ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଓ ସମ୍ମାନ!  ରାଜ୍ୟ ସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତାରେ ବାପୁଜୀ ଉଚ୍ଚ ବିଦ୍ୟାଳୟ ପ୍ରଥମ 

ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଓ ସମ୍ମାନ! 
ରାଜ୍ୟ ସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତାରେ ବାପୁଜୀ ଉଚ୍ଚ ବିଦ୍ୟାଳୟ ପ୍ରଥମ 

ନବରଙ୍ଗପୁର:(ରବି ନାରାୟଣ ମହାନ୍ତି)ରାଜ୍ୟ ସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତା ୨୦୨୬ରେ ତେନ୍ତୁଳୀଖୁଣ୍ଟି ବ୍ଲକର ବାପୁଜୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରି ନବରଙ୍ଗପୁର ମାଟିର ନାମ ସାରା ରାଜ୍ୟରେ ଉଜ୍ଜ୍ବଳ କରିଛନ୍ତି।ବର୍ତ୍ତମାନ ଏହି ସଫଳତା ସହ ଆମ ଜିଲ୍ଲାର ଏହି ସୁନା ପୁଅ-ଝିଅମାନେ ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି, ଯାହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ!ଏହି ଭବ୍ୟ ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଶ୍ରୀ ଛତ୍ରପତି ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରକାଶଚନ୍ଦ୍ର ମହାଲିକ, ଶ୍ରୀମତୀ ସୁପ୍ରିୟା ନାୟକ, ଶ୍ରୀ ଶ୍ରୀକାନ୍ତ ଜାନି, ଡିପିଇଓ ଶ୍ରୀ ପ୍ରଭାତ ପଟ୍ଟନାୟକ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ ଏବଂ ଶିକ୍ଷା ବିଭାଗର ଅନ୍ୟାନ୍ୟ ଅଧିକାରୀବୃନ୍ଦ କୃତି ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବାପୁଜୀ ଉଚ୍ଚ ବିଦ୍ୟାଳୟର ସମସ୍ତ କୃତି ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକ, ଗାଇଡ଼ ଶିକ୍ଷକ, ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ଅଶେଷ ଧନ୍ୟବାଦ ଓ ସାଧୁବାଦ।ଆପଣଙ୍କ ଏହି ସଫଳତା ପାଇଁ ଆମେ ସମସ୍ତେ ଗର୍ବିତ! ଆଗାମୀ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ବହୁତ ବହୁତ ଶୁଭକାମନା!

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

୬୪ ବାଟାଲିୟନ ସିଆରପିଏଫ୍‌ କ୍ୟାମ୍ପରେ ରକ୍ଷା ବନ୍ଧନ ପାଳିତ, ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ

Sunil Chandra Nayak

ଆର୍.କେ. ଜୁନିଅର କଲେଜରେ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

ରାଜ୍ୟସଭାରେ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟପନ୍ଥା ଆଲୋଚନା ଉପରେ ସାଂସଦ ଶ୍ରୀ ନିରଞ୍ଜନ ବିଶିଙ୍କ ମତ

masiha

Leave a Comment

error: Content is protected !!