ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡିରେ କର୍ମଜୀବୀ ସାମ୍ବାଦିକ ସଂଘର ଜିଲ୍ଲା କମିଟି ଗଠିତ ହେମନ୍ତ କୁମାର ରାଏ ସଭାପତି, ଆଶୁତୋଷ ପୁରୋହିତ ସାଧାରଣ ସମ୍ପାଦକ ନିର୍ବାଚିତ

କଳାହାଣ୍ଡିରେ କର୍ମଜୀବୀ ସାମ୍ବାଦିକ ସଂଘର ଜିଲ୍ଲା କମିଟି ଗଠିତ

ହେମନ୍ତ କୁମାର ରାଏ ସଭାପତି, ଆଶୁତୋଷ ପୁରୋହିତ ସାଧାରଣ ସମ୍ପାଦକ ନିର୍ବାଚିତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଭାରତୀୟ ସାମ୍ବାଦିକ ସଂଘ ସହ ଅନୁବନ୍ଧିତ କର୍ମଜୀବୀ ସାମ୍ବାଦିକ ସଂଘର ଜିଲ୍ଲା କମିଟି ଗଠନ ହୋଇଛି। ଏହି ଅବସରରେ ମଙ୍ଗଳବାର ଭବାନୀପାଟଣାସ୍ଥିତ ଅମଲା ଭବନରେ ଏକ ବନ୍ଧୁମିଳନ ଓ ସାଂଗଠନିକ ବୈଠକ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ ଏବଂ ରାଜ୍ୟ ନିର୍ବାଚନ କମିଶନର ଶରତ ଚନ୍ଦ୍ର ଦାଶ ଯୋଗଦେଇ ଜିଲ୍ଲାସ୍ତରରେ ସାମ୍ବାଦିକ ସଂଘର ସାଂଗଠନିକ ଦୃଢ଼ତା, ସାମ୍ବାଦିକଙ୍କ ଏକତା ଓ ଅଧିକାର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।

ବୈଠକରେ ନୂତନ ଜିଲ୍ଲା କମିଟିର ସଭାପତି ଭାବେ ହେମନ୍ତ କୁମାର ରାଏ, ଉପସଭାପତି ଭାବେ ବିଜୟ ଭୂଷଣ ଦଣ୍ଡସେନା, ସାଧାରଣ ସମ୍ପାଦକ ଭାବେ ଆଶୁତୋଷ ପୁରୋହିତ ଏବଂ ସମ୍ପାଦକ ଭାବେ ଭୂପେଶ ତିୱାରୀ, ମହାଦେବ ଖଣ୍ଡୁଆଲ ଓ ଦୁଲେନ୍ଦ୍ର କୁମାର ମେହେର ନିର୍ବାଚିତ ହୋଇଛନ୍ତି। ସେହିପରି ପ୍ରଭାକର ସେଠୀ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ବୈଠକରେ ଜିଲ୍ଲା ସଂଘର ବହୁ ସଂଖ୍ୟକ କର୍ମକର୍ତ୍ତା ଓ ସାମ୍ବାଦିକ ଉପସ୍ଥିତ ରହି ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ଓ ସାମ୍ବାଦିକଙ୍କ ସମସ୍ୟା ସମାଧାନ ନେଇ ଆଲୋଚନା କରିଥିଲେ।

ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ନିଜ ଅଭିଭାଷଣରେ ସେ ସାମ୍ବାଦିକମାନଙ୍କୁ ଦଳମତ ନିର୍ବିଶେଷରେ ଏକଜୁଟ ହୋଇ ସଂଘକୁ ସୁଦୃଢ଼ କରିବା ସହ ସାମ୍ବାଦିକଙ୍କ ନ୍ୟାଯ୍ୟ ଅଧିକାର, ସ୍ୱାର୍ଥ ଓ ସୁରକ୍ଷା ପାଇଁ ସଂଗଠିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

ନବଗଠିତ ଜିଲ୍ଲା କମିଟି ସାମ୍ବାଦିକଙ୍କ ଏକତା ଓ ସାଂଗଠନିକ ବିକାଶ ସହ ଜିଲ୍ଲାରେ ସାମ୍ବାଦିକତାର ମର୍ଯ୍ୟାଦା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ଦିଗରେ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ ପାଇଛି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ସଂସ୍କୃତ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବ–ବିକଶିତ ଭାରତ ସଂକଳ୍ପ ଅଭିଯାନ

Sunil Chandra Nayak

ରାୟଗଡ଼ ଠାରେ ଜିଲ୍ଲାପାଳଙ୍କର ଯୁଗ୍ମଅଭିଯୋଗ ଶୁଣାଣି

Sunil Chandra Nayak

ଅବସରପ୍ରାପ୍ତ ପୋଲିସ ଆସୋସିଏସନ ତରଫରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର 

Leave a Comment

error: Content is protected !!