ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ଜଗନ୍ନାଥ ମାର୍କେଟରେ ଟୋଟାଲ ଏନର୍ଜି ଲୁବ୍ରିକେଟର ସୋ ରୁମ୍ ଉଦଘାଟିତ

ମୟୂରଭଂଜ ୨୨/୫/୨୨ ( ମସିହା)) ଦିନକୁ ଦିନ ଯାନବାହାନ ବୃଦ୍ଧି ପାଉଛି । ଏଥିପାଇଁ ଯାନବାହାନ ଭଲରେ ଚାଲିବା ପାଇଁ ତରଳ ତୈଳ‌ପଦାର୍ଥ ର ଆବଶ୍ୟକତା ରହିଛି । ଯାନବାହାନର ଚାହିଦା ଦେଖି ରାଇରଙ୍ଗପୁର ଜଗନ୍ନାଥ ‌ମାର୍କେଟରେ ରଂଜନ ଟ୍ରାକ୍ଟର ପରିସରରେ ଟୋଟାଲ ଏନର୍ଜି ଲୁବ୍ରିକେଟ ସୋରୁମ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଟୋଟାଲ ଏନର୍ଜି ମାର୍କେଟିନ୍ଗ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର,ଓଡିଶା ମେନେଜର ବଳଭଦ୍ର ଶୁଭାଶିଷ ଦାସ ଯୋଗ ଦେଇଥିଲେ । ସମାଜସେବୀ ଉମାଶଙ୍କର ସାହୁ ଫିତାକାଟି ଶୁଭ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ବଳଭଦ୍ର କହିଥିଲେ ଟୋଟାଲ ନିର୍ଜିବ ଲୁବ୍ରିକେଟ ହେଉଛି ଏକ ଫ୍ରେଞ୍ଚ କମ୍ପାନୀ ।ଏହା ସାରା ବିଶ୍ବରେ ଚତୁର୍ଥ ତୈଳ କମ୍ପାନୀ ଅଟେ ।ଏହା ଗୁଣବତ୍ତା ବଜାୟ ରଖିବାକୁ ଚେଷ୍ଟା କରେ । ଗ୍ରାହକଙ୍କ ଚାହିଦାକୁ କମ୍ପାନୀ ଗୁରୁତ୍ବ ଦିଏ । ରାଇରଙ୍ଗପୁରର ରଂଜନ ଟ୍ରାକ୍ଟର ସୋରୁମର ମାଲିକ ଯୁବ ସଫଳ ବ୍ୟବସାୟୀ ମୁକେଶ କୁମାରଙ୍କ ପ୍ରଚେଷ୍ଟା ଯୋଗୁଁ ରାଇରଙ୍ଗପୁରରେ ଏହି ସୋରୁମ ଖୋଲାଯାଇ ପାରିଛି ।କରୋନା ପାଇଁ ଏହି ସୋରୁମ ଖୋଲା ହୋଇପାରିନଥିଲା ।ଗତବର୍ଷ ମୁକେଶ କୁମାର ଟୋଟୋଲ ଇନର୍ଜ ଲୁବ୍ରିକେଟ ଅଧିକ ବିକ୍ରୟ କରିଥିଲେ ।ତାଙ୍କର ଗେରେଜ ମାଲିକ ଏବଂ ମେକାନିକ,ଡ୍ରାଇଭର ମାନଙ୍କ ସହ ଉତ୍ତମ ବ୍ୟବହାର ଓ ସଂପର୍କ ଯୋଗୁଁ ଏହି କମ୍ପାନୀର ନାମ ଏହି ଅଂଚଳରେ ଶୀର୍ଷରେ ଅଛି ।

ମୟୂରଭଂଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅନୁସୂଚିତ ଜନଜାତି/ଜାତି,ମହୁଲଡିହା, ରାଇରଙ୍ଗପୁର ପରିସରରେ ଅଭିଭାବକ – ଶିକ୍ଷକ ସମ୍ମିଳନୀ

Sunil Chandra Nayak

ବାହାଦୁରପଦର ହାଇସ୍କୁଲ ରେ ମୁଁ ବି ଜିତିବି କାର୍ଯ୍ୟକ୍ରମ

Sunil Chandra Nayak

ସରକାରୀ ଇଞ୍ଜିନିୟର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Leave a Comment

error: Content is protected !!