗୁରୁତର, ଜିଲ୍ଲା ମୁଖ୍ୟ ହସ୍ପିଟାଲ ସ୍ଥାନାନ୍ତର

masiha

ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!