ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନ ଚାଷ ସହ ମାଛ ଚାଷ ପାଇଁ ସଚେତନତା କାର୍ଯ୍ୟକ୍ରମ

ଧାନ ଚାଷ ସହ ମାଛ ଚାଷ ପାଇଁ ସଚେତନତା କାର୍ଯ୍ୟକ୍ରମ

ଭବାନୀପାଟଣା, ତାରିଖ ୦୩.୧୧.୨୦୨୬:  ରାଜ୍ୟର ମତ୍ସ୍ୟ ଉତ୍ପାଦନ ବୃଦ୍ଧି, କୃଷକମାନଙ୍କ ଆୟ ବୃଦ୍ଧି ସହିତ ଜମି ଓ ଜଳସମ୍ପଦର ସର୍ବୋତ୍ତମ ଉପଯୋଗ ଲକ୍ଷ୍ୟରେ ଧାନ ଚାଷ ସହ ମାଛ ଚାଷ (Rice-cum-Fish Farming) ପଦ୍ଧତିର ପ୍ରଚାର ଓ ପ୍ରସାର ନିମନ୍ତେ ଆଜି କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମଠାରେ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଜୁନାଗଡ଼, ଜୟପାଟଣା, କୋକସରା ଓ କଲମପୁର ବ୍ଲକର କେନାଲ ଜଳସେଚିତ ଅଞ୍ଚଳରୁ ପ୍ରାୟ ୧୦୦ ଜଣ ଚାଷୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମତ୍ସ୍ୟ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଶ୍ରୀ ଜଗଦୀଶ ଚନ୍ଦ୍ର ପଣ୍ଡା, ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ କୁମାରୀ ସ୍ୱୟଂପ୍ରଭା ବଳ, କେନ୍ଦ୍ରୀୟ ଧାନ ଗବେଷଣା ସଂସ୍ଥା (CRRI)ର ପ୍ରମୁଖ ବୈଜ୍ଞାନିକ ଡ. ଆନି ପୁନମ, ଅକ୍ଷୟ କୁମାର ମହାରଣା, ବୈଷୟିକ ଅଧିକାରୀ, WorldFish ପ୍ରକଳ୍ପର ମତ୍ସ୍ୟଚାଷ ବିଶେଷଜ୍ଞ ଶ୍ରୀ ଅମର ଗାଏକୱାଡ଼ ଓ ଶ୍ରୀ ଭେଙ୍କଟେଶ ନାରାୟଣ, ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀ, କଳାହାଣ୍ଡି ଶ୍ରୀ ଜ୍ଞାନରଞ୍ଜନ ସେଠୀ, ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ପଣ୍ଡା ଏବଂ ଶ୍ରୀମତୀ ପ୍ରଶାନ୍ତି ନାୟକ, ଜୁନାଗଡ଼, ଜୟପାଟଣା, କୋକସରା ଓ କଲମପୁର ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ମାନେ ଏବଂ ଜୁନାଗଡ଼ ବ୍ଲକ କୃଷି ଅଧିକାରୀ ଅତିଥି ଭାବେ ଯୋଗଦେଇଥିଲେ।

ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଧାନ ଚାଷ ସହ ମାଛ ଚାଷର ଉପାଦେୟତା, ବୈଜ୍ଞାନିକ ପଦ୍ଧତିରେ ଏହାର ପରିଚାଳନା, ଜଳର ସୁବିନିଯୋଗ ଏବଂ ଚାଷୀଙ୍କ ଅତିରିକ୍ତ ଆୟ ବୃଦ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ। CRRIର ବୈଜ୍ଞାନିକମାନେ ଧାନ ଜମିର ଉପଯୁକ୍ତ ପ୍ରସ୍ତୁତି, ଜଳ ପରିଚାଳନା ଓ ଧାନ ଫସଲ ସହିତ ମାଛ ଚାଷର ବୈଷୟିକ ଦିଗ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ। ସେହିପରି WorldFishର ବିଶେଷଜ୍ଞମାନେ ଉନ୍ନତ ମାଛ ଚାଷ ପ୍ରଣାଳୀ, ମାଛ ଯାଆଁଳା ଛାଡ଼ିବା, ଖାଦ୍ୟ ପରିଚାଳନା ଓ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେଇଥିଲେ।

ଏହି ସମନ୍ୱିତ ଚାଷ ପ୍ରଣାଳୀ ଦ୍ୱାରା ଗୋଟିଏ ଜମିରୁ ଧାନ ସହିତ ମାଛ ଉତ୍ପାଦନ କରି ଚାଷୀମାନେ ଅଧିକ ଆର୍ଥିକ ଲାଭ ପାଇପାରିବେ। ଏଥିସହିତ ଗ୍ରାମାଞ୍ଚଳରେ ପୁଷ୍ଟିକର ଖାଦ୍ୟ ଉପଲବ୍ଧତା ଓ ଜୀବିକାର ସୁଯୋଗ ବୃଦ୍ଧି ପାଇବ।

କାର୍ଯ୍ୟକ୍ରମରେ ମତ୍ସ୍ୟ ଓ କୃଷି ବିଭାଗର ଅଧିକାରୀମାନେ ଏହି ନୂତନ ଚାଷ ପଦ୍ଧତିକୁ ଆପଣାଇବା ପାଇଁ ଚାଷୀମାନଙ୍କୁ ଆହ୍ୱାନ ଦେବା ସହ ଆବଶ୍ୟକ ବୈଷୟିକ ସହଯୋଗ ଓ ମାର୍ଗଦର୍ଶନ ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି କାର୍ଯ୍ୟକ୍ରମ ମତ୍ସ୍ୟ ବିଭାଗ, କୃଷି ବିଭାଗ, CRRI ଓ WorldFishର ମିଳିତ ପ୍ରୟାସରେ ଧାନ ସହ ମାଛ ଚାଷକୁ ଜିଲ୍ଲାରେ ଲୋକପ୍ରିୟ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପh

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ବ୍ଲକ ଅଧ୍ୟକ୍ଷ ଓ ବିଡିଓ ଘରେ ଘରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ,ସମସ୍ୟା ସମାଧାନର ପ୍ରତିଶୃତି ଦେଲେ

ନିର୍ମାଣଧୀନ ପୋଲ ତଳେ ବାଇକ ଖସି, ଦୁଇ ମୃତ

masiha

ସମୂହ ରକ୍ତଦାନ ର ପ୍ରତିଜ୍ଞା ନେଇ ଭାରତୀୟ ଔଷଧ ବ୍ୟବସାୟୀ ସଂଘ୍ (AIOCD) ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ରେ ନାମ ଦର୍ଜ୍ କଲା

masiha

Leave a Comment

error: Content is protected !!