‘ସଂକଳ୍ପ’ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦ୍ଘାଟିତ, ପ୍ରଥମ ସଂଧ୍ୟାରେ ନାୟିକା ପକ୍ଷରୁ ତା’ରି ଲାଗି ନାଟକ ମଂଚସ୍ଥ
ରାଉରକେଲା: ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ, ଓଡିଶା ସରକାର ଏବଂ ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ସାଂସ୍କୃତିକ କଳା ପରିଷଦ ‘ସଂକଳ୍ପ’ ରାଉରକେଲା ଦ୍ୱାରା ଆୟୋଜିତ ୧୮ତମ ରାଜ୍ୟସ୍ତରୀୟ ଓଡିଆ ନାଟକ ମହୋତ୍ସବ ଆଜି ସଂଧ୍ୟାରେ ସ୍ଥାନୀୟ ସିଭିକ୍ ସେଂଟରଠାରେ ଉଦ୍ଘାଟିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ‘ସଂକଳ୍ପ’ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିବା ସହ ଏହାଦ୍ୱାରା ଓଡିଆ ଅସ୍ମିତା ସୁରକ୍ଷିିତ ରହିପାରିବ ବୋଲି କହିଥିଲେ। ବରେଣ୍ୟ ଅତିଥି ଭାବେ ସେବା ନିବୃତ ପ୍ରଫେସର ତଥା ବିଶିଷ୍ଟ ନାଟ୍ୟକାର ଡଃ ସଂଜୟ ହାତୀ ଯୋଗ ଦେଇ ମଞ୍ଚରେ ଆନ୍ଦୋଳନ ପ୍ରସ୍ତୁତ ହୁଏ। ରାଜନୈତିକ ଓ ସାମାଜିକ ଅବ୍ୟବସ୍ଥାକୁ ସୁଧାରିବାରେ ନାଟକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ଗୁଣାତ୍ମକ ନାଟକ ରଚନା ଓ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ‘ସଂକଳ୍ପ’ର ସଭାନେତ୍ରୀ ଡଃ କିଶୋରୀ ଦାଶ ଅଧ୍ୟକ୍ଷତା କରିବା ସହ ଅନୁଷ୍ଠାନର ଆଭିମୁଖ୍ୟ ପ୍ରସଙ୍ଗରେ ବର୍ଣ୍ଣନା କରିବା ସହ ସ୍ୱାଗତ ଭାଷଣ ରଖିଥିଲେ। ସାଧାରଣ ସଂପାଦକ ପ୍ରକାଶ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟତମ ଉପଦେଷ୍ଟା ତଥା ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ପ୍ରସନ୍ନ କୁମାର ଦାଶ ଓ ଉପଦେଷ୍ଟା ମଞ୍ଜୁ ମୁଖାର୍ଜୀ ମଂଚାସୀନ ଥିଲେ। କାର୍ଯ୍ୟକ୍ରମକୁ ଉଦ୍ଘୋଷିକା ଶୁଭଶ୍ରୀ ଦାଶ ସଂଯୋଜନା କରିଥିଲେ। ପ୍ରଥମ ସଂଧ୍ୟାରେ ବାଲେଶ୍ୱର ‘ନାୟିକା’ ପକ୍ଷରୁ ନାଟକ ତା’ରି ଲାଗି ମଂଚସ୍ଥ କରାଯାଇଥିଲା। ନାଟକଟିକୁ ବିଜୟ ମିଶ୍ର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ସୁସ୍ମିତା ରଣା ଓରଫ ପଟ୍ଟନାୟକ, ସଂଗୀତ ଶକ୍ତି ପ୍ରସାଦ ମିଶ୍ର, ଆଲୋକ ରାକେଶ ଚାନ୍ଦ, ମଂଚ ପରିଚାଳନା ଅତୁଲ, ପ୍ରତୀକ୍ଷା, ଅଭିନୟରେ ସ୍ୱସ୍ତି ସୁନ୍ଦର ମହାପାତ୍ର, ମୋହିତ ମୋହନ ଦାସ, ସୁସ୍ମିତା ରଣା ପଟ୍ଟନାୟକ, ସୁଶିଲ ପଟ୍ଟନାୟକ, ହରି ଶଙ୍କର ସାହୁ, ପ୍ରଦୀପ ବେହେରା, ବିଜୟ ଅଧିକାରୀ, ଘନଶ୍ୟାମ ମହାଳିକ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଘଟଣାରୁ ଜଣାପଡିଥାଏ ଯେ, ବଂଚିବା ଅପେକ୍ଷା ଜୀବନ ଆହୁରି ବିଚିତ୍ର। ବେଳେ ବେଳେ ମନେହୁଏ ଏହା ଏକ ମନଗଢ଼ା କାହାଣୀ। ଏ ଦୁନିଆରେ ସବୁଠାରୁ ବିଚିତ୍ର ହେଉଛି ମଣିଷ। ସାମାନ୍ୟ ଛୋଟିଆ କାଗଜ ଖଣ୍ଡେ ପାଇଁ ବିଳାସବାବୁଙ୍କ ଜୀବନରେ କେମିତି ବିଭ୍ରାଟ ସୃଷ୍ଟି ହେବା, ତାହା କେବେ କେହି ଭାବି ନଥିଲେ। ଭବିଷ୍ୟତରେ ବଡ କିଛି ପାଇବା ଆଶାରେ ବର୍ତମାନକୁ ତୁଚ୍ଛ କରି ମଣିଷ ଅନ୍ଧ ଆବେଗରେ ଦୌଡି ଚାଲିଛି। ଏହି ଭଳି କାହାଣୀକୁ ନେଇ ନାଟକଟି ଗତିଶୀଳ ହୋଇଥିଲା। ନାଟକର ନିର୍ଦ୍ଦେଶିକାଙ୍କୁ ‘ସଂକଳ୍ପ’ସମ୍ମାନରେ ଓ ତାଙ୍କ ନାଟ୍ୟାନୁଷ୍ଠାନକୁ ଚିତ୍ତ ରଣା ସ୍ମୃତି ସମ୍ମାନରେ ସଂବର୍ଦ୍ଧିତ କରାଯାଇଥିଲା। ସମସ୍ତ ଅଭିନେତା/ଅଭିନେତ୍ରୀ ଓ ଅଂଶଗ୍ରହଣକାରୀମାନଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନ ପକ୍ଷରୁ ପ୍ରବୀର ଜେନା,ରାନୁ ମହାପାତ୍ର, ପ୍ରିୟଦର୍ଶନ ରାଉତ, ପ୍ରବୀର ମିଶ୍ର, ରଶ୍ମୀ ରେଖା ଦାସ, ବଟକୃଷ୍ଣ ଶତପଥୀ, ସଂଜୟ ମହାନ୍ତି, କୁଞ୍ଜନଲାଲ ବୋଷ, ରମେଶ ଚନ୍ଦ୍ର ସେଠୀ , ଦୀପ୍ତି ବାରିକ,ଦୀପକ ପାଢ଼ୀ, ହେମନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

